fbpx

ହୀରା: କେମିତି ଚିହ୍ନିବେ କେଉଁଟା ଅସଲି, ଜାଣନ୍ତୁ ଏ 4c ନିୟମକୁ ଅନୁକରଣ କରି…

Advertisement

ଓଡିଶା ଭାସ୍କର: ଆଭୂଷଣକୁ ନେଇ ଉଭୟ ମହିଳା ଓ ପୁରୁଷ ଆକର୍ଷିତ ହୋଇ ଥା’ନ୍ତି । ମହିଳାଙ୍କ ସହ ଆଜିର ଦୁନିଆରେ ପୁରୁଷମାନେ ବି ଭିନ୍ନ ଭିନ୍ନ ଆଭୂଷଣ ପିନ୍ଧିବାକୁ ପସନ୍ଦ କରନ୍ତି । ଏଥିରେ ସୁନାଠୁ ଆରମ୍ଭ କରି ହୀରା ସାମିଲ ଥାଏ । ଆଭୂଷଣ ତ ସମସ୍ତଙ୍କୁ ପସନ୍ଦ, ମାତ୍ର କିଣିବା ସମୟରେ ଅନେକ ଲୋକ ନକଲି ହୀରା, ସୁନା କିଣି ଠକେଇର ଶିକାର ହୁଅନ୍ତି । ନକଲି ସେମାନଙ୍କୁ ଅସଲିର ଭ୍ରମରେ ପକାଇ ସେମାନଙ୍କୁ ଠକର ମାୟାଜାଲରେ ପକାଇ ଦିଏ । ଫଳରେ ବ୍ୟକ୍ତି ବ୍ୟସ୍ତବିବ୍ରତ ହେବା ଛଡା ତା’ପାଖରେ ଆଉ କିଛି ନ ଥାଏ । ଯଦି ହୀରାରେ ଏ ଠକେଇର ଜଣେ ଶିକାର ହେଲା ତାହେଲେ କଥା ସରିଲା ।

ହୀରା ହେଉଛି ସବୁଠୁ ମହଙ୍ଗା ଧାତୁ । ବହୁ ଲୋକ ହୀରାର ଆଭୂଷଣ ଯଥା – ଘଡି ଓ ଅନ୍ୟ ଜିନିଷ ବ୍ୟବହାର କରିବା ପସନ୍ଦ କରନ୍ତି । ହୀରାକୁ ଚିହ୍ନିବା ଏତେ ସହଜ ନୁହେଁ । ସୁନା, ରୂପା ପରି ଏହାକୁ ଚିହ୍ନଟ କରିବା ମୁସ୍କିଲ । କହିରଖୁ, ସାଧାରଣ ଲୋକଟିଏ ହୀରାକୁ ଜାଣିବା ସହଜ ନୁହେଁ ।

ବିଶେଶଜ୍ଞ କହନ୍ତି ଯେ, ହୀରକୁ ଚିହ୍ନଟ କରିବା ମୁସ୍କିଲ ହୋଇଥିବାରୁ ଜ୍ୱେଲେରୀରୁ କିଣିବା ସମୟରେ ଏହାର ସାର୍ଟିଫିକେଟ ନେଇ ଆସିବା ଜରୁରୀ ଅଟେ । ଏହବାଦ ହୀରାକୁ ଚିହ୍ନିବା ପାଇଁ କେତେ ଗୁଡିଏ ପାରାମିଟର ରହିଛି । ଯାହାକୁ ୪ସି (4c ) କୁହନ୍ତି । ୪ସି (4c ) ଅର୍ଥ କଲର (colour), କ୍ଲିୟରିଟି(clearity), କଟ (cut) ଓ କ୍ୟାରେଟ (carat) ଅଟେ । ବିଶେଷଜ୍ଞଙ୍କ ଅନୁସାରେ, ହୀରାକୁ ବାଇଗଣ ରଙ୍ଗର କିରଣରେ ଦେଖିଲେ ଯଦି ତାହା ନୀଳରଙ୍ଗର ଆଭା ସୃଷ୍ଟି କରିବ, ତେବେ ତାହା ଅସଲି ଅଟେ । ଆଉ ଯଦି ହୀରାରୁ ସବୁଜ ତଥା ଗୋଲାପୀ ରଙ୍ଗ ଆସେ , ତେବେ ତାହା ନକଲି ଅଟେ । ତାହାସହ ହୀରାର କୋଣ ଅନୁକୋଣକୁ ଯଦି ଦେଖିଲେ ସେଥିରେ ଇନ୍ଦ୍ରଧନୁ ଭଳି ରଙ୍ଗ ଦୃଷ୍ଟିଗୋଚର ହୁଏ, ତେବେ ତାହା ଅସଲି ଅଟେ ।

Get real time updates directly on you device, subscribe now.