fbpx

ବିଦ୍ୟୁତ୍ କେୱାଇସି ଅପଡେଟ୍ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ଦୂରସଞ୍ଚାର ବିଭାଗ

Advertisement

ନୂଆଦିଲ୍ଲୀ : ବିଦ୍ୟୁତ ସଂଯୋଗ ସହ ଜଡ଼ିତ କେୱାଇସି ଅପଡେଟ୍ ଦୁର୍ନୀତିରେ ବିଭିନ୍ନ ମୋବାଇଲ ନମ୍ବର ଜରିଆରେ ଜାଲିଆତି ହୋଇଥିବା ଖବର ଆସିବା ପରେ ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ଦୂରସଞ୍ଚାର ବିଭାଗ (ଡିଓଟି) ଲକ୍ଷ୍ୟ ଆଧାରିତ ପଦକ୍ଷେପ ଗ୍ରହଣ କରିଛି।

 

ଏଠାରେ କେତେକ ଗୁରୁତ୍ୱପୂର୍ଣ୍ଣ ବିବରଣୀ ଦିଆଯାଇଛି:

ଡିଓଟିର ସଂଚାର ସାଥୀ ପୋର୍ଟାଲରେ ‘ଚକ୍ଷୁ-ରିପୋର୍ଟ ସନ୍ଦିଗ୍ଧ ଠକେଇ ଯୋଗାଯୋଗ’ ସୁବିଧା ମାଧ୍ୟମରେ ସନ୍ଦିଗ୍ଧ ଠକେଇ ଯୋଗାଯୋଗ ବିଷୟରେ ସୂଚନା ଦେବା ପାଇଁ ସଚେତନ ଏବଂ ସତର୍କ ନାଗରିକମାନେ ସକ୍ରିୟ ହୋଇଛନ୍ତି। ଏହା ସାଇବର ଅପରାଧ ଏବଂ ଆର୍ଥିକ ଠକେଇର ମୁକାବିଲା ଏବଂ ରୋକିବାରେ ଡିଓଟିକୁ ସାହାଯ୍ୟ କରିଛି ।

ନାଗରିକଙ୍କ ଡିଭାଇସ୍ ଉପରେ ନିୟନ୍ତ୍ରଣ ହାସଲ କରିବା ପାଇଁ ଠକମାନେ ବିଦ୍ୟୁତ ସଂଯୋଗ ସହ ଜଡ଼ିତ କେୱାଇସି ଅପଡେଟ୍ ଏବଂ କ୍ଷତିକାରଣ ଏପିକେ ଫାଇଲ୍ ସହ ଜଡ଼ିତ ଏସଏମଏସ୍ ଏବଂ ହ୍ୱାଟ୍ସଆପ୍ ମେସେଜ୍ ବ୍ୟବହାର କରୁଥିବା ର କିଛି ମାମଲା ସାମ୍ନାକୁ ଆସିଛି।

ଦୂରସଞ୍ଚାର ବିଭାଗ ଚକ୍ଷୁ ପୋର୍ଟାଲକୁ ଜାଲିଆତି କାର୍ଯ୍ୟକଳାପ ରିପୋର୍ଟ ଏବଂ ବିଶ୍ଳେଷଣ ପାଇଁ ବ୍ୟବହାର କରିଥିଲା ଏବଂ ପ୍ରାରମ୍ଭିକ ଭାବରେ ପାଞ୍ଚଟି ସନ୍ଦିଗ୍ଧ ସଂଖ୍ୟା ଚିହ୍ନଟ କରିଥିଲା। ପୋର୍ଟାଲର ଏଆଇ ଦ୍ୱାରା ପରିଚାଳିତ ବିଶ୍ଳେଷଣରୁ ଜଣାପଡିଛି ଯେ ୩୧,୭୪୦ ମୋବାଇଲ୍ ନମ୍ବର ସହ ଯୋଡ଼ି ହୋଇଥିବା ୩୯୨ଟି ହ୍ୟାଣ୍ଡସେଟ୍ ଏଭଳି ଠକେଇ କାର୍ଯ୍ୟରେ ସମ୍ପୃକ୍ତ ଥିଲା।

