fbpx

ରାଜ୍ୟର କରୋନା ଟ୍ରେଣ୍ଡକୁ ନଜରରେ ରଖି କେଉଁ ଜିଲ୍ଲାରୁ ଲକ୍‌ଡାଉନ୍‌ ହଟିବ, ଆଉ କେଉଁଠି ବଳବତ୍ତର ରହିବ: ଜାଣନ୍ତୁ କ’ଣ କହିଲେ ଡିଏମ୍‌ଇଟି

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ଲକ୍‌ଡାଉନ୍‌ ପ୍ରସଙ୍ଗରେ ମନ୍ତବ୍ୟ ରଖିଛନ୍ତି ଡିଏମ୍‌ଇଟି ସିବିକେ ମହାନ୍ତି । ସେ କହିଛନ୍ତି ଯେ କିଛି ଜିଲ୍ଲାରେ ସଂକ୍ରମଣ ବଢୁଥିବା ବେଳେ ଅନ୍ୟ କିଛି ଜିଲ୍ଲାରେ କମୁଛି । ତେଣୁ କରୋନା ଟ୍ରେଣ୍ଡକୁ ନଜରରେ ରଖି କେଉଁ ଜିଲ୍ଲାରୁ ଲକ୍‌ଡାଉନ୍‌ ହଟିବ ଆଉ କେଉଁଠି ଲାଗୁ ରହିବ ସେ ନେଇ ନିଷ୍ପତ୍ତି ନିଆଯିବ । ୫%ରୁ କମ୍‌ ସଂକ୍ରମିତ ଥିବା ଜିଲ୍ଲାଗୁଡ଼ିକରେ କଟକଣା କୋହଳ କରାଯାଇପାରେ ବୋଲି ସେ ସୂଚନା ଦେଇଛନ୍ତି ।

ଲୋକଙ୍କ ବ୍ୟବହାର, ଟିିପିଆର୍‌, କେତେ ଲୋକ ସଂକ୍ରମିତ ହେଉଛନ୍ତି, ଲୋକେ କଟକଣା ମାନୁଛନ୍ତି ନା ନାହିଁ, ସେସବୁକୁ ନଜରରେ ରଖି କଟକଣା କୋହଳ ହେବ କି ନାହିଁ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । ୪/୫ଟି ଜିଲ୍ଲାରେ ସଂକ୍ରମଣ ବଢୁଥିବାରୁ ସେହି ଜିଲ୍ଲା ଉପରେ ଅଧିକ ଧ୍ୟାନ ଦିଆଯାଉଛି । ସାମଗ୍ରିକ ଭାବେ ସଂକ୍ରମଣ କମିବାରେ ଲାଗିଛି। ଉପକୂଳବର୍ତ୍ତୀ ଜିଲ୍ଲଗୁଡ଼ିକୁ ବାହାର ଜିଲ୍ଲା ଲୋକଙ୍କ ନିୟମିତ ଯିବାଆସିବା ହେଉଥିବାରୁ ଏସବୁ ଜିଲ୍ଲାରେ ସଂକ୍ରମଣ ଅଧିକ ରହିଛି । ସଂକ୍ରମଣ ରୋକିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି । ଅଧିକ ସଂକ୍ରମଣ ଥିବା ସ୍ଥାନକୁ କଣ୍ଟେନମେଣ୍ଟ ଜୋନ କରାଯାଉଛି। ବୋଲି ସେ କହିଛନ୍ତି।

ଡେଲଟା ପ୍ଲସ ସମ୍ପର୍କରେ ଦେବଗଡ଼ ଯାଇଥିବା ଟିମ୍‌ ଆସିଲା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବାବଦରେ ସ୍ପଷ୍ଟ ଚିତ୍ର ଜଣାପଡିବ ବୋଲି ସେ କହିଛନ୍ତି । ଗତ ଏପ୍ରିଲରେ ଏହି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ ଜଣକ ସୁସ୍ଥ ହୋଇସାରିଛନ୍ତି । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ଲୋକଙ୍କ ଦେହରେ ଡେଲ୍‌ଟା ପ୍ଲସ ସଂକ୍ରମଣ ଅଛି ନା ନାହିଁ ତାହାର ତଦନ୍ତ କରାଯାଉଛି । ଦେବଗଡରେ ଟିିଆର କମ ଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ କମ୍‌ ରହିଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.