fbpx

କରମଣ୍ଡଳ ଦୁର୍ଘଟଣାରେ ବଢିଲା ମୃତ୍ୟୁସଂଖ୍ୟା: SCBରେ ଆଉ ଜଣେ ଆହତଙ୍କ ମୃତ୍ୟୁ

Advertisement

କଟକ: ବାଲେଶ୍ୱର ବାହାନଗା ଦୁର୍ଘଟଣାରେ ମୃତ୍ୟୁସଂଖ୍ୟାରେ ଆଉ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣାର ପ୍ରାୟ ୨୮ ଦିନ ପରେ ଆଜି ଚିକିସବାରତ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଜଣେ ଆହତ ଯାତ୍ରୀ । ଟ୍ରେନ ଦୁର୍ଘଟଣାରେ ଆହତ ହୋଇ କଟକ ବଡ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି । ଦୀର୍ଘ ଦିନ ଧରି ସେଣ୍ଟ୍ରାଲ ଆଇସିୟୁରେ ଚିକିତ୍ସିତ ହେଉଥିଲେ ଆହତ ଯୁବକ ।

ସୂଚନା ଅନୁସାରେ, ଚଳିତମାସ ୨ ତାରିଖରେ ବାଲେଶ୍ୱର ବାହାନଗାରେ ଘଟିଯାଇଥିବା ଭୟଙ୍କର ଦୁର୍ଘଟଣାରେ ଆଉ ଜଣେ ଆହତଙ୍କର ପ୍ରାଣହାନୀ ଘଟିଛି । ବିହାରର ମନୀଷ କୁମାର ନାମକ ଜଣେ ଯୁବକ ଆଜି ମୃତ୍ୟୁବରଣ କରିଛନ୍ତି । ଦୁର୍ଘଟଣାରେ ଗୁରୁତର ଆହତ ହୋଇ ସେ କଟକର ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିଲେ । ଦୁର୍ଘଟଣାରୁ ୨୮ ଦିନ ପର୍ଯ୍ୟନ୍ତ ସେ ସେଣ୍ଟ୍ରାଲ ଆଇସିୟୁରେ ଚିକିତ୍ସିତ ଅବସ୍ଥାରେ ରହିଥିଲେ । କିନ୍ତୁ ଦୀର୍ଘ ଦିନ ପର୍ଯ୍ୟନ୍ତ ମୃତ୍ୟୁ ସହ ସଂଗ୍ରାମ ପରେ ଆଜି ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ମନୀଷ । ତେବେ ଏସସିବି ମେଡିକାଲରେ ଦୁର୍ଘଟଣାର ପଞ୍ଚମ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ସମସ୍ତ ଆହତଙ୍କ ମଧ୍ୟରୁ ୫ ଜଣ ପ୍ରାଣ ହରାଇ ସାରିଛନ୍ତି । ଏହାସହିତ ମୋଟ ମୃତ୍ୟୁସଂଖ୍ୟା ୨୯୩କୁ ବୃଦ୍ଧି ପାଇଛି । ତେବେ ବର୍ତ୍ତମାନ ଏସସିବି ମେଡିକାଲରେ ୨୨ ଜଣ ଆହତ ଚିକିତ୍ସାଧୀନ ଥିବା ସୂଚନା ମିଳିଛି ।

Get real time updates directly on you device, subscribe now.