ସାଇବର ଅପରାଧ, ଆର୍ଥିକ ଠକେଇରେ ଅପବ୍ୟବହାର ହୋଇଥିବା ୩୯୨ଟି ମୋବାଇଲ୍ ହ୍ୟାଣ୍ଡସେଟ୍ କୁ ସର୍ବଭାରତୀୟ ସ୍ତରରେ ଆଇଏମ୍ଇଆଇ ଆଧାରିତ ବ୍ଲକ୍‌ ବା ବନ୍ଦ କରିବା ପାଇଁ ସମସ୍ତ ଦୂରସଞ୍ଚାର ସେବା ପ୍ରଦାନକାରୀ (ଟିଏସପି)ଗୁଡ଼ିକୁ ଡିଓଟି ନିର୍ଦ୍ଦେଶ ଦେଇଛି। ଏଥିସହ ଏହି ସବୁ ମୋବାଇଲ ହ୍ୟାଣ୍ଡସେଟ୍ ସହ ଲିଙ୍କ୍ ହୋଇଥିବା ୩୧,୭୪୦ଟି ମୋବାଇଲ୍ ସଂଯୋଗର ପୁନଃ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୁନଃ ଯାଞ୍ଚରେ ବିଫଳ ହେବା ଫଳରେ ରିପୋର୍ଟ ହୋଇଥିବା ନମ୍ବରଗୁଡିକୁ ତୁରନ୍ତ ବିଚ୍ଛିନ୍ନ କରିବା ଏବଂ ସଂପୃକ୍ତ ହ୍ୟାଣ୍ଡସେଟ୍ ବ୍ଲକ୍‌ କରିବାକୁ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏହି ପଦକ୍ଷେପ ଦୂରସଞ୍ଚାର ନେଟୱର୍କର ସୁରକ୍ଷା ବଢ଼ାଇବା ଏବଂ ନାଗରିକମାନଙ୍କୁ ଡିଜିଟାଲ୍ ଠକେଇରୁ ରକ୍ଷା କରିବା ପାଇଁ ଡିଓଟିର ପ୍ରତିବଦ୍ଧତାକୁ ଦର୍ଶାଉଛି।

ସଞ୍ଚାର ସାଥୀ ପୋର୍ଟାଲରେ ଚକ୍ଷୁ ସୁବିଧା ବିଷୟରେ:

ଦୂରସଞ୍ଚାର ବିଭାଗର ସଂଚାର ସାଥୀ ପୋର୍ଟାଲ (www.Sancharsaathi.gov.in)ରେ ପୂର୍ବରୁ ଉପଲବ୍ଧ ନାଗରିକ କୈନ୍ଦ୍ରିକ ସୁବିଧାରେ ଚକ୍ଷୁ ହେଉଛି ସଦ୍ୟତମ ବ୍ୟବସ୍ଥା । ‘ଚକ୍ଷୁ’ ନାଗରିକମାନଙ୍କୁ କେୱାଇସି ଅବଧି ଶେଷ କିମ୍ବା ବ୍ୟାଙ୍କ ଆକାଉଣ୍ଟ/ପେମେଣ୍ଟ ୱାଲେଟ/ସିମ୍/ଗ୍ୟାସ୍ ଅପଡେଟ୍, ସଂଯୋଗ/ବିଦ୍ୟୁତ୍ ସଂଯୋଗ, ଟଙ୍କା ପଠାଇବା ପାଇଁ ସରକାରୀ ଅଧିକାରୀ/ସମ୍ପର୍କୀୟ ପରିଚୟ ଦେବା, ଡିଓଟି ଦ୍ୱାରା ସମସ୍ତ ମୋବାଇଲ୍ ନମ୍ବର ବିଚ୍ଛିନ୍ନ କରିବା ଇତ୍ୟାଦି ଠକେଇ ଉଦ୍ଦେଶ୍ୟରେ କଲ୍, ଏସ୍ଏମ୍ଏସ୍ କିମ୍ବା ହ୍ଵାଟ୍ସଆପ୍ ଜରିଆରେ ମିଳିଥିବା ସନ୍ଦିଗ୍ଧ ଠକେଇ ସମ୍ପର୍କରେ ଜଣାଇବାରେ ସହାୟକ ହୋଇଥାଏ।

Get real time updates directly on you device, subscribe now.