fbpx

ବ୍ରିଟେନରେ ଡେଲ୍ଟା ଭାରିଆଣ୍ଟର ପ୍ରକୋପ ଜାରି, ଜୁଲାଇରୁ ଦେଶକୁ ଅନଲକ କରିବାକୁ ଚାହୁଛନ୍ତି ପ୍ରଧାନମନ୍ତ୍ରୀ ଜନସନ

ଡେଲ୍ଟା ଭାରିଆଣ୍ଟ କାରଣରୁ ବ୍ରିଟେନରେ ନୂଆ ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ବ୍ରିଟେନରେ କରୋନାର ୩୨,୩୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୩୪ ଜଣକ ମୃତ୍ୟୁ ହୋଇଛି । ସେପଟେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଜୁଲାଇ ୧୯ ଠାରୁ ଦେଶକୁ ଅନଲକ କରିବାକୁ ଚାହୁଛନ୍ତି । ଏଭଳି ସ୍ଥିତିରେ କରୋନାକୁ ପ୍ରତିହତ କରିବା ପାଇଁ ଟିକାକରଣ ହିଁ ଏକମାତ୍ର ଉପାୟ । ଭାକ୍ସିନ ମିନିଷ୍ଟର ନଦୀମ ଜହାଭୀ କହିଛନ୍ତି ଭାକ୍ସିନ ଡୋଜ ମଧ୍ୟରେ ବ୍ୟବଧାନ କମ୍ କରିବା ପାଇଁ ବିଶେଷଜ୍ଞଙ୍କ ମତକୁ ଗ୍ରହଣ କରାଯିବ ।

ଡେଲ୍ଟା ଭାରିଆଣ୍ଟକୁ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟିକାକରଣ ସହ ସମ୍ବନ୍ଧିତ ମିଳିତ କମିଟିକୁ ଟିକାର ବ୍ୟବଧାନ କମ କରିବା ପାଇଁ ଅନୁରୋଧ କରିଛନ୍ତି । ଏଥିରେ ଟିକାର ଦୁଇ ଡୋଜ ମଧ୍ୟରେ ବ୍ୟବଧାନ ୮ ସପ୍ତାହରୁ ୪ ସପ୍ତାହ କରାଯିବାକୁ କୁହାଯାଇଛି । ବ୍ରିଟେନର ସଂପୂର୍ଣ୍ଣ ଜନସଂଖ୍ୟା ୬.୮୨ କୋଟି ରହିଛି । ସେଥିରୁ ୬୮.୫ ପ୍ରତିଶତ ଲୋକଙ୍କୁ ଟିକାର ପ୍ରଥମ ଡୋଜ ଦିଆଯାଇଥିବାବେଳେ ୫୧.୭ ପ୍ରତିଶତ ଲୋକ ଟିକାର ଉଭୟ ଡୋଜ ନେଇସାରିଛନ୍ତି ।

ତେବେ ପ୍ରଧାନମନ୍ତ୍ରୀ ବୋରିସ ଜନସନ ବ୍ରିଟେନ ଜୁଲାଇ ୧୯ରୁ ଦେଶରେ ଅନଲକ ପ୍ରକ୍ରିୟା ଅରମ୍ଭ କରିବାକୁ ଚାହୁଛନ୍ତି, ଏପରି ସ୍ଥିତିରେ କରୋନାଠୁ ବଞ୍ଚିବା ପାଇଁ ଟିକା ହିଁ ଏକମାତ୍ର ଉପାୟ । ସେପଟେ ବ୍ରିଟିଶ ସ୍ୱାସ୍ଥ୍ୟ ମନ୍ତ୍ରୀ ସାଜିଦ ଜାଭିଦ କହିଛନ୍ତି ଅନଲକ ପରର ସ୍ଥିତିକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.