ୟୁଜବେନ୍ଦ୍ର ଚହଲଙ୍କ ସହ ଫଟୋ ରିଷ୍ଟୋର କଲେ ଧନଶ୍ରୀ ବର୍ମା, ୟୁଜର କହିଲେ- ‘ଜଲନ୍ ହୋ ରହି ହୈ’
ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ସହ ଇନଷ୍ଟାଗ୍ରାମରେ ଫଟୋ ରିଷ୍ଟୋର କଲେ ଧନଶ୍ରୀ ବର୍ମା
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ, ସ୍ତ୍ରୀ ଧନଶ୍ରୀ ବର୍ମାଙ୍କ ସହ ନିଜ ସଂପର୍କକୁ ନେଇ କିଛିଦିନ ହେବ ଚର୍ଚ୍ଚାରେ ରହିଛନ୍ତି। କିଛି ମାସ ତଳେ ୟୁଜବେନ୍ଦ୍ର ଏବଂ ଧନଶ୍ରୀଙ୍କ ମଧ୍ୟରେ ଛାଡପତ୍ର ଖବର ସାମ୍ନାକୁ ଆସିଥିଲା।
ଧନଶ୍ରୀ ଏବଂ ୟୁଜବେନ୍ଦ୍ର ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟସରେ ଫଟୋ ଡିଲିଟ କରିଦେଇଥିଲେ ଏବଂ ଦୁହେଁ ଦୁହିଁଙ୍କୁ ଅନଫଲୋ ମଧ୍ୟ କରିଦେଇଥିଲେ।
ଏଥିସହ ଦୁହିଁଙ୍କର ଛାଡପତ୍ର ଖବର ଅଫିସିଆଲ ହୋଇଥିଲା। କିନ୍ତୁ ବର୍ତ୍ତମାନ ଧନଶ୍ରୀ କିଛି ଏପରି କରିଛନ୍ତି, ଯାହାକୁ ନେଇ ବର୍ତ୍ତମାନ ପୁଣିଥରେ ଚର୍ଚ୍ଚା ଚାଲିଛି।
ଚାମ୍ପିୟନ୍ସ ଟ୍ରଫି ନୂଆ ଝିଅଙ୍କ ସହ ଚହଲ: ଫ୍ୟାମିଲି କୋର୍ଟରେ ଶେଷଥର ପାଇଁ ଧନଶ୍ରୀ ଏବଂ ଚହଲ ଏକ ସାଙ୍ଗରେ ନଜର ଆସିଥିଲେ। ଏହାପରେ ଦୁହେଁ ଏପର୍ଯ୍ୟନ୍ତ ଏକ ସାଙ୍ଗରେ ସ୍ପଟ କରାଯାଇ ନାହିଁ।
ତେବେ ଦୁବାଇରେ ଚାଲିଥିବା ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଚହଲଙ୍କୁ ଏକ ନୂଆ ଝିଅ ସହ ଦେଖିବାକୁ ମିଳିଛି। ଏହାପରେ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହୋଇଛି।
ଫଟୋ କଲେ ରିଷ୍ଟୋର: ଧନଶ୍ରୀ ୟୁଜବେନ୍ଦ୍ର ଚହଲଙ୍କ ସହ ଉଠାଇଥିବା ଫଟୋକୁ ନିଜ ଇନଷ୍ଟା ଆକାଉଣ୍ଟରୁ ଡିଲିଟ କରିଦେଇଥିଲେ। ବର୍ତ୍ତମାନ ସେ ତାକୁ ରିଷ୍ଟୋର କରିଛନ୍ତି।
ଏହି ପୋଷ୍ଟରେ ଅନେକ ୟୁଜର୍ସ କମେଣ୍ଟ କରି ଲେଖିଛନ୍ତି ଯେ, ନୂଆ ଝିଅଙ୍କୁ ଚହଲଙ୍କ ସହ ଦେଖି ଧନଶ୍ରୀଙ୍କୁ ଜଲନ ହୋଇଛି, ଏଥିପାଇଁ ସେ ଏମିତି ରିଷ୍ଟୋର କରିଛନ୍ତି। କିନ୍ତୁ ଧନଶ୍ରୀ ଚହଲଙ୍କୁ ଫଲୋ କରିନାହାନ୍ତି କି ଚହଲ ବି ଧନଶ୍ରୀଙ୍କୁ ଫଲୋ କରିନାହାନ୍ତି।