fbpx

ଭୁଲରେ ବି ତେଲିଆ ଚର୍ମରେ ଲଗାନ୍ତୁ ନାହିଁ ଏହି ସବୁ ଜିନିଷ: ନଚେତ ହୋଇପାରେ ଏପରି ଅସୁବିଧା

Advertisement

ତେଲିଆ ତ୍ୱଚା ଯୁକ୍ତ ବ୍ୟକ୍ତିମାନଙ୍କୁ ନିଜ ଚେହେରାର ବିଶେଷ ଯତ୍ନ ନେବାକୁ ପଡିଥାଏ । ନଚେତ ଏହା ଚେହେରାର ସୌନ୍ଦର୍ୟ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଆମେ ଅଜଣାତରେ ପ୍ରାୟତଃ ତେଲିଆ ଚର୍ମରେ ଏହିପରି ସୌନ୍ଦର୍ୟ୍ୟ ଦ୍ରବ୍ୟ କିମ୍ବା ଫେସ୍ ପ୍ୟାକ୍ ପ୍ରୟୋଗ କରିଥାଉ ଯାହା ଆମ ତ୍ୱଚାର କ୍ଷତି ଘଟାଇପାରେ । ତେବେ ଏପରି କିଛି ଦ୍ରବ୍ୟ ରହିଛି ଯାହା ତେଲିଆ ଚର୍ମ ଉପରେ ପ୍ରୟୋଗ କରାଯିବା ଉଚିତ ନୁହେଁ ।

କେବଳ ଲାଇଟ ପ୍ରଡକ୍ଟକୁ ତେଲିଆ ଚର୍ମରେ ପ୍ରୟୋଗ କରାଯିବା ଉଚିତ୍ । ଯଦି ଆପଣ ଶରୀରକୁ ହାଇଡ୍ରେଟ୍ ରଖନ୍ତି ତେବେ ଏହି ସମସ୍ୟା ଅନେକ ମାତ୍ରାରେ କମିଯାଇପାରେ।

କ୍ରିମ୍- ଚେହେରାକୁ ଗ୍ଲୋ ଆଣିବା ପାଇଁ କ୍ରିମ୍ ବ୍ୟବହାର କରିବା ଅତ୍ୟନ୍ତ ସ୍ୱାଭାବିକ । କିନ୍ତୁ ଯଦି ତେଲିଆ ଚର୍ମରେ କ୍ରିମ ଲଗାଇବା ଦ୍ୱାରା ତେବେ ଚେହେରାରେ ଥିବା ତେଲର ମାତ୍ରା ଆହୁରିୂ ବଢ଼ଯାଏ । ଏହା ଦ୍ୱାରା ଚେହେରାରେ ପିମ୍ପଲ୍ ବୃଦ୍ଧି ପାଇବାର ମଧ୍ୟ ସମ୍ଭାବନା ରହିଛି ।

ପେଟ୍ରୋଲିୟମ ଜେଲି- ଚେହେରାର ଅନେକ ସମସ୍ୟା ଦୂର କରିବା ପାଇଁ ଆମେ ପେଟ୍ରୋଲିୟମ ଜେଲି ବ୍ୟବହାର କରୁ । କିନ୍ତୁ ତେଲିଆ ଚେହେରାରେ ଏହାକୁ ପ୍ରୟୋଗ କରିବା ଦ୍ୱାରା ତ୍ୱଚାରେ ତେଲିଆପଣ ବଢ଼ିଥାଏ । ଏହା ଦ୍ୱାରା ତ୍ୱଚା ଗ୍ରୀଜି ବା ଅଧିକ ତେଲିଆ ଲାଗିପାରେ ।

ନଡିଆ ତେଲ- ନଡିଆ ତେଲ ଚର୍ମ ପାଇଁ କୌଣସି ଓøଷଧଠାରୁ କମ୍ ନୁହେଁ । କିନ୍ତୁ ଏହାକୁ ତେଲିଆ ଚର୍ମରେ କେବେବି ବ୍ୟବହାର କରନ୍ତୁ ନାହିଁ । କାରଣ ଏହା ତ୍ୱଚାର ପୋରଗୁଡ଼ିକୁ ବନ୍ଦ କରିଦେଇଥାଏ ଯାହା ଦ୍ୱାରା ପିମ୍ପଲ ବଢ଼ିବାର ସମ୍ଭାବନା ରହିଥାଏ ।

ବେସନ- ବେସନରୁ ପ୍ରସ୍ତୁତ ଫେସ୍ ପ୍ୟାକ୍ ପ୍ରାୟତଃ ଚେହେରାର ସୌନ୍ଦର୍ୟ୍ୟ ବୃଦ୍ଧି କରିବା ପାଇଁ ବ୍ୟବହାର କରାଯାଏ । କିନ୍ତୁ ଏହା ତେଲିଆ ଚର୍ମ ପାଇଁ ଆଦୌ ଭଲ ନୁହେଁ । କାରଣ ଏହା ଆପଣଙ୍କ ତ୍ୱଚାରେ ଖରାପ ପ୍ରଭାବ ପକାଇପାରେ କରାଇଥାଏ ।

Get real time updates directly on you device, subscribe now.