fbpx

IPL ରୁ ଅବସର ନେବା ପରେ Dinesh Karthik ହେଲେ RCB ବ୍ୟାଟିଂଗ କୋଚ ଏବଂ ମେଣ୍ଟର, ଫ୍ରାଞ୍ଚାଇଜ କଲା ବଡ଼ ଘୋଷଣା

Advertisement

ନୂଆଦିଲ୍ଲୀ: ଭାରତୀୟ ଟୀମର ପୂର୍ବତନ ୱିକେଟକିପର ବ୍ୟାଟର ଦିନେଶ କାର୍ତ୍ତିକଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିଜ ଟୀମର ବ୍ୟାଟିଙ୍ଗ କୋଚ ଏବଂ ମେଣ୍ଟରଙ୍କ ପାଇଁ ନିଯୁକ୍ତ କରାଯାଇଛି । ଫ୍ରାଞ୍ଚାଇଜ ଏହାର ଘୋଷଣା ସୋମବାର ଦିନ ସୋସିଆଲ ମିଡିଆରେ ପୋଷ୍ଟ କରି ସେୟାର କରିଛି । ଦିନେଶ କାର୍ତ୍ତିକ ଗତ ସିଜନରେ ଆଇପିଏଲରୁ ସନ୍ୟାସ ନେଇଥିଲେ, ହେଲେ ବର୍ତ୍ତମାନ କାର୍ତ୍ତିକ ନୂଆ ଭୂମିକାରେ ନଜର ଆସିବେ । କାର୍ତ୍ତିକ ଆରସିବି ସହ ଆଇପିଏଲର ଅନେକ ଟୀମ ପାଇଁ ଖେଳିସାରିଛନ୍ତି ।

ଆରସିବି ଏକ୍ସରେ ଏକ ପୋଷ୍ଟ ସେୟାର କରି ଏକ ବଡ ସୂଚନା ଦେଇଛି । ଆରସିବି କହିଛି ଯେ, ଦିନେଶ କାର୍ତ୍ତିକଙ୍କୁ ସେ ଟୀମର ମେଣ୍ଟର ଏବଂ ବ୍ୟାଟିଙ୍ଗ କୋଚ ପାଇଁ ଦାୟିତ୍ୱ ଦେଇଛନ୍ତି । ଆରସିବି ଲେଖିଛି ଯେ, କାର୍ତ୍ତିକ ଆରସିବିରେ ନୂଆ ଅବତାର ସହ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ଦିନେଶ କାର୍ତ୍ତିକ ଆରସିବି ଗେମ୍ସ ଟୀମର ବ୍ୟାଟିଙ୍ଗ କୋଚ ଏବଂ ମେଣ୍ଟର ହେବେ । ଆପଣ କାହାକୁ କ୍ରିକେଟରୁ ବାହାର କରିପାରିବେ କିନ୍ତୁ ଭିତରୁ କ୍ରିକେଟକୁ ବାହାର କରିପାରିବେ ନାହିଁ ।

Get real time updates directly on you device, subscribe now.