fbpx

ଇଡକଲ ଡିଏମ ଗୟା ସାନ୍ତରା ଗିରଫ; ଘରୁ ମିଳିଲା କୋଟି କୋଟି ଟଙ୍କା ସହ ସୁନା ଓ ରୂପା

ଭୂବନେଶ୍ୱର: ଗିରଫ ହେଲେ ଇଡକଲ ଡେପୁଟି ମ୍ୟାନେଜର ଗୟା ସାନ୍ତରା । ଦୀର୍ଘ ୨୪ ଘଣ୍ଟା ଧରି ଭିଜିଲାନ୍ସ ସେଲରେ ଅଟକ ଥିଲେ ସାନ୍ତରା । ତେବେ ତାଙ୍କ ଘରୁ ନଗଦ ୧ କୋଟି ୬ଲକ୍ଷ ୪୪ ହଜାର ଟଙ୍କା ମିଳିଥିଲା । ଏନେଇ ଭିଜିଲାନ୍ସ ନିର୍ଦ୍ଦେଶକ ପ୍ରେସମିଟରେ ସୂଚନା ଦେଇଛନ୍ତି । ୧ କେଜି ୮୩ ଗ୍ରାମ ସୁନା ଓ ୬ କେଜି ରୂପା ମିଳିଥିବା ସୂଚନା ରହିଛି । ସେହିପରି ଭିଜିଲାନ୍ସ ଦ୍ୱାରା ରୂପା ଗ୍ଲାସ ଓ ଥାଳି ଜବତ ହୋଇଥିଲା ।

ସାନ୍ତରାଙ୍କ ସହ ତାଙ୍କ ପତ୍ନୀଙ୍କ ନାମରେ ମଧ୍ୟ ମାମଲା ରୁଜ୍ଜୁ କରାଯାଇଛି । ଖୁବଶୀଘ୍ର ସାନ୍ତରାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଭିଜିଲାନ୍ସ ପଚରା ଉଚୁରା କରିପାରିବ ବୋଲି ଅନୁମାନ କରାଯାଉଛି । ତେବେ ଡିଏମଙ୍କ ନାଁରେ ୧୩ଟି ପ୍ଲଟ ଓ ଆଲିସାନ କୋଠା ରହିଛି । ତାଙ୍କ ଆକାଉଣ୍ଟରେ ୪ କୋଟି ୧୯ ଲକ୍ଷ ଟଙ୍କା ରହିଛି ।

Get real time updates directly on you device, subscribe now.