fbpx

ମହିଳାଙ୍କ ପାଇଁ ବଡ ଖବର: ଆଜି ସୁଭଦ୍ରା ତାରିଖ ଘୋଷଣା କରିପାରନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର: ‘ସୁଭଦ୍ରା’ ସହାୟତା କିସ୍ତି ଅପେକ୍ଷାରେ ଥିବା ମହିଳାଙ୍କ ପାଇଁ ଆଜି ବଡ ଖବର ଆସିଛି । କେଉଁ ଦିନ ସୁଭଦ୍ରା ସହାୟତା ରାଶି ମିଳିବ ସେନେଇ ଆଜି ଆସିପାରେ ତାରିଖ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ତାରିଖ ଘୋଷଣା କରିପାରନ୍ତି । ୧୭ ତାରିଖ ଦିନ ସୁଭଦ୍ରା ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ସେଦିନ ୨୫ ଲକ୍ଷରୁ ଅଧିକ ମହିଳାଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳିଥିଲା । ଏବେ ଆବେଦନ ୯୨ ଲକ୍ଷ ଟପିଥିବା ବେଳେ କିସ୍ତି ଅପେକ୍ଷାରେ ହିତାଧିକାରୀ ।

ବିଜେପି ସରକାରଙ୍କ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିରେ ମହିଳାଙ୍କୁ ୫ ହଜାର ଟଙ୍କାର ଭାଉଚର୍‌ ଆସିଛି । ପ୍ରଧାନମନ୍ତ୍ରୀ ନିଜେ ଆସି ସୁଭଦ୍ରା ଟଙ୍କା ଦେଇଥିଲେ । ଆଗାମୀ ବର୍ଷ ମହିଳା ଦିବସରେ ଦ୍ୱିତୀୟ କିସ୍ତି ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତ ।

ଆବେଦନକାରୀଙ୍କ ନାଁରେ ଆଧାର କାର୍ଡ ଓ କାର୍ଯ୍ୟକ୍ଷମ ବ୍ୟାଙ୍କ ଆକାଉଣ୍ଟ ଥିବା ଆବଶ୍ୟକ । ବ୍ୟାଙ୍କ ସହ ଆଧାର ସଂଯୋଗ ହୋଇଥିବା ଜରୁରୀ। ତା’ସହିତ ହିତାଧିକାରୀଙ୍କ ମୋବାଇଲ ନମ୍ବରଟି ମଧ୍ୟ ଆଧାର କାର୍ଡ ସହ ଲିଙ୍କ ହୋଇଥିବା ଆବଶ୍ୟକ । ଏଥିସହ ସୁଭଦ୍ରା ଫର୍ମ ଦାଖଲବେଳେ ଆପଣଙ୍କୁ ଆଧାରର ଜେରକ୍ସ ସହ ରାଶନ କାର୍ଡ ଓ କାର୍ଯ୍ୟକ୍ଷମ ବ୍ୟାଙ୍କ ଆକାଉଣ୍ଟ ଖାତାର ଜେରକ୍ସ ଦାଖଲ କରିବା ଜରୁରୀ। ଏଥିସହ ବାୟୋମେଟ୍ରିକ ବି ସଠିକ୍‌ ଭାବେ ଦେଇଥିବା ଦରକାର। ଏହାପରେ ଆପଣଙ୍କୁ ଜନସେବା କେନ୍ଦ୍ର ଅଡ଼ିକାରୀ ଏକ ରସିଦ କାର୍ଡ ଦେବେ । ଯେଉଁଥିରେ ଆପଣଙ୍କ ସିରିଆଲ ନମ୍ବର ଲେଖାଯାଇଥିବ । ଏସବୁ ଜରୁରୀ ଡକ୍ୟୁମେଣ୍ଟ ଦାଖଲ କରି ନ ଥିଲେ ଆପଣଙ୍କ ଆବେଦନ କଟିଯିବ । ଆଉ ଆପଣ ଟଙ୍କାଟିଏ ମଧ୍ୟ ପାଇବେନି।

ପ୍ରଭାତୀ ପରିଡ଼ା କହିଛନ୍ତି, ୨ ଦିନ ତଳେ ଯାହା ରଭ୍ୟୁ ନେଇଥିଲି ୯୨ ଲକ୍ଷ ଲୋକେ ସୁଭଦ୍ରା ଯୋଜନା ପାଇଁ ଆବଦେନ କରିଥିଲେ । ଆମେ ୨୫ ଲକ୍ଷ ୧୧ ହଜାର ଲୋକଙ୍କୁ ଦେଇଛୁ । ଆଉ ଗୋଟିଏ ସପ୍ତାହ ଭିତରେ ୧ କୋଟି ଲୋକଙ୍କ ଆବଦେନ ବୋଧେ ଆସିଯାଇଥିବ । ସୁଭଦ୍ରା ଯୋଜନା କୋଟିଏ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ୧ରୁ ସ୍ଲାବ ହେବ ପୁଣି ଲୋକଙ୍କୁ ଦିଆଯିବ । ଯେଉଁମାନେ ଆବେଦନ କରିଛନ୍ତି ସରକାର ସମସ୍ତଙ୍କର ଭେରିଫିକେସନ କରିବେ।

କିଛିଦିନ ମଧ୍ୟରେ ୨୫ ଲକ୍ଷ ୧୧ ହଜାର ଲୋକଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଟଙ୍କା ଯିବ। ଯଦି ପ୍ରଥମ କିସ୍ତି ଯାଇ ନ ଥିବ ତେବେ ମାର୍ଚ୍ଚ ୮ରେ ସମସ୍ତଙ୍କୁ ଏକକାଳୀନ ୨ଟି କିସ୍ତି ଟଙ୍କା ମିଳିବ।

ତେବେ ୧୭ ତାରିଖ ମୋଦିଙ୍କ ଜନ୍ମଦିନ ଦିବସରେ ଅଧିକାଂଶ ମହିଳାଙ୍କ ଖାତାକୁ ସୁଭଦ୍ରାର ପ୍ରଥମ କିସ୍ତି ଆସିଥିବାବେଳେ ଅନେକଙ୍କୁ ଏହି ଟଙ୍କା ମିଳିନାହିଁ । ଯାହାକୁ ନେଇ ସେମାନେ ଦ୍ୱନ୍ଦ୍ୱରେ ଅଛନ୍ତି । ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଇଥିବା ସୂଚନା ଅନୁସାରେ, ୧୭ ତାରିଖ ଅର୍ଥାତ ଆଜି ପରେ ଆବେଦନ କରୁଥିବା ମହିଳାମାନଙ୍କୁ ସୁଭଦ୍ରା ଯୋଜନାର ଲାଭ ନିଶ୍ଚିତ ଭାବେ ମିଳିବ । ସୁଭଦ୍ରା ଟଙ୍କା ପାଇଁ ଆବେଦନ କରିବାକ ର୍ନିଦ୍ଦିଷ୍ଟ କୌଣସି ସମୟ ସୀମା ନାହିଁ । ଜଣେ ଚାହିଁଲେ ଯେତେବେଳେ ବି ରେଜିଷ୍ଟ୍ରେସନ କରିପାରିବେ ।

Get real time updates directly on you device, subscribe now.