fbpx

ଦିଲ୍ଲୀ ହିଂସା: ହତ୍ୟା ଉଦ୍ୟମ ନେଇ ଦୋଷୀ ସାବ୍ୟସ୍ତ ହେଲେ ଶାହାରୁଖ୍, ପୋଲିସକୁ ଦେଖାଇଥିଲେ ବନ୍ଧୁକ

ନୂଆଦିଲ୍ଲୀ: ୨୦୨୦ ରେ ଦଙ୍ଗା ସମୟରେ ଦିଲ୍ଲୀ ପୋଲିସ୍ ଅଧିକାରୀଙ୍କୁ ହତ୍ୟା ଉଦ୍ୟମ କରିଥିବା ଶାହାରୁଖ ପଠାନ ଦୋଷୀ ବୋଲି କହିଛନ୍ତି କୋର୍ଟ । ଶାହାରୁଖଙ୍କ ଆବେଦନକୁ ଖାରଜ କରିବା ସହ ତାଙ୍କ ବିରୋଧରେ ଦଙ୍ଗା କରିବା ଏବଂ ହତ୍ୟା ଉଦ୍ୟମ କରିଥିବା ମାମଲାରେ ଦୋଷୀ ସାବ୍ୟସ୍ତ ବୋଲି ସ୍ପଷ୍ଟ କରିଛନ୍ତିି କୋର୍ଟ । ଦିଲ୍ଲୀ ପୋଲିସର ହେଡ୍ କନଷ୍ଟେବଳ ଦୀପକ ଦହିଆଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଉଦ୍ୟମ କରୁଥିବାର ଏକ ଫଟୋ ଗତ ବର୍ଷ ଦିଲ୍ଲୀରେ ହୋଇଥିବା ସାଂପ୍ରଦାୟିକ ଦଙ୍ଗା ସମୟରେ ସୋସିଆଲ ମିଡିଆରେ ନଜର ଆସିଥିଲା । ଏହାପରେ ତାଙ୍କୁ ୩ ମାର୍ଚ୍ଚ ୨୦୨୦ ରେ ଗିରଫ କରାଯାଇଥିଲା । ବର୍ତ୍ତମାନ ସେ ତିହାର ଜେଲରେ ଅଛନ୍ତି ।

ଅଭିଯୋଗ ଶୁଣାଣି କରିବା ସମୟରେ ନ୍ୟାୟାଧୀଶ ଅମିତାଭ ରାୱତ କହିଛନ୍ତି ଏହା ସ୍ପଷ୍ଟ ଭାବରେ ଜଣାପଡ଼ୁଛି ପଠାନ ଦଙ୍ଗା କରୁଥିବା ସମୂହର ନେତୃତ୍ୱ କରିଥିଲେ ଏବଂ ୨୪ ଫେବୃଆରୀରେ ୨୦୨୦ ରେ ସେ ଦୀପକ ଦହିଆଙ୍କ ଜୀବନକୁ ମଧ୍ୟ ବିପଦରେ ପକାଇଥିଲେ ଏବଂ ସରକାରୀ କର୍ମଚାରୀଙ୍କ କାମରେ ବାଧା ଦେଇଥିଲେ ଏବଂ ଅପରାଧିକ ଶକ୍ତିର ବ୍ୟବହାର କରିଥିଲେ । କୋର୍ଟ ତାଙ୍କ ଉପରେ ବିଭିନ୍ନ ଧାରାରେ ମାମଲା ରୁଜୁ କରିଥିଲେ ଯାହାକୁ ଚାଲେଞ୍ଜ କରିଥିଲା ଶାହାରୁଖ ପଠାନ । ଶାହାରୁଖ କହିଥିଲେ ଯେ ପୋଲିସ କର୍ମୀଙ୍କୁ ମାରିବା ତାଙ୍କର କୌଣସି ଉଦ୍ଦେଶ୍ୟ ନଥିଲା ଏବଂ ସିଆରପିସି ଧାରା ୧୪୪ ଲାଗୁ ହେବା ବିଷୟରେ ଜଣାନଥିବା କହିଥିଲା ଶାହାରୁଖ୍ ।

ସୂଚନାଯୋଗ୍ୟ, ଗତ ବର୍ଷ ଫେବୃଆରୀ ମାସରେ ଦଙ୍ଗା ଯୋଗୁଁ ୫୩ ଜଣକ ମୃତ୍ୟୁ ହୋଇଥିଲା ଏବଂ ୭୦୦ରୁ ଅଧିକ ଲୋକ ଆହତ ହୋଇଥିଲେ ।

 

 

 

Get real time updates directly on you device, subscribe now.