fbpx

ଦେଖନ୍ତୁ କେମିତି ଏକ୍ସପୋଜ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ; ଅଭିଯୋଗ ଶୁଣି ନପାରି ବୈଠକ ଛାଡ଼ି ପଳାଇଲେ

ନୂଆଦିଲ୍ଲୀ: ନିକଟରେ ଏନ୍‌ଡିଏମ୍‌ସିର ବୈଠକରେ ଅଭାବନୀୟ ପରିସ୍ଥିତିର ସମ୍ମୁଖିନ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ବୈଠକ ସମୟରେ ବିରୋଧୀ ଦଳର ନେତାମାନେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ‘ଅରବିନ୍ଦ କେଜ୍ରିୱାଲ ଜୀ, ଆପଣ ଦିଲ୍ଲୀ ବନ୍ୟା ନିୟନ୍ତ୍ରଣ କମିଟିର ସଭାପତି ଅଟନ୍ତି, କିନ୍ତୁ ଯେତେବେଳେ ଦିଲ୍ଲୀ ବୁଡ଼ିଯାଉଥିଲା, ସେତେବେଳେ ଆପଣ ଏଠାରୁ ପଳାଇ ଯାଇଥିଲେ । ଗୋଟିଏ ପଟେ ଦିଲ୍ଲୀ ବୁଡ଼ି ଯାଉଥିଲା ଏବଂ ଅରବିନ୍ଦ କେଜ୍ରିୱାଲ ଜୀ ବେଙ୍ଗାଲୁରୁରେ ବିରୋଧୀ ଦଳର ଏକ ମିଳିତ ମଞ୍ଚ ପ୍ରସ୍ତୁତ କରୁଥିଲେ’ । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି ।

ଏନଡିଏମସିର ବୈଠକରେ ଉପସ୍ଥିତ ଥିବା ସଦଶ୍ୟ ବିରେନ୍ଦ୍ର ସଚଦେବ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲକୁ ସିଧା ପ୍ରଶ୍ନ କରିଲେ ଯେ, ଆପଣ ଫ୍ଲଡ କଣ୍ଟ୍ରୋଲ କମିଟିର ଚେୟାରମ୍ୟାନ ଅଟନ୍ତି । ଆପଣଙ୍କର ଦାୟୀତ୍ୱ ଥିଲା ଯେ, ଯେତେବେଳେ ଦିଲ୍ଲୀ ବୁଡିଯାଉଥିଲା ସେତେବେଳେ ଏକ ବୈଠକ କରିବାର ଥିଲା । ସେହି ସମୟରେ ଆପଣ ଦିଲ୍ଲୀରୁ ହିଁ ପଳାଇଲେ । ରବିନ୍ଦ୍ର ଏହା ମଧ୍ୟ କହିଲେ ଯେ, ଦୁର୍ନୀତିରେ ପୁର୍ଣ୍ଣ ହୋଇଥିବା ଲାଲୁ ପ୍ରସାଦ ଯାଦବଙ୍କ ଦ୍ୱାରା ଆପଣଙ୍କ ଗଠବନ୍ଧନ କରିବା ଜରୁରୀ ଥିଲା । ଶରଦ ପାୱାରଙ୍କ ସହ ମିଶିବା ଜରୁରୀ ଥିଲା କିନ୍ତୁ ଦିଲ୍ଲୀର ସବୁଠାରୁ ବଡ଼ ସମସ୍ୟା ପାଇଁ ବୈଠକ କରିବା ଗରୁରୀ ନଥିଲା । ଏହା କହି ସେ କହିଲେ ଏଭଳି ଭାବରେ ଆପଣ ନିଜର ଦାୟୀତ୍ୱରୁ ଦୂରେଇ ଯାଉଛନ୍ତି । ଏହି ସବୁ ଶୁଣିବା ପରେ ଅରବିନ୍ଧ କେଜରିୱାଲ ନିଜେ ହିଁ ବୈଠକ ସ୍ଥଗିତ କରି ପଳାଇଥିଲେ ।

ନିକଟରେ ଯମୁନା ନଦୀର ଜଳ ବନ୍ୟା ପରି ଦିଲ୍ଲୀରେ ପ୍ରବେଶ କରିଥିଲା। ୧୯୭୮ ର ବନ୍ୟା ଅପେକ୍ଷା ଏହି ବନ୍ୟା ଦିଲ୍ଲୀରେ ସ୍ଥିତି ଅଧିକ ଖରାପ କରିଥିଲା। ବୁଧବାର ପରିସ୍ଥିତି ଏପରି ଥିଲା ଯେ ଦିଲ୍ଲୀରେ ଦ୍ୱିତୀୟ ଥର ପାଇଁ ଯମୁନା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏହି ପ୍ରସଙ୍ଗରେ ବିଜେପି ନେତାମାନେ କେଜ୍ରିୱାଲଙ୍କୁ ଘେରି ରହିଛନ୍ତି। ବେଙ୍ଗାଲୁରୁ ଗସ୍ତରେ ବିଜେପି ନେତାମାନେ କହିଥିଲେ ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲୋକସଭା ୨୦୨୪ ପାଇଁ ପ୍ରସ୍ତୁତ ହେବାକୁ ଥିବା ବିରୋଧୀ ଦଳର ବୈଠକରେ ଯୋଗଦେବା ପାଇଁ ବେଙ୍ଗାଲୁରୁ ଯାଇଥିଲେ।

Get real time updates directly on you device, subscribe now.