ଡେଲିଭରି ବଏର କାରନାମା: ୬୬ ମହିଳାଙ୍କୁ ବ୍ଲାକମେଲ ଓ ରେପ୍
ଏକ ନାମୀ କମ୍ପାନୀରେ କେକ ଡେଲିଭରି ବଏ ଭାବେ କାର୍ଯ୍ୟ କରୁଥିବା ଯୁବକ ଜଣକ ଗ୍ରାହକଙ୍କୁ ଭିଡିଓ କଲ ମାଧ୍ୟମରେ କମ୍ପାନୀର ସେବା ବିଷୟରେ ବୁଝାଉଥିଲା ।
ହୁଗୁଳି, ୨୩ା୨: ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାରେ ଏକ ଡେଲିଭରି ବଏର କଳାକାରନାମା ପଦାକୁ ଆସିଛି ।
ଏକ ନାମୀ କମ୍ପାନୀରେ କେକ ଡେଲିଭରି ବଏ ଭାବେ କାର୍ଯ୍ୟ କରୁଥିବା ଯୁବକ ଜଣକ ଗ୍ରାହକଙ୍କୁ ଭିଡିଓ କଲ ମାଧ୍ୟମରେ କମ୍ପାନୀର ସେବା ବିଷୟରେ ବୁଝାଉଥିଲା ।
ଭିଡିଓ କଲ କରିବା ସମୟରେ ଅଭିଯୁକ୍ତ କିଛି ମହିଳାଙ୍କ ଆପତ୍ତିଜନକ ଫଟୋ ଓ ଭିଡିଓ ବନାଇବା ପରେ ବ୍ଲାକମେଲ କରୁଥିଲା ।
ବ୍ଲାକମେଲ ପରେ ମହିଳାଙ୍କ ସହିତ ଶାରୀରିକ ସମ୍ବନ୍ଧ ରଖିବା ପାଇଁ ବାଧ୍ୟ କରୁଥିଲା ।
ଅଭିଯୁକ୍ତ ୬୬ ଜଣ ମହିଳାଙ୍କୁ ଦୁଷ୍କର୍ମ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ । ଏହି ମାମଲାରେ ୩୭୬, ୫୦୬, ୫୦୯, ୩୮୪, ୩୪, ୩୫୪ବି ଧାରାରେ ମାମଲା ଦାୟର କରାଯାଇଛି ।
ଏହି ମାମଲାରେ ପୋଲିସ ଅଭିଯୁକ୍ତ ସହ ଅନ୍ୟ ସହଯୋଗୀଙ୍କୁ ଗିରଫ କରି ଜେଲକୁ ପଠାଇଥିବା ଜଣାପଡ଼ିଛି ।