ପିଲାଙ୍କ Study Roomକୁ ନେଇ କରନ୍ତୁ ନାହିଁ ଏହି ଭୁଲ, ପଢ଼ାରେ ଲାଗିନଥାଏ ମନ

ଓଡ଼ିଶା ଭାସ୍କର: ଜ୍ୟୋତିଷ ଅନୁଯାୟୀ ବାସ୍ତୁ ଶାସ୍ତ୍ର ଆମ ଜୀବନ ଉପରେ ଅନେକ ପ୍ରଭାବ ପକାଇଥାଏ । ବାସ୍ତୁ ଶାସ୍ତ୍ରର ସକାରାତ୍ମକ ଉର୍ଜ୍ଜା ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି କରିଥାଏ ଏବଂ ନକାରାତ୍ମକ ଉର୍ଜ୍ଜା ଦୁଃଖ, ଆର୍ଥିକ ସଂକଟ ଭଳି ଅନେକ ସମସ୍ୟା ଦେଖାଦେଇଥାଏ । ଘରର ପ୍ରତ୍ୟେକ ଦିଗ ଏବଂ ବସ୍ତୁ ପାଇଁ କିଛି ବାସ୍ତୁ ନିୟମ ରହିଛି । ଶୟନକକ୍ଷ, ରୋଷେଇ ଘର, ପୂଜା ଘର, ଡାଇନିଂ ହଲ ଇତ୍ୟାଦି ପାଇଁ ବାସ୍ତୁ ନିୟମ ବିଷୟରେ ଆପଣମାନେ ଜାଣିଥିବେ । ଏଥିମଧ୍ୟରୁ ପଢ଼ା ଘର ବା Study Roomର ମଧ୍ୟ ଗୁରୁତ୍ୱ ରହିଛି । ପିଲାମାନଙ୍କ ପଢ଼ା ଘରେ ବାସ୍ତୁ ଦୋଷ ରହିଲେ ସେମାନଙ୍କୁ ପାଠ ମନେ ରଖିବାରେ ଅସୁବିଧା ହୋଇଥାଏ । ତେବେ ଆସନ୍ତୁ ଜାଣିବା ପିଲାମାନଙ୍କ ପଢ଼ା ଘରେ କେଉଁ ସବୁ ପରିବର୍ତ୍ତନ କରିବା ଦ୍ୱାରା ବାସ୍ତୁ ଦୋଷ ଦୂରେଇ ଥାଏ ।

୧. ପିଲାମାନଙ୍କ ରୁମ କିମ୍ବା Study Roomରେ ପଢ଼ା ଟେବୁଲ ସବୁବେଳେ ଦକ୍ଷିଣ ଦିଗରେ ରହିବା ଉଚିତ । ଏମିତିରେ ସେମାନେ ପଢ଼ିବା ସମୟରେ ଉତ୍ତର, ପୂର୍ବ କିମ୍ବା ଉତ୍ତର-ପୂର୍ବ ଦିଗରୁ ମୁହଁ କରି ପଢ଼ିପାରିବେ । ଏହା ଦ୍ୱାରା ଏକାଗ୍ରତା ବୃଦ୍ଧି ହୋଇଥାଏ । ସ୍ମରଣ ଶକ୍ତି ଏବଂ ବୁଦ୍ଧିର ବିକାଶ ହୋଇଥାଏ । ଏହି ଦିଗକୁ ମୁହଁ କରି ପାଠ ପଢ଼ିଲେ ସକାରାତ୍ମକ ଉର୍ଜ୍ଜା ବୃଦ୍ଧି ହୋଇଥାଏ ।

୨. Study Roomରେ ବହି ଆଲମାରୀ ପୂର୍ବ କିମ୍ବା ଉତ୍ତର ଦିଗରେ ରଖନ୍ତୁ । Study Room ସବୁବେଳେ ବ୍ୟବସ୍ଥିତ ରଖିବା ସହ ସ୍ୱଚ୍ଛତା ବଜାୟ ରଖନ୍ତୁ । କାରଣ ନକାରାତ୍ମକ ଉର୍ଜ୍ଜା ପିଲାଙ୍କ ପଢ଼ା ଉପରେ ପ୍ରଭାବ ପକାଇଥାଏ ।

୩. ପିଲାମାନଙ୍କ ପଢ଼ାଘରେ ଗଣେଶଙ୍କ ଫଟୋ ଲଗାନ୍ତୁ । ପିଲାମାନଙ୍କୁ ନିୟମିତ ଶ୍ରୀ ଗଣେଶଙ୍କ ପୂଜାର୍ଚ୍ଚନା କରିବା ଉଚିତ । ଏହା ଦ୍ୱାରା ପିଲାଙ୍କ ବୁଦ୍ଧି ଓ ବିବେକର ବିକାଶ ହୋଇଥାଏ । ସେମାନେ ଅଧିକ ପାଠ ମନେ ରଖିବାରେ ସକ୍ଷମ ହୋଇଥାନ୍ତି ।

୪. ପିଲାଙ୍କ କକ୍ଷରେ ସବୁବେଳେ ମହାନ ଏବଂ ପ୍ରେରଣାଦାୟୀ ବ୍ୟକ୍ତିଙ୍କ ଫଟୋ ଲଗାନ୍ତୁ । ଏହା ସେମାନଙ୍କ ମସ୍ତିଷ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ । ପିଲାଙ୍କ ପଢ଼ା ଘର କିମ୍ବା କକ୍ଷରେ ମାତା ସରସ୍ୱତୀଙ୍କ ଫଟୋ ମଧ୍ୟ ଲଗାଇ ପାରିବେ ।

୫. ପିଲାମାନଙ୍କୁ କିଛି ବିଷୟ ମନେ ରଖିବାରେ ଅସୁବିଧା ହେଉଥିଲେ କକ୍ଷର ଉତ୍ତର ଦିଗରେ ବ୍ରହ୍ମ ଦେବଙ୍କ ଚିତ୍ର ବା ଫଟୋ ଲଗାନ୍ତୁ ।

୬. Study Room ପାଖରେ ଶୌଚାଳୟ ରହିବା ଉଚିତ ନୁହେଁ । ଏହା ଦ୍ୱାରା ଶୌଚାଳୟରୁ ନିର୍ଗତ ହେଉଥିବା ନକାରାତ୍ମକ ଶକ୍ତି ପିଲାମାନଙ୍କ ପଢ଼ା ଉପରେ ପ୍ରଭାବ ପକାଇଥାଏ ।