fbpx

ଆଜି ଅପରାହ୍ଣ ୪ଟାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏହି ଅବସରରେ ଶ୍ରୀଜୀଉଙ୍କ ଶ୍ରୀମୁଖ ସିଂଗାର ନୀତି ଅନୁଷ୍ଠିତ ହେବାକୁ ଥିବାରୁ ଅପରାହ୍ଣ ୪ଟାରୁ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହିବ । ପ୍ରତି ମାସରେ ମହାପ୍ରଭୁଙ୍କ ଶ୍ରୀମୁଖ ସିଂଗାର ନୀତି ଅନୁଷ୍ଠିତ ହୋଇଥାଏ । ବନକଲାଗି ନୀତି ପରେ ମହାସ୍ନାନ ହୋଇ ଅନ୍ୟାନ୍ୟ ନୀତି ବଢ଼ିବ । ଆଜି ମାର୍ଗଶୀର ଦ୍ୱାଦଶୀ ତିଥିରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଦତ୍ତ ମହାପାତ୍ର ସେବକଙ୍କ ଦ୍ୱାରା ସମ୍ପାଦନ ହେବ । ଅପରାହ୍ଣ ୪ଟାରୁ ଏହି ନୀତି ଆରମ୍ଭ ହେବାକୁ ଥିବାରୁ ସାଧାରଣ ଦର୍ଶନ ସେ ସମୟରେ ବନ୍ଦ ରହିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.