ଧାର୍ମନ୍ଦ୍ରଙ୍କ ଆଖିରେ ପଡ଼ିଲା ବ୍ୟାଣ୍ଡେଜ୍, କହିଲେ ମୋ ପାଖରେ ଏବେ ବି ବହୁତ ବଳ… ଦେଖନ୍ତୁ (Video)

ଧର୍ମେନ୍ଦ୍ରଙ୍କ ଭିଡିଓ ଭାଇରାଲ । ଲୋକେ କଲେ ପ୍ରଶଂସା ।

ମୁମ୍ବାଇ: ଭେଟେରାନ୍ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ର ବଧ ପରଦା ବ୍ୟତୀତ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ । ୮୯ ବର୍ଷ ବୟସରେ ମଧ୍ୟ ସେ ସୋସିଆଲ ମିଡିଆରେ ନାନା ଭିଡିଓ ଓ ଫଟୋ ଶେୟାର କରୁଥିବାର ଦେଖିବାକୁ ମିଳିଛି ।

ମଙ୍ଗଳବାର ଧର୍ମେନ୍ଦ୍ରଙ୍କୁ ମୁମ୍ବାଇର ଏକ ହସ୍ପିଟାଲ ବାହାରେ ଦେଖିବାକୁ ମିଳିଛି । ତାଙ୍କ ଡାହାଣ ଆଖିରେ ବ୍ୟାଣ୍ଡେଜ୍ ପଡ଼ିଥିବାର ଦେଖିବାକୁ ମିଳିଛି । ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ସୂଚନା ମୁତାବକ ଧର୍ମେନ୍ଦ୍ରଙ୍କା ଆଖି ଅପରେଶନ୍ ହୋଇଛି । ଡାକ୍ତରଖାନାରେ ବାହାରିବା ବେଳେ ଧର୍ମେନ୍ଦ୍ର ଦୁଇ ହାତ ଟେକି କହିଥିଲେ, ଏବେ ବି ମୋ ପାଖରେ ବହୁତ ବଳ… ଯାହକୁ ଶୁଣି ସେଠାରେ ଉପସ୍ଥିତ ଲୋକ ଖୁସି ହେବା ସହ ଭାଇରାଲ ଭିଡିଓକୁ ଦେଖି ୟୁଜର୍ସ ଏବଂ ତାଙ୍କ ଫ୍ୟାନ୍ସ ଧର୍ମେନ୍ଦ୍ରଙ୍କୁ ପ୍ରଶଂସା କରିଛନ୍ତି ।

 

View this post on Instagram

 

A post shared by Viral Bhayani (@viralbhayani)