ରିସର୍ଚ୍ଚରୁ ଖୁଲାସା, ବିବାହ ପରେ କାହିଁକି ଅଧିକ କଥା ଭୁଲିଯାଆନ୍ତି ଲୋକେ, ଜାଣନ୍ତୁ କାରଣ

ଏକ ନୂଆ ଅଧ୍ୟୟନରୁ ଜଣାପଡିଛି ଯେ, ବିବାହିତା ଲୋକେ ଅଧିକ କଥା ଭୁଲିଯାଆନ୍ତି, ଜାଣନ୍ତୁ ଏହା ପଛରେ ଥିବା କାରଣ

ନୂଆଦିଲ୍ଲୀ: ଯେତେବେଳେ ଲୋକେ ବିବାହ କରନ୍ତି, ସେମାନେ ନିଜ ନିଜ ମଧ୍ୟରେ ସୁଖ-ଦୁଃଖ ସେୟାର କରିଥାଆନ୍ତି। ଏପର୍ଯ୍ୟନ୍ତ ବିବାହିତ ଲୋକଙ୍କୁ ନେଇ ଯେତିକି ରିସର୍ଚ୍ଚ ହୋଇଛି, ସେଥିରୁ ଅଧିକାଂଶ ଲୋକେ ସିଙ୍ଗଲ ଲୋକଙ୍କ ତୁଳନାରେ ସୁସ୍ଥ ଏବଂ ଖୁସି ରହିଥିବା ଦେଖିବାକୁ ମିଳିଛନ୍ତି।

ଦମ୍ପତ୍ତିଙ୍କୁ କୌଣସି ରୋଗ ଏତେ ସହଜରେ ହୁଏ ନାହିଁ, ହେଲେ ଏପରି ଏକ ଅଧ୍ୟୟନ ସାମ୍ନାକୁ ଆସିଛି, ଯେଉଁଥିରେ କୁହାଯାଇଛି ଯେ, ବିବାହିତା ଯୋଡିଙ୍କୁ ସିଙ୍ଗଲ ଲୋକଙ୍କ ତୁଳନାରେ ଭିଲିବାର ସମସ୍ୟା ଅଧିକ ରହିଥାଏ। ଏହା ୫୦ ପ୍ରତିଶତ ବଢିଯାଇଥାଏ ମଧ୍ୟ।

ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଲୋକେ ସିଙ୍ଗଲ, ବିଧବା କିମ୍ବା ଛାଡ଼ପତ୍ର ନେଇ ଥିବା ଲୋକଙ୍କୁ ଭୁଲିବାର ବିପଦ ୫୦ ପ୍ରତିଶତ କମ ହୋଇଥାଏ। ଏହି ଅଧ୍ୟୟନ ୨୪,୦୦୦ ଲୋକଙ୍କୁ ନେଇ କରାଯାଇଥିଲା।

Dementia କଣ: ଡିମେନସିଆ ଏକ ରୋଗ ଯାହା ମଣିଷର ସ୍ମରଣ ଶକ୍ତିକୁ କମ କରିଦେଇଥାଏ। ସେମାନଙ୍କୁ ଘରର ରାସ୍ତା ଜଣାନଥାଏ। କୌଣସି ଜିନିଷକୁ ରଖିବା ମାତ୍ରେ, ସେମାନେ ଏହାକୁ ଭୁଲିଯାଆନ୍ତି।

ଭ୍ରମର ସ୍ଥିତି ଜନ୍ମ ନେଇଥାଏ। ସେମାନେ ନିଷ୍ପତ୍ତି ନେବାରେ ଅସମର୍ଥ ହୋଇଥାଆନ୍ତି। ଭାରତରେ ୪୦ ଲକ୍ଷରୁ ଅଧିକ ଲୋକେ ଏହି ରୋଗର ଶିକାର ହୋଇଥାଆନ୍ତି।

ବିବାହିତ ଲୋକଙ୍କୁ ଡିମେନସିଆ ଏଥିପାଇଁ ଅଧିକ ହୋଇଥାଏ କାରଣ ପାର୍ଟନର ସମୟ-ସମୟରେ ଦୁହେଁ ଦୁହିଁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାନ୍ତି। କିନ୍ତୁ ସିଙ୍ଗଲ ଲୋକେ ଏହି ସ୍ୱାସ୍ଥ୍ୟ ପରୀକ୍ଷା କରିନଥାଆନ୍ତି।

ଅନୁସନ୍ଧାନରେ କୁହାଯାଇଛି ଯେ, ସିଙ୍ଗଲ ଲୋକେ ପାର୍ଟି କରୁଛନ୍ତି, ସାଙ୍ଗମାନଙ୍କ ସହ ବୁଲନ୍ତି, ୱିକେଣ୍ଡ ଉପଭୋଗ କରନ୍ତି, ହେଲେ ବିବାହିତା ଲୋକେ ଅଧିକ ସାମାଜିକ ନୁହଁନ୍ତି।

ସେମାନେ ନିଜ ପରିବାରରେ ହିଁ ମଗ୍ନ ରୁହନ୍ତି ଏବଂ ଛୁଟିଗୁଡ଼ିକ ପରିବାର ଲୋକଙ୍କ ସହ ରୁହନ୍ତି। ଏଥିପାଇଁ ସେମାନେ ଅଧିକ ଭୁଲିବା ଯାଆନ୍ତି।

ଯିଏ ଖୁସି ରୁହନ୍ତିନି: ଯେଉଁ କପଲ ବିବାହିତ, ହେଲେ ଦୁହେଁ ଦୁହିଁଙ୍କ ସହ ଖୁସି ନୁହନ୍ତି। ସେମାନେ ସର୍ବଦା ଝଗଡ଼ା କରନ୍ତି ଏବଂ ସର୍ବଦା ଚିନ୍ତାରେ ରୁହନ୍ତି, ଏଭଳି କପଲ ଖୁବଶୀଘ୍ର ରୋଗୀ ହୋଇଯାଆନ୍ତି।

ରିଲେସନସିପର ଚିନ୍ତା ସେମାନଙ୍କୁ ଅନେକ ରୋଗରେ ପକାଇଦେଇଥାଏ। ଏଥିରେ ସେମାନଙ୍କୁ ଡିମେନସିଆର ବିପଦ ମଧ୍ୟ ହୋଇପାରେ। ସେହିପରି ସିଙ୍ଗଲ ଲୋକେ ଚିନ୍ତା ମୁକ୍ତ ରୁହନ୍ତି। ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ଭଲ ରହିଥାଏ।