fbpx

ଆଜି ସନ୍ଧ୍ୟା ୭ଟାରେ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବେ ଦେବେନ୍ଦ୍ର ଫଡଣବିସ, ତୃତୀୟ ଥର ସମ୍ଭାଳିବେ ମହାରାଷ୍ଟ୍ର ଗାଦି

ମୁମ୍ବାଇ: ବିଜେପି ନେତା ଦେବେନ୍ଦ୍ର ଫଡଣବିସ୍ ଆଜି ସନ୍ଧ୍ୟା ୭ଟାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବେ। ତାଙ୍କ ସହିତ ଏକନାଥ ସିନ୍ଦେ ଉପ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇ ପାରନ୍ତି। ପୂର୍ବରୁ ଚର୍ଚ୍ଚା ଚାଲିଥିଲା ଯେ ଜୁଲାଇ ୧ରେ ଫଡଣବିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତେବେ ଏହା ମଧ୍ୟରେ ଦେବେନ୍ଦ୍ର ଫଡଣବିସ ଏବଂ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କୁ ସାକ୍ଷାତ କରିଛନ୍ତି। ଉଭୟ ନେତା ରାଜ୍ୟପାଳଙ୍କ ନିକଟରେ ରାଜ୍ୟରେ ସରକାର ଗଠନ କରିବାକୁ ଦାବି କରିଛନ୍ତି। ସଂପ୍ରତି ବିଜେପି ନିକଟରେ ମୋଟ୍ ୧୦୬ ବିଧାୟକ ରହିଥିବା ବେଳେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ନିର୍ଦ୍ଦଳୀୟ ସମେତ ମୋଟ୍ ୪୯ ବିଧାୟକଙ୍କ ସମର୍ଥନ ଥିବା ଦାବି କରାଯାଇଛି।

ଆଜି ହିଁ ଏକନାଥ ସିନ୍ଦେ ଗୋଆରୁ ମୁମ୍ବାଇ ପହଞ୍ଚିଥିଲେ ଏବଂ ଫଡଣବିସଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ। ଏହା ପୂର୍ବରୁ ଆଜି ଉଦ୍ଧବ ଠାକରେ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଗତକାଲି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିଥିଲେ। ଏହା ପରେ ଦେବେନ୍ଦ୍ର ଫଡଣବିସ ଜୁଲାଇ ୧ରେ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବେ ବୋଲି କୁହାଯାଉଥିଲଉା। ମାତ୍ର ଆଜି ସନ୍ଧ୍ୟାରେ ହିଁ ଫଡଣବିସ ତୃତୀୟ ଥର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।

ବିଜେପି ସୂତ୍ର ଅନୁଯାୟୀ, ବିଜେପିରୁ ମୋଟ୍ ୨୮ ମନ୍ତ୍ରୀ ହୋଇ ପାରନ୍ତି ଏବଂ ଏକନାଥଙ୍କ ଗୋଷ୍ଠୀରୁ ୧୩ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିପାରେ। ଏଥିରୁ ୮ ଜଣଙ୍କ କ୍ୟାବିନେଟ୍ ପାହ୍ୟା ମିଳିପାରେ ଏବଂ ୫ ଜଣଙ୍କୁ ରାଷ୍ଟ୍ର ମନ୍ତ୍ରୀ ପଦ ଦିଆଯାଇପାରେ। ବର୍ତ୍ତମାନ ସମସ୍ତ ବିଦ୍ରୋହୀ ବିଧାୟକ ତାଜ ହୋଟେଲରେ ଅବସ୍ଥାପନ କରିଛନ୍ତି।

Get real time updates directly on you device, subscribe now.