fbpx

ଆର୍ଥିକ ଅସୁବିଧା ଯୋଗୁଁ ଚିନ୍ତିତ ହୁଅନ୍ତୁ ନାହଁ: ବାସ୍ତୁ ଦୋଷ ପାଇଁ ଘରେ କରନ୍ତୁ ଏହି ଉପାୟ

ମଣିଷ ଏକ ଉତ୍ତମ ଜୀବନ ପାଇଁ ଖୁବ୍ ପରିଶ୍ରମ କରିଥାଏ । କିନ୍ତୁ ସମସ୍ତଙ୍କୁ ଭଲ ଦିନ ମିଳିନଥାଏ । ଅନେକ ଲୋକ ଧନୀ ହୋଇ ଆରାମର ଜୀବନ ବିତାଇଥାନ୍ତି ତ’ ପୁଣି କିଛି ଲୋକ ଆର୍ଥିକ ଅସୁବିଧା ଯୋଗୁଁ ଚିନ୍ତିତ ଥା’ନ୍ତି । ଏହାର ପଛର କାରଣ ଘରର ବାସ୍ତୁ ଦୋଷ ହୋଇପାରେ । ଘରେ ବାସ୍ତୁ ଦୋଷ ହେବା ଦ୍ୱାରା ନକରାତ୍ମକ ଉର୍ଜା ପ୍ରବେଶ ହୋଇଥାଏ ଏବଂ ଅନେକ ପ୍ରକାରର ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ । ଏମିତିରେ ଜରୁରୀ ହୋଇଥାଏ ଯେ ଘରର ବାସ୍ତୁକୁ ଠିକ୍ କରାଯିବ । ଏଥିପାଇଁ କିଛି ଉପାୟ କୁହାଯାଇଛି ।

ଘରର ମୁଖ୍ୟ ଦ୍ୱାରକୁ ସବୁବେଳେ ସଫାସୁତୁରା ରଖିବା ଦରକାର । ଏମିତି କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ସକାଳୁ ଉଠି ଗାଧୋଇବା ପରେ ମନ୍ଦିରରେ ପୂଜା କରିବା ପରେ ଘରର ମୁଖ୍ୟ ଦ୍ୱାରରେ ଜଳରେ ହଳଦୀ ପକାଇ ଛିଞ୍ଚନ୍ତୁ । ଏହାପରେ କବାଟର ଦୁଇ କୋଣରେ ସଫା ଜଳ ପକାନ୍ତୁ । ଏମିତି କରିବା ଦ୍ୱାର ସକରାତ୍ମକ ଉର୍ଜା ସଞ୍ଚାର ହେବ । ସେହିଭଳି ସକାଳୁ ପ୍ରତିଦିନ ଘର ଏବଂ ମୁଖ୍ୟ କବାଟରେ ଝାଡ଼ୁ ଲଗାଇବା ଦ୍ୱାରା ପଜିଟିଭ ଏନର୍ଜି ଆସିଥାଏ ।

ସ୍ୱସ୍ତିକ ଚିହ୍ନ: ଘରର ମୁଖ୍ୟ କବାଟରେ ସ୍ୱସ୍ତିକ ଚିହ୍ନ ରହିବା ଦରକାର । ଯଦି ଘରର ମୁଖିଆ କିମ୍ବା ଘରର ବଡ଼ପୁଅ ଏହାକୁ କରୁଛନ୍ତି ତେବେ ଏହା ଶୁଭ ବୋଲି ଧରାଯାଏ । ସୂର୍ଯ୍ୟାସ୍ତ ପରେ ପ୍ରତିଦିନ ମନ୍ଦିରରେ ଦୀପ ଜଳାନ୍ତୁ ଏବଂ ଆଉ ଏକ ଦୀପ ଘରର ମୁଖ୍ୟ ଦ୍ୱାରରେ ମଧ୍ୟ ରଖନ୍ତୁ ।

ବାସ୍ତୁ ଶାସ୍ତ ଅନୂଯାୟୀ ଘରର ମୁଖ୍ୟ କବାଟ ଭଙ୍ଗା-ରୁଜା ହୋଇନଥିବା ଦରକାର । କବାଟ ଖୋଲିବା ଏବଂ ବନ୍ଦ କରିବା ସମୟରେ ଏଥିରୁ ଶବ୍ଦ ନଆସିବା ଦରକାର । ଘରେ କେବେବି ଭଙ୍ଗା ଜିନିଷ ରଖିବା କଥା ନୁହେଁ । ସେହିଭଳି ବେକାର ପଡ଼ିରହିଥିବା ବସ୍ତୁକୁ ତୁରନ୍ତ ହଟାଇଦେବା ଦରକାର ।

ଘରେ ପ୍ରତିଦିନ ଲୁଣ ପାଣିରେ ପୋଛା ଲଗାନ୍ତୁ । ଏହାଦ୍ୱାରା ନକରାତ୍ମକ ଉର୍ଜାର ପ୍ରଭାବ କମ୍ ହୋଇଥାଏ । ଘରର ମୁଖ୍ୟ କବାଟ ପାଖରେ କେବେବି ଜୋତା ରଖିବା ଷ୍ଟାଣ୍ଡ ରଖନ୍ତୁ ନାହିଁ, ଏମିତି କରିବା ଦ୍ୱାରା ସକରାତ୍ମକ ଉର୍ଜା ଆସିନଥାଏ ।

 

Get real time updates directly on you device, subscribe now.