fbpx

ପୋଲିସର ଗାଡ଼ି ଚେକିଙ୍ଗ ବେଳେ ଧରାପଡିଲେ ୨ ବ୍ରାଉନ୍‌ସୁଗର ବେପାରୀ, ୮ ଲକ୍ଷ ଟଙ୍କାର ଧଳାଜହର ଜବତ

ତିହିଡି (ଭାସ୍କର ନ୍ୟୁଜ୍‌): ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନ ନନ୍ଦପୁର ଛକ ନିକଟ ସତସଙ୍ଗ ବିହାର ନିକଟରେ ନଭେମ୍ବର ୧୬ ତାରିଖ ରାତି ପ୍ରାୟ ୮.୪୫ ରେ ପୋଲିସ ମୋଟର ଭେଇକିଲ ଚେକିଙ୍ଗ କରୁଥିବା ସମୟରେ ୮ ଲକ୍ଷ ଟଙ୍କା ମୂଲ୍ୟର ୮୦ ଗ୍ରାମ ବ୍ରାଉନସୁଗର ଜବତ କରିବା ସହିତ ତିହିଡି ଥାନା ଅଧିନ ବୁଧପୁର ଗ୍ରାମର ପରେଶ ଜେନା(୨୭)ଓ ପିରାହାଟ ଥାନା ଅଧିନ ଛତ୍ରଦା ଗ୍ରାମର ରଶ୍ମିରଞ୍ଜନ ନାଥଶର୍ମା (୨୫) ନାମକ ଯୁବକଙ୍କୁ ଗିରଫ କରିଥିବା ଜଣାପଡିଛି ।ସେମାନଙ୍କ ଠାରୁ ଓଡ଼ି୨୨ଏମ୭୫୨୨ ବ୍ଲୁରଙ୍ଗର ଏକ ମୋଟର ସାଇକେଲ ମଧ୍ୟ ପୋଲିସ ଜବତ କରିଛନ୍ତି ।

ସୂଚନା ମୁତାବିକ, ତିହିଡି ଥାନା ଆଇଆଇସି ତପନ କୁମାର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ଦିବ୍ୟଲୋଚନ ବେହେରା, ଏଏସଆଇ ପାର୍ଥ ବେହେରା,ଚିନ୍ମୟ ଦେହୁରୀ,ସୁଶାନ୍ତ ବାରିକ ଓ ମହିଳା କନେଷ୍ଟବଳ କମଳା ସୋରେନ ସତସଙ୍ଗ ବିହାର ନିକଟରେ ମୋଟର ଭେଇକିଲ ଚେକିଙ୍ଗ କରୁଥିଲେ । ଏହି ସମୟରେ ନନ୍ଦପୁର ବଜ଼ାର ଆଡୁ ଗୋଟେ ମୋଟର ସାଇକେଲରେ ୨ଜଣ ଯୁବକ ତିହିଡି ଅଭିମୁଖେ ଆସୁଥିଲେ । ସେମାନଙ୍କ ବ୍ୟବହାରରେ ପୋଲିସର ସନ୍ଦେହ ହୋଇଥିଲା ।ଫଳରେ ପୋଲିସ ସେମାନଙ୍କୁ ଯାଞ୍ଚ କରିଥିଲା ।ଯାଞ୍ଚ ସମୟରେ ଅଭଯୁକ୍ତ ପରେଶ ପାଖରୁ ୪୨.୩୮୦ ଗ୍ରାମ ବ୍ରାଉନସୁଗାର ସହିତ ମନି ପର୍ସରେ ଥିବା ୬୫୦ ଟଙ୍କା ଓ ରଶ୍ମିରଞ୍ଜନ ଠାରୁ ୪୨.୧୭୦ ଗ୍ରାମ ବ୍ରାଉନସୁଗାର ସହ ମନି ର୍ସରେ ଥିବା ୩୦୦ ଟଙ୍କା ପୋଲିସ ଜବତ କରିଛନ୍ତି ।ନଭେମ୍ବର ୧୭ ତାରିଖରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।ଖବରପାଇ ଚାନ୍ଦବାଲି ଏସ୍‌ ଡି ପି ଓ ଦେବୀ ଶଙ୍କର ପ୍ରତାପ ଥାନାରେ ପହଞ୍ଚି ଘଟଣାର ଅନୁଧ୍ୟାନକରି ଫେରିଛନ୍ତି

Get real time updates directly on you device, subscribe now.