fbpx

Breaking: ଜିଲ୍ଲା ଜେଲ୍ ସୁପରିଟେଣ୍ଡେଣ୍ଟଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

କେନ୍ଦୁଝର: ସକାଳୁ ସକାଳୁ ଭିଜିଲାନ୍ସର ଚଢାଉ। କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରର ସୁପରିଟେଣ୍ଡେଣ୍ଟଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ। ଜେଲ୍ ସୁପରିଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ୱାଇଁଙ୍କ ଘରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗକୁ ନେଇ ଭିଜିଲାନ୍ସର ଚଢାଉ ଜାରି ରହିଛି।

ସୂଚନାନୁଯାୟୀ, ଜେଲ୍ ସୁପରିଟେଣ୍ଡଣ୍ଟ ସତ୍ୟପ୍ରକାଶ ସ୍ୱାଇଁଙ୍କର କେନ୍ଦୁଝରରେ ଥିବା ବାସଭବନ ସମେତ ୭ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ। ତେବେ କେନ୍ଦୁଝର, ଭଦ୍ରକ ଓ ଭୁବନେଶ୍ୱରରେ ଭିଜିଲାନ୍ସର ଚଢାଉ ଜାରି ରହିଛି।

Get real time updates directly on you device, subscribe now.