ଦିଲ୍ଲୀରେ ଆଉ ଏକ ଅତୁଲ ସୁଭାଷ ଘଟଣା, ପତ୍ନୀଙ୍କ ନିର୍ଯାତନା ସୀମା ପାର କରିବା ପରେ ପୁତିନ କଲେ ଆତ୍ମହତ୍ୟା
୨୦୧୬ରେ ବିବାହ କରିଥିଲେ । କିନ୍ତୁ ଛାଡପତ୍ର ମାମଲା କୋର୍ଟରେ ପଡିଛି । ହେଲେ ଦୁନିଆ ଛାଡିଯାଇଛନ୍ତି ପୁନିତ ।
ନୂଆଦିଲ୍ଲୀ- ନୂଆବର୍ଷକୁ ସ୍ୱାଗତ କରିବାକୁ ସବୁଠି ଉତ୍ସାହ । ହେଲେ ଦିଲ୍ଲୀର ମଡେଲ ଟାଉନର ଏକ ପରିବାରର ଆକାଶରେ ଛାୟୀଗଲା ଦୁଃଖର ବାଦଲ । ୩୧ ସଂଧ୍ୟାରେ ପରିବାରର ପୁଅ ପତ୍ନୀ ନିର୍ଯାତନାରେ ଅତିଷ୍ଠ ହୋଇ ଝିଲିପଡିଲା । ମୃତକ କଲ୍ୟାଣ ବିହାରର ପୁନିତ ଖୁରାନା ।
୨୦୧୬ରେ ବିବାହ କରିଥିଲେ । କିନ୍ତୁ ଛାଡପତ୍ର ମାମଲା କୋର୍ଟରେ ପଡିଛି । ହେଲେ ଦୁନିଆ ଛାଡିଯାଇଛନ୍ତି ପୁନିତ । ଏହି ଘଟଣା ଆଉ ଏକ ଅତୁଲ ସୁଭାଷ ଆତ୍ମହତ୍ୟା ଘଟଣା ବୋଲି କୁହାଯାଉଛି ।
ପରିବାର ମୁତାବକ, ପୁନିତ ମୃତ୍ୟୁ ର ଅବ୍ୟବହିତ ପୂର୍ବରୁ ପତ୍ନୀଙ୍କ ସହ ଫୋନରେ କଥା ହୋଇଥିଲେ । ସେ ପତ୍ନୀଙ୍କ ବ୍ୟବହାରରେ ଅତିଷ୍ଠ ହୋଇପଡିଥିଲେ । ମୃତ୍ୟୁ ଆଗରୁ ପୁନିତ ୫୯ ମିନିଟରେ ଏକ ଭିବିଓ ମଧ୍ୟ କରିଛନ୍ତି । ତେବେ ସେହି ଭିଡିଓ ପୋଲିସ ଜବତ କରିନେଇଥିବା କହିଛନ୍ତି ପରିବାର ଲୋକେ ।
ପିରବାର ଲୋକଙ୍କ ଅଭିଯୋଗ, ପୁନିତଙ୍କ ପତ୍ନୀ ଉଭୟଙ୍କ ବାର୍ତ୍ତାଳାପର କଲ ରେକର୍ଡ ଅନ୍ୟ କାହାକୁ ପଠାଇ ଦେଇଥିଲେ । ତାହା ଜାଣିବା ପରେ ପୁନିତ ଆତ୍ମହତ୍ୟା କରିଛନ୍ତି ।
ପୁନିତଙ୍କ ମା କହୁଛନ୍ତି, ବୋହୂ ତାଙ୍କ ପୁଅକୁ ବହୁ ନିର୍ଯାତନା ଦେଉଥିଲେ । ଟଙ୍କା ପାଇସାକୁ ନେଇ ଝଗଡା କରୁଥିଲେ ।
ସେହିପରି ପୁନିତଙ୍କ ଭଉଣୀ କହିଛନ୍ତି କି, ୩୦ ସେପ୍ଟେମ୍ବରକୁ ସେମାନଙ୍କ ଛାଡପତ୍ର ମାମଲା ଚୂଡାନ୍ତରେ ପହଞ୍ଚି ଯାଇଥିଲା । କିଛି ପ୍ରୋସେସିଂ ବାକି ଥିଲା । ଭାଇର ଇମେଲ ଓ ଇନଷ୍ଟା ପାସୱର୍ଡ ନେଇଯାଇ ଥିଲା ଭାଉଜ । ଏହାକୁ ନେଇ ଉଭୟଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା । ଭାଇକୁ ଅନେକ ଖରାପ ଗାଳି ଦେଉଥିଲା ଭାଉଜ ।
ଆହୁରି ଭଉଣୀ କହିଛନ୍ତି ରୋହିଣୀରେ ଏକ ଘର ଥିଲା । ଭାଉଜ ନିଜ ଘର ଲୋକଙ୍କ କଥାରେ ସେଟେଲମେଣ୍ଟ ପାଇଁ ସେହି ଘରକୁ ବିକିବାକୁ କହିଥିଲେ । ଭାଉଜଙ୍କ ପରିବାର ଲୋକ ପ୍ରପର୍ଟି ଡିଲିଂ କରୁଥିବାରୁ ଭାଇ ସେମାନଙ୍କୁ ଘରର କାଗଜ ଦେଇଥିଲେ ବିକେଇ ଦେବାକୁ । ହେଲେ ସେମାନେ ଘର ବିକିବା ସହ ଟଙ୍କା ବି ରଖିଦେଲେ ।
ଟଙ୍କା ମାଗିବାରୁ ଭାଉଜ ଓ ତାଙ୍କ ପରିବାର ଲୋକେ ଭାଇକୁ ଅନେକ ଭର୍ତ୍ସନା ଦେଇଥିଲେ ।
କିନ୍ତୁ ପୋଲିସ କହିଛି, ଉଭୟ ସ୍ୱାମୀ, ସ୍ତ୍ରୀ ମିଳିତ ଭାବେ ବ୍ୟବସାୟ କରୁଥିଲେ । ତେଣୁ ବ୍ୟବସାୟକୁ ନେଇ ସେମାନଙ୍କ ମଧ୍ୟରେ ବର୍ତ୍ତାଳପ ହେଉଥିଲା ।
ତଥାପି ମାମଲାରେ ପୋଲିସ ତଦନ୍ତ ଜାରି ରଖିଛି । ପୁତିନଙ୍କ ମୋବାଇଲ ସିଜ କରି କଲ ରେକର୍ଡ ଯାଞ୍ଚ କରୁଛି ।