fbpx

ଦହି ଆଉ ୟୋଗଟ ଭିତରେ କଣ ରହିଛି ପାର୍ଥକ୍ୟ ଆପଣ ଜାଣନ୍ତି କି ?

ନୂଆଦିଲ୍ଲୀ : ଦହି ଆଉ ୟୋଗଟ ଏହି ଦୁଇଟି ନାମ ଆପଣ ଖୁବ ଶୁଣିଥିବେ । ତେବେ କେବେ ଭାବିଛନ୍ତି କି ଏହି ଦୁଇଟି ଭିତରେ କିଛି ପାର୍ଥକ୍ୟ ଅଛି ନା ଦୁଇଡି ସମାନ ସାମଗ୍ରୀ । ତେବେ ଏହି ବିଷୟରେ ଆଜି ଆମେ ଆପଣଙ୍କର ସମସ୍ତ ଚିନ୍ତା ଦୂର କରିବୁ । ଦହି ଆଉ ୟୋଗଟ ଭିତରେ କଣ ପାର୍ଥକ୍ୟ ରହିଛି ଯଦି ଆପଣ ଲୋକମାନଙ୍କୁ ଏହି ପ୍ରଶ୍ନ ପଚାରନ୍ତି, ତେବେ ଅଧିକାଂଶ ଲୋକ ଦ୍ୱନ୍ଦ୍ୱରେ ପଡ଼ିବେ । ବାସ୍ତବରେ ଏହି ପ୍ରଶ୍ନ ସେହି ପ୍ରଶ୍ନଗୁଡିକରେ ଅନ୍ତର୍ଭୂକ୍ତ ହୋଇଛି ଯାହାର ସଠିକ୍ ଉତ୍ତର ଖୁବ୍ କମ୍ ଲୋକଙ୍କୁ ଜଣା । ଆଜି ଆମେ ଆପଣଙ୍କୁ ଦହି ଏବଂ ୟୋଗଟ ମଧ୍ୟରେ ପାର୍ଥକ୍ୟ ବିଷୟରେ କହିବାକୁ ଯାଉଛୁ ।

-କ୍ଷୀରରେ ଯେକୌଣସି ଅମ୍ଳୀୟ ପଦାର୍ଥ (ଯେପରିକି ଲେମ୍ବୁ ରସ କିମ୍ବା ଭିନେଗାର ଇତ୍ୟାଦି) ମିଶାଇ ଦହି ପ୍ରସ୍ତୁତ କରାଯାଏ । ଦହି ତିଆରି ପ୍ରକ୍ରିୟାରେ କ୍ଷୀରକୁ ଫଟେଇ ଦିଆଯାଏ।

-କିନ୍ତୁ ୟୋଗଟ କ୍ଷୀରର ଜୀବାଣୁ ଫର୍ମେସନ ପରେ ତିଆରି ହୁଏ । ୟୋଗଟ ହେବା ପାଇଁ ଲାକ୍ଟୋବ୍ୟାସିଲିସ୍ ବୁଲଗାରିକସ୍ ପରି ଜୀବାଣୁ ବ୍ୟବହୃତ ହୁଏ ।

-ୟୋଗଟ ତିଆରି କରିବା ସମୟରେ ବିଭିନ୍ନ ସ୍ୱାଦ ବ୍ୟବହାର କରାଯାଇପାରେ । କିନ୍ତୁ ଦହି ସାଧାରଣ ସ୍ୱାଦର ହୋଇଥାଏ ।

-ୟୋଗଟ ତିଆରି କରିବା ପାଇଁ ସ୍ୱତନ୍ତ୍ର ଶିଳ୍ପ ସ୍ଥାନ ରହିଛି ଏହାକୁ ଘରେ ତିଆରି କରିବା ସହଜ ନୁହେଁ ।

-ଏହାକୁ ପ୍ରୋସେସ ଫୁଡ ମଧ୍ୟରେ ଗଣନା କରାଯାଏ।

-କିନ୍ତୁ ଦହି ବିଷୟରେ କହିବାକୁ ଗଲେ , ଆପଣ ଏହାକୁ ଘରେ ମଧ୍ୟ ବିଭିନ୍ନ ଉପାୟରେ ତିଆରି କରିପାରିବେ।

-ୟୋଗଟରେ କ୍ୟାଲସିୟମ୍, ଫସଫରସ୍, ଭିଟାମିନ୍-ବି ୧୨ ଭଳି ପୋଷକ ତତ୍ତ୍ୱ ରହିଥାଏ।

-ସେହି ଭଳି ଦହିରେ କ୍ୟାଲସିୟମ୍, ଆଇରନ୍, ଫସଫରସ୍, ପୋଟାସିୟମ୍ ଏବଂ ଭିଟାମିନ୍-ବି ୬ ଭଳି ପୋଷକ ତତ୍ତ୍ୱ ରହିଥାଏ।

-ୟୋଗଟ ରକ୍ତଚାପ ଏବଂ କୋଲେଷ୍ଟ୍ରଲ ଭଳି ସମସ୍ୟା ଦୂର କରିବା ପାଇଁ ବ୍ୟବହାର କରାଯାଇପାରେ।

-ସେହିଭଳି ଦହି ଶରୀରଏବଂ ସ୍ୱାସ୍ଥ୍ୟ ପାଇଁ ଭଲ। ହଜମ ସମସ୍ୟା ଦୂର କରିବାରେ ଏହା ବହୁତ ସାହାଯ୍ୟକାରୀ।

-କେଶରେ ପ୍ରୟୋଗ କରିବା ଠାରୁ ଆରମ୍ଭ କରି ଫେଶ ପ୍ୟାକ ତିଆରି ପର୍ଯ୍ୟନ୍ତ ସବୁଠାରେ ଦହି ବ୍ୟବହାର କରାଯାଏ।

Get real time updates directly on you device, subscribe now.