ଫିଲ୍ମ ଫେଷ୍ଟିଭାଲ ଆରମ୍ଭ ହେଉ ହେଉ ଅନ୍ଧାର ହୋଇଗଲା ଷ୍ଟେଜ୍, ସିନେପ୍ରେମୀ ଅସନ୍ତୁଷ୍ଟ
ଫିଲ୍ମ ଫେଷ୍ଟିଭାଲରେ ଅବ୍ୟବସ୍ଥା । ପ୍ରଥମ ଦିନ ଶୋ, ଚାଲିଥିବା ବେଳେ କଟିଗଲା ବିଜୁଳି । ଜୟଦେବ ଭବନକୁ ଦୀର୍ଘ ସମୟ ଆସିଲାନି ଲାଇନ ।
ଭୁବନେଶ୍ବର: ଫିଲ୍ମ ଫେଷ୍ଟିଭାଲରେ ଅବ୍ୟବସ୍ଥା । ପ୍ରଥମ ଦିନ ଶୋ, ଚାଲିଥିବା ବେଳେ କଟିଗଲା ବିଜୁଳି । ଜୟଦେବ ଭବନକୁ ଦୀର୍ଘ ସମୟ ଆସିଲାନି ଲାଇନ । ତେବେ ଏଭଳି ଅବ୍ୟବସ୍ଥାକୁ ନେଇ ସିନେପ୍ରେମୀ ଅସନ୍ତୁଷ୍ଟ ହୋଇଥିବା ଦେଖିବାକୁ ମିଳିଛି ।
ପ୍ରକାଶ ଥାଉକି, ଆଜୁଠୁ ଅର୍ଥାତ୍ ଜୁନ୍ 6 ରୁ 9 ତାରିଖ ଯାଏଁ ଭୁବନେଶ୍ୱର ଜୟଦେବ ଭବନରେ ‘ଭୁବନେଶ୍ୱର ଫିଲ୍ମ ସର୍କଲ’ ପକ୍ଷରୁ ଆୟୋଜିତ ହୋଇଛି ‘ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ’ । ଏହାର ଦ୍ୱିତୀୟ ସଂସ୍କରଣରେ 9ଟି ଭାଷାର କ୍ଲାସିକ୍ ଚଳଚ୍ଚିତ୍ର ପ୍ରଦର୍ଶିତ କରାଯିବ। ଓଡ଼ିଆ ସିନେମା ଜଗତ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ପାଞ୍ଚ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯିବ।
ପ୍ରତିଦିନ ସକାଳ 10ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ଚଳଚ୍ଚିତ୍ରର ସ୍କ୍ରିନିଂ ହେବ। ଏହି କାର୍ଯ୍ୟକ୍ରମରେ ଓଡ଼ିଆ ସିନେପ୍ରେମୀଙ୍କ ପାଇଁ ଖୋଲା ରହିବ। ଏଥିରେ ବଲିଉଡ୍ ସହିତ ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ନିର୍ଦ୍ଦେଶକ, ଫିଲ୍ମ ନିର୍ମାତା, ଅଭିନେତା ଓ ଅଭିନେତ୍ରୀମାନେ ଯୋଗ ଦେବେ। ଓଡ଼ିଆ ସାହିତ୍ୟ ଓ ଉପନ୍ୟାସ ଉପରେ ଆଧାରିତ ଏବଂ ଜାତୀୟ ପୁରସ୍କାରପ୍ରାପ୍ତ 9ଟି ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶନ କରିବା ପାଇଁ ମନୋନୟନ କରାଯାଇଛି।