ଓଡ଼ିଶା ଭାସ୍କର: ଭାରତରେ IAS ଏବଂ IPS ଅଧିକାରୀ ସାର୍ବଜନୀନ ସେବାର ସବୁଠୁ ସମ୍ମାନୀୟ ଏବଂ ଉଚ୍ଚ ପଦ ଭାବେ ଅଭିହିତ କରାଯାଇଥାଏ। ଏହି ଅଧିକାରୀମାନଙ୍କୁ ସରକାରୀ କାର୍ଯ୍ୟ ଲାଗି ନିଜ ପରିବାର ପାଇଁ ମଧ୍ୟ ଅନେକ ସୁବିଧା ଏବଂ ଭତ୍ତା ମିଳିଥାଏ। ତେବେ ଏବେ ପ୍ରଶ୍ନ ଉଠୁଛି ଯେ, ଆଇଏଏସ ଏବଂ ଆଇପିଏସ ଅଧିକାରୀମାନଙ୍କ ସ୍ତ୍ରୀଙ୍କୁ କେଉଁ ଖାସ ସୁବିଧାମାନ ମିଳେ? ଆସନ୍ତୁ ଜାଣିବା..
IAS ଏବଂ IPS ଅଧିକାରୀମାନେ ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ପ୍ରଶାସନିକ ଏବଂ ପୋଲିସ ଅଧିକାରୀ ଭାବେ କାର୍ଯ୍ୟ କରିଥାଆନ୍ତି। ତେବେ ଏହି ଅଧିକାରୀମାନଙ୍କୁ ଆବାସ, ଯାତ୍ରା ଭତ୍ତା, ସ୍ୱାସ୍ଥ୍ୟ ସେବାମାନ, ପେନସନ ଯୋଜନାମାନ ଏବଂ ସୁରକ୍ଷା ଭଳି ସେବାମାନ ମିଳିଥାଏ।
IAS ଏବଂ IPS ଅଧିକାରୀଙ୍କୁ ନିଜ ଚାକିରି ସମୟରେ ସରକାରୀ ଆବାସ ମିଳିଥାଏ। ଏହି ସରକାରୀ ଆବାସରେ ଅଧିକାରୀମାନଙ୍କର ଅଧିକାର ରହିଥାଏ, ଏହି କ୍ୱାଟରରେ ସେମାନଙ୍କ ସ୍ତ୍ରୀ ମଧ୍ୟ ରହିଥାଆନ୍ତି। ସରକାରୀ କ୍ୱାଟରର ଭଡ଼ା ବହୁତ କମ୍ ହୋଇଥାଏ। ଏହା ବ୍ୟତୀତ ଆଇପିଏସ ଅଧିକାରୀମାନଙ୍କୁ ମିଳୁଥିବା ଯାତ୍ରା ଭତ୍ତା, ସ୍ୱାସ୍ଥ୍ୟ ସେବା, ସୁରକ୍ଷା, ପେନସନ ଲାଭ, ଗାଡ଼ି ଏବଂ ଅନ୍ୟ ଭତ୍ତାର ଲାଭ ସେମାନଙ୍କ ସ୍ତ୍ରୀ ମଧ୍ୟ ଉଠାଇପାରିବେ। ସେହିପରି ଆଇପିଏସ ଅଧିକାରୀମାନଙ୍କ ସ୍ତ୍ରୀ ମଧ୍ୟ ସେହି ସମସ୍ତ ସୁବିଧାମାