fbpx

ଟୋକିଓ ଅଲିମ୍ପିକ୍ସ ୨୦୨୦: ତୀରନ୍ଦାଜିରେ ଭାରତକୁ ଝଟକା, କ୍ୱାର୍ଟର ଫାଇନାଲରେ ହାରିଲେ ଦୀପିକା କୁମାରୀ, ମଉଳିଲା ପଦକ ଆଶା

ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକର ଅଷ୍ଟମ ଦିନରେ ଭାରତ ଭଲ ଆରମ୍ଭ କରିଥିଲା । ବକ୍ସର ଲଭଲିନା ଦେଶ ପାଇଁ ଏକ ପଦକ ସୁନିଶ୍ଚିତ କରିଥିଲେ । ଏପରିକି ଦୁନିଆର ଏକ ନମ୍ବର ତୀରନ୍ଦାଜ ଦୀପିକା କୁମାରୀ ମଧ୍ୟ ପ୍ରିକ୍ୱାର୍ଟର ଫାଇନାଲରେ ବିଜୟୀ ହୋଇ ଆଶା ଉଜ୍ଜିବୀତ ରଖିଥିଲେ । ହେଲେ ଦୀପିକା କ୍ୱାର୍ଟର ଫାଇନାଲରେ ପରାସ୍ତ ହେବା ଭାରତକୁ ବହୁତ ବଡ ଝଟକା ଲାଗିଛି । ଦୀପିକା ଭାରତ ପକ୍ଷରୁ ଅଲିମ୍ପିକ ପଦକର ପ୍ରବଳ ଦାବିଦାର ଥିଲେ। ଦୀପିକା କୁମାରୀ ମହିଳା ଏକକ ବର୍ଗର କ୍ୱାର୍ଟର ଫାଇନାଲରେ କୋରିଆର ଆନ ସନଙ୍କଠୁ ୬-୦ରେ ପରାଜିତ ହୋଇଛନ୍ତି । ଏଥିସହ ତାଙ୍କର ଟୋକିଓ ଅଲିମ୍ପିକ ଅଭିଯାନ ନିରାଶର ସମାପ୍ତ ହୋଇଛି । ତାଙ୍କ ପରାଜୟ ପରେ ଭାରତର ଆଉ ଏକ ପଦକ ଆଶା ମଉଳି ଯାଇଛି ।

କ୍ୱାର୍ଟର ଫାଇନାଲ ମୁକାବିଲାରେ ଦୀପିକା ଲୟରେ ନଜର ଆସିନଥିଲେ । ସେ ମ୍ୟାଚରେ କେବଳ ଦୁଇ ଥର ୧୦-୧୦ ସ୍କୋର ହାସଲ କରିପାରିଥିଲେ । ତାଙ୍କ ପ୍ରତିପକ୍ଷ ଆନ ସନ ତିନି ଥର ୧୦-୧୦ ସ୍କୋର କରିବାକୁ ସଫଳ ହୋଇଥିଲେ । ଦୀପିକା ତୃତୀୟ ସେଟରେ ୭, ୮, ୯ ସ୍କୋର କରିଥିବା ବେଳେ କୋରିଆ ଖେଳାଳି ୮, ୯, ୯ ସ୍କୋର କରି ଦୀପିକାଙ୍କୁ ମାତ୍ ଦେଇଛନ୍ତି । ଏହି ପରି ଦୀପିକା କ୍ୱାର୍ଟର ଫାଇନାଲରେ ପରାସ୍ତ ହୋଇ ଅଲିମ୍ପିକରୁ ବିଦାୟ ନେଇଛନ୍ତି । ଏହା ପୂର୍ବରୁ ଦୀପିକା ରୁଷିଆର ସେନିଆ ପେରୋଭାଙ୍କୁ ହରାଇ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଥିଲେ ।

Get real time updates directly on you device, subscribe now.