ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ଗଠନ କଲା ନିର୍ବାଚନ ଷ୍ଟିୟରିଂ କମିଟି: ସଂଯୋଜକ ଓ ସହ-ସଂଯୋଜକଙ୍କୁ ମିଳିଲା ନିଯୁକ୍ତି

ନୂଆଦିଲ୍ଲୀ: ଆଗକୁ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ । ଆସନ୍ତାବର୍ଷ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଏବେଠାରୁ ବିଜେପି ତା’ର ସମରସଜ୍ଜା ଆରମ୍ଭ କରିଦେଇଛି । ଏହା ମଧ୍ୟରେ ଦଳ ତରଫରୁ ନିର୍ବାଚନ ଷ୍ଟିୟରିଂ କମିଟି ଗଠନ କରାଯାଇଛି । ଏହି କମିଟିରେ ଦଳର ୨୩ ଜଣ ନେତାଙ୍କୁ ସ୍ଥାନ ମିଳିଛି । ଦଳର ସଂଗଠନରେ ସଂଯୋଜକ ଓ ସହ-ସଂଯୋଜକଙ୍କୁ ନିଯୁକ୍ତି ଦିଆଯାଇଛି । ଏନେଇ ଦଳ ପକ୍ଷରୁ ସୂଚନା ଜାରି କରାଯାଇଛି । କମିଟିରେ ସ୍ଥାନ ପାଇଥିବା ନେତାମାନେ ଆଗାମୀ ବିଧାନସଭା ନିର୍ବାଚନର ପ୍ରଚାରର ନେତୃତ୍ୱ ନେବେ ।