fbpx

ପ୍ରଥମ ଦିନ ରେକର୍ଡ ଭାଙ୍ଗିବ Jr NTRଙ୍କ ଫିଲ୍ମ ‘ଦେୱରା’! ରିଲିଜ ପୂର୍ବରୁ ହିଁ ଆଡଭାନ୍ସ ବୁକିଂରେ ଏତିକି କୋଟି କଲା ରୋଜଗାର

ନୂଆଦିଲ୍ଲୀ: ଜୁନିୟର ଏନଟିଆର ଏବଂ ଜାନଭୀ କପୁରଙ୍କ ଫିଲ୍ମ ‘ଦେୱରା-ପାର୍ଟ୧’ ୨୦୨୪ ମସିହାର ମୋଷ୍ଟ ଆୱେଟେଡ ଫିଲ୍ମ। ଏହି ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଉଚ୍ଚ ଶିଖର ଛୁଇଁବା ଦେଖିବାକୁ ମିଳିଛି। ଏଥିପାଇଁ ଫିଲ୍‌ମର ଆଡଭାନ୍ସ ବୁକିଂ ହେବାରେ ଲାଗିଛି। ଫାର୍ଷ୍ଟ ଡେ ଫିଲ୍ମକୁ ଦେଖିବା ପାଇଁ ଖୁବ ଜୋରରେ ଟିକେଟ ବୁକିଂ ହେଉଛି। ଆସନ୍ତୁ ଜାଣିବା ‘ଦେୱରା-ପାର୍ଟ୧’ ରିଲିଜ ପୂର୍ବରୁ ପ୍ରି ସେଲ ଟିକେଟରେ କେତେ ରୋଜଗାର କରିଛି।

ଏସଏସ ରାଜାମୌଲୀଙ୍କ ଫିଲ୍ମ ଆରଆରଆର ସଫଳତା ପାଇସାରିବା ପରେ, ବର୍ତ୍ତମାନ ଜୁନିୟର ଏନଟିଆର ‘ଦେୱରା-ପାର୍ଟ୧’ରେ ବଡ ପରଦାରେ କମବ୍ୟାକ କରୁଛନ୍ତି। ଏହି ଫିଲ୍ମରେ ବଲିଉଡ ଅଭିନେତ୍ରୀ ଜାନଭୀ କପୁର ମଧ୍ୟ ସାଉଥ ଫିଲ୍ମରେ ଡେଭ୍ୟୁ କରିଛନ୍ତି। ଜୁନିଅର ଏନଟିଆରଙ୍କ ଏହି ଫିଲ୍ମର ରିଲିଜ ପୂର୍ବରୁ କ୍ରେଜ ଦେଖିବାକୁ ମିଳିଛି।

ସାକନିଲ ରିପୋର୍ଟ ମୁତାବକ ଜୁନିଅର ଏନଟିଆରଙ୍କ ଏହି ଫିଲ୍ମ ପୂର୍ବ ଦିନ ପାଇଁ ଏପର୍ଯ୍ୟନ୍ତ ସାରା ଦେଶରେ ୭ ଲକ୍ଷ ୩୪ ହଜାର ୭୬୧ ଟିକେଟର ପ୍ରି ସେଲ ହୋଇସାରିଛି। ରିଲିଜ ପୂର୍ବରୁ ୧୮.୭୮ କୋଟି ରୋଜଗାର କରିସାରିଲାଣି ଏହି ଫିଲ୍ମ। ଏଥିରେ ସବୁଠାରୁ ଅଧିକ ୭ ଲକ୍ଷ ୧୯ ହଜାର ୬୦୮ ଟିକେଟର ଆଡଭାନ୍ସ ବୁକିଂ ହୋଇସାରିଛି। ହିନ୍ଦୀ ଫିଲ୍ମରେ ଏପର୍ଯ୍ୟନ୍ତ ୧୩ ହଜାର ୩ ଶହ ୨୪ ଟିକେଟର ପ୍ରି ସେହ ହୋଇଛି।

‘ଦେୱରା-ପାର୍ଟ୧’ ବୁଧବାର ଦିନ ଦ୍ୱିପ୍ରହର ପର୍ଯ୍ୟନ୍ତ ଆଡଭାନ୍ସ ବୁକିଂରେ ୧୮ କୋଟିରୁ ଅଧିକ ରୋଜଗାର କରିଛି। ଏହି ଫିଲ୍ମ ରିଲିଜ ହେବାକୁ ଆହୁରି ଗୋଟିଏ ଦିନ ବାକି ଅଛି। ତେବେ ଆଜି ଏବଂ କାଲି ପ୍ରି ଟିକେଟ ସେଲରେ ବମ୍ପର ରୋଜଗାର ହେବାର ଆଶା ରହିଛି। ଏହି ଫିଲ୍ମଟି ୨୭ ସେପ୍ଟେମ୍ବରରେ ରିଲିଜ ହେବାକୁ ଯାଉଛି। ୱାର୍ଲଡ ୱାଇଡ ଦେଖିବାକୁ ଗଲେ ଏହି ଫିଲ୍ମ ୧୦୦ କୋଟିର ସଂଖ୍ୟା ପାରି କରିପାରେ ବୋଲି କୁହାଯାଉଛି।

Get real time updates directly on you device, subscribe now.