ଋତୁସ୍ରାବର ବୟସ ପୂର୍ବରୁ ପିଲାଙ୍କୁ ଖୁଆନ୍ତୁ ଏହି ଜିନିଷ, ଉଚ୍ଚତା ବଢିବା ସହ ରହିବେ ଆକ୍ଟିଭ

ଓଡ଼ିଶା ଭାସ୍କର: ଅନେକ ମାଆଙ୍କୁ ଏହି ଡରଥାଏ ଯେ, ପିଲାମାନଙ୍କ ଋତୁସ୍ରାବ ନ ହେଉ। କାରଣ ଏହା ହେଲା ପରେ ପିଲାଙ୍କ ଉଚ୍ଚତା ବଢିବ କି ନାହିଁ ଠିକ୍ ନାହିଁ। ତେବେ ଅବିଭାବକଙ୍କ ଏହି ଚିନ୍ତାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିଧି ଝା ଖାସ କଥା କହିଛନ୍ତି। ଡାକ୍ତରଙ୍କ କହିବାନୁଯାୟୀ, ଏହି ସମୟରେ ପିଲାମାନଙ୍କର ଯତ୍ନ ନେବା ଆବଶ୍ୟକ। ପିରିୟଡ୍ସ ପୂର୍ବର ସମୟକୁ ପୁବର୍ଟି କୁହାଯାଇଥାଏ। ନିଧି ଝାଙ୍କ କହିବାନୁଯାୟୀ, ଉଚ୍ଚତା ବଢିବା ବହୁତ ଫ୍ୟାକ୍ଟର ଉପରେ ଡିପେଣ୍ଡ କରିଥାଏ।

ଡାକ୍ତର ନିଧି ଝାଙ୍କ କହିବାନୁ୍‌ଯାୟୀ, ଶିଶୁଙ୍କ ସୁସ୍ଥ ଜୀବନ ମିନାର୍କୀ ଉପରେ ପ୍ରଭାବ ପକାଇଥାଏ। ମିନାର୍କୀ ଯେତିକି ବିଳମ୍ବ ହେବ ଉଚ୍ଚତା ବଢିବାର ସମ୍ଭାବନା ସେତିକି ଅଧିକ ହେବ। ଏଥିପାଇଁ ଉଚ୍ଚତା ଏବଂ ଓଜନର ରେସିଓ ମେଣ୍ଟେନ କରିବା ଅଧିକ ଆବଶ୍ୟକ। ବିଏମଆଇ ଅର୍ଥାତ ଶରୀରର ମାସ ଇଣ୍ଡେକ୍ସ ସଂନ୍ତୁଳନ ରଖିବା ଆବଶ୍ୟକ। ଓଜନ ଯେତେ କମ ହେବ ପିଲାଙ୍କ ମିନାର୍କୀର ବୟସରେ ପହଞ୍ଚିବାକୁ ସେତିକି ସମୟ ଲାଗିବ। ଏଥିସହ ସେ ଏହା ମଧ୍ୟ କହିଛନ୍ତି ଯେ, ଓଜନ କମ ରଖିବାର ଅର୍ଥ ଏହା ନୁହେଁ ଯେ, ତାଙ୍କୁ ଖାଇବାକୁ ଦେବା କମ କରିଦେବା। ଏହାର ଅର୍ଥ ପିଲାମାନଙ୍କୁ ଚାଇଲ୍ଡହୁଡ ଓବେସିଟି ହେବି ନ ହେଇଯାଉ।

ଡାକ୍ତରଙ୍କ ଅନୁଯାୟୀ, ପିଲାମାନଙ୍କ ଡାଏଟ ଏପରି ହେବା ଆବଶ୍ୟକ, ଯେଉଁଥିରେ ଭରପୁର କମ୍ପେ୍ଲକ୍ସ କବର୍ସ ମିଳିଥାଏ, ପ୍ରୋଟିନର ମାତ୍ରା ପୁରା ହୋଇପାରିବ ଏବଂ ଅନ୍ୟାନ୍ୟ ନ୍ୟୁଟ୍ରିସନ ମଧ୍ୟ ସଂପୂର୍ଣ୍ଣ ମିଳିପାରିବ। ବଟର, ପ୍ରୋସେସ୍‌ଡ ସୁଗାର, ସସ, ପ୍ରିଜର୍ବେଟିବ୍ସ ଯୁକ୍ତ ଖାଦ୍ୟ ପିଲାମାନଙ୍କ ହାଇଟ ପାଇଁ ସାମିଲ କରନ୍ତୁ ନାହିଁ।