fbpx

DGCAର ବଡ଼ ପଦକ୍ଷେପ, ଏୟାରପୋର୍ଟ- ଏୟାରଲାଇନ୍ସରେ ୨୫% ମହିଳା ଷ୍ଟାଫ୍ ନିଯୁକ୍ତ କରିବା ଉଚିତ

ନୂଆଦିଲ୍ଲୀ: ଆଭିଏସନ୍ ସେକ୍ଟରର ରେଗୁଲେଟର, ଡିରେକ୍ଟର ଜେନେରାଲ ଅଫ୍ ସିଭିଲ ଆଭିଏସନ୍ (DGCA) ମହିଳାଙ୍କ ପାଇଁ ବଡ଼ ଖୁସି ଖବର ଆଣିଛି । ବୁଧବାର ଜାରି କରିଥିବା ଏକ ସର୍କୁଲାର ଅନୁଯାୟୀ ସମସ୍ତ ଏୟାରପୋର୍ଟ ଏବଂ ଏୟାରଲାଇନ୍ସରେ ଅତିକମରେ ୨୫% ମହିଳା ଷ୍ଟାଫଙ୍କୁ ନିଯୁକ୍ତ କରିବା ଉଚିତ । ଏଥିପାଇଁ ସମସ୍ତ ଏୟାରପୋର୍ଟ ଏବଂ ଏୟାରଲାଇନ୍ସ ନିୟମିତ ଭାବେ ନିଜ HR ନୀତିର ମଧ୍ୟ ସମୀକ୍ଷା କରିବା ସହ ଅଧିକରୁ ଅଧିକ ମହିଳାଙ୍କୁ ନିଯୁକ୍ତ କରିବା ପାଇଁ ପ୍ରୟାସ କରିବା ଉଚିତ ।

ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ସୁପାରିଶ ଜାରି କରି ବିଭିନ୍ନ ସ୍ତରରେ ଅତିକମରେ ୨୫ ପ୍ରତିଶତ ମହିଳା କର୍ମଚାରୀଙ୍କୁ ନିଯୁକ୍ତ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏହା ବ୍ୟତୀତ ମହିଳାଙ୍କ ପାଇଁ ଫ୍ଲେକ୍ସିବଲ ୱାର୍କିଂ କଣ୍ଡିସନ୍ ସୃଷ୍ଟି କରିବା ଉଚିତ । ଏହା ବ୍ୟତୀତ DGCA ଏହାର ନିର୍ଦ୍ଦେଶରେ କହିଛି ଯେ କମ୍ପାନୀଗୁଡ଼ିକରେ ବ୍ୟବହୃତ ହେଉଥିବା ଭାଷାରେ ମଧ୍ୟ କୌଣସି ଭେଦଭାବ ରହିବା ଉଚିତ ନୁହେଁ । ଏଭଳି ସ୍ଥିତିରୁ ବର୍ତ୍ତିବା ପାଇଁ କର୍ମଚାରୀଙ୍କୁ ତାଲିମ ମଧ୍ୟ ଦିଆଯିବ । ଆଭିଏସନ ସେକ୍ଟରରେ କାର୍ଯ୍ୟ କରୁଥିବା ଅନେକ ମହିଳା କର୍ମଚାରୀ ପାରିବାରିକ ସମସ୍ୟା କାରଣରୁ ଚାକିରି ଠାରୁ ଦୂରେଇ ରୁହନ୍ତି । ଏଥିପାଇଁ ଏୟାରପୋର୍ଟ ଏବଂ ଏୟାରଲାଇନ୍ସଙ୍କୁ ଏପରି ପଲିସି ପ୍ରସ୍ତୁତ କରିବା ଉଚିତ ଯେଉଁଥିପାଇଁ ପାରିବାରିକ ଦାୟିତ୍ୱ ପୂରା କରିବା ପାଇଁ ମହିଳାଙ୍କୁ ଚାକିରି ଛାଡ଼ିବେ ନାହିଁ ।

Get real time updates directly on you device, subscribe now.