fbpx

ମର୍ଣ୍ଣିଙ୍ଗ ୱାକରେ ଯିବା ପୂର୍ବରୁ କରନ୍ତୁ ନାହିଁ ଏପରି ଭୁଲ: ନହେଲେ ଭୋଗିପାରନ୍ତି ଏହି ସବୁ ସମସ୍ୟା

Advertisement

ଓଡିଶା ଭାସ୍କର: ପ୍ରତିଦିନ ସକାଳେ ମର୍ଣ୍ଣିଙ୍ଗ ୱାକରେ ଯିବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ତେବେ ମର୍ଣ୍ଣିଙ୍ଗ ୱାକରେ ଯିବା ପୂର୍ବରୁ ଲୋକମାନେ କିଛି ଭୁଲ କରିଥାନ୍ତି । ଯାହା ଫଳରେ ଭଲ ଫଳ ମିଳିବା ସ୍ଥାନରେ ଓଲଟା ଫଳ ମିଳିଥାଏ । ତେବେ ମର୍ଣ୍ଣିଙ୍ଗ ୱାକରେ ଯିବା ପୂର୍ବରୁ ଆପଣ ଭାରି ଖାଦ୍ୟ ବା ଅଧିକ ଖାଇବା ଠାରୁ ଦୂରେଇ ରୁହନ୍ତୁ । ଅନେକ ଲୋକ ଏହିପରି ଅଧିକ ଖାଦ୍ୟ ଖାଇବା ପରେ ମର୍ଣ୍ଣିଙ୍ଗ ୱାକରେ ଯାଇଥାନ୍ତି । ତେବେ ଏପରି କରିବା ଦ୍ୱାରା ଆପଣଙ୍କ ଶରୀର ଅତି ଶୀଘ୍ର କ୍ଳାନ୍ତ ହୋଇଯାଇଥାଏ ଏବଂ ଅଳ୍ପ ସମୟ ପରେ ଆପଣଙ୍କ ଶରୀର କ୍ଳାନ୍ତ ଅନୁଭବ କରିଥାଏ ।

ତେବେ ମର୍ଣ୍ଣିଙ୍ଗୱାକରେ ଯିବା ପୂର୍ବରୁ ଅନେକ ନିୟମ ଅଛି ଯାହା ବିଷୟରେ ଅନେକ ଲୋକ ସଚେତନ ନୁହଁନ୍ତି । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏହି ସବୁ ।

– ମର୍ଣ୍ଣିଙ୍ଗ ୱାକରେ ଯିବା ପୂର୍ବରୁ ସଠିକ୍ ଜୋତା ବାଛିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ଦ୍ୱାରା ଆପଣଙ୍କ ପାଦରେ ଠିକ ଭାବରେ ବାୟୁ ଚଳାଚଳ କରି ଆପଣ ଠିକ ଭାବରେ ଚାଲିପାରିବେ ।

– ସକାଳେ ୱାକରେ ଯିବା ପୂର୍ବରୁ ପ୍ରଚୁର ପରିମାଣରେ ପାଣି ପିଇବା ଆବଶ୍ୟକ । କାରଣ ରାତି ସାରା ଆପଣଙ୍କ ଶରୀରରେ ପାଣିର ମାତ୍ରା କମ ହୋଇଯାଇଥାଏ । ଏହା ସହିତ ୱାକ ସମୟରେ ଆପଣଙ୍କ ଶରୀରରୁ ଝାଳ ମଧ୍ୟ ବାହାରିଥାଏ । ତେଣୁ ୱାକରେ ଯିବା ପୂର୍ବରୁ ପ୍ରଚୁର ପାଣି ପିଇବା ବେଶ ଆବଶ୍ୟକ ।

– ଆଜମା ରୋଗୀମାନଙ୍କ ପାଇଁ ସକାଳେ ୱାକ କରିବା ହାନିକାରକ ହୋଇପାରେ । ସେମାନଙ୍କୁ ଧୂଳି ଏବଂ ଧୂଅାଁ ଯୁକ୍ତ ପବନଠାରୁ ଦୂରେଇ ରହିବା ଆବଶ୍ୟକ । ଅତ୍ୟଧିକ ମାତ୍ରାରେ ପ୍ରଦୂଷିତ ବାୟୁ ନିଶ୍ୱାସରେ ନେବା ଦ୍ୱାରା ସେମାନେ ଆହୁ ଅସୁସ୍ଥ ହେବାର ସମ୍ଭାବନା ରହିଛି ।

– ୱାକରେ ଯିବା ପୂର୍ବରୁ ଆପଣଙ୍କୁ କିଛି ୱାର୍ମଅପ କରିବା ମଧ୍ୟ ଅତ୍ୟନ୍ତ ଜରୁରୀ । ୱାର୍ମଅପ କରିବା ଦ୍ୱାରା ଆପଣଙ୍କ ଶରୀର ବ୍ୟାୟାମ ପାଇଁ ପ୍ରସ୍ତୁତ ହୋଇଥାଏ ।

Get real time updates directly on you device, subscribe now.