Breaking: ଆଇନମନ୍ତ୍ରୀଙ୍କ ବଡ଼ ଘୋଷଣା, 20 ନୁହେଁ ବରଂ 1 ତାରିଖରୁ ଧାଡ଼ି ଦର୍ଶନ

ଫେବୃଆରୀ 1 ତାରିଖରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ । ସୂଚନା ଦେଲେ ଆଇନ ମନ୍ତ୍ରୀ ।

ଭୁବନେଶ୍ବର: ମହାପ୍ରଭୁଙ୍କ ଧାଡ଼ି ଦର୍ଶନ ନେଇ ଆଇନ ମନ୍ତ୍ରୀଙ୍କ ବଡ଼ ଘୋଷଣା । ଆସନ୍ତା 20 ତାରିଖ ନୁହେଁ ବରଂ ଫେବୃଆରୀ 1 ତାରିଖରୁ ଏହି ଧାଡ଼ି ଦର୍ଶନ ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ହୁଣ୍ଡି ସ୍ଥାନାନ୍ତରଣରେ ବିଳମ୍ବ- ଆଇନ ମନ୍ତ୍ରୀଙ୍କ କହିବା ଅନୁସାରେ, ନାଟ ମଣ୍ଡପରେ ହୁଣ୍ଡି ସ୍ଥାନାନ୍ତର ନେଇ ଟିକେ ବିଳମ୍ବ ହେଉଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କର ଅନୁମୋଦନ ଦରକାର ।

1 ତାରିଖରୁ ଆରମ୍ଭ ହେବ ଧାଡ଼ି ଦର୍ଶନ- ତେବେ ଖୁବ ଶୀଘ୍ର ନାଟମଣ୍ଡପରୁ ହୁଣ୍ଡି ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହେବ । ହୁଣ୍ଡି ସ୍ଥାନାନ୍ତରଣ ପରେ ପ୍ରାୟତଃ 1 ତାରିଖରୁ ଧାଡ଼ି ଦର୍ଶନ ଆରମ୍ଭ ହେବ ।

ମିଳିଥିବା ସୂଚନା ଅନୁସାରେ, ଧାଡ଼ି ଦର୍ଶନ ବ୍ୟବସ୍ଥା ହେଲେ ମାର୍କେଟ ଛକ ଯାଏ ଧାଡ଼ି ହେବ। ଏହି ସମୟରେ ଶ୍ରଦ୍ଧାଳୁଙ୍କୁ ପିଇବା ପାଣି ଯୋଗାଇ ଦିଆଯିବ। ଏହାଛଡ଼ା ସେଠାରେ କୁଲର ଓ ଫ୍ୟାନ୍ ର ବ୍ୟବସ୍ଥା ବି କରାଯିବ। ଭିନ୍ନକ୍ଷମ ଓ ବୟସ୍କମାନଙ୍କ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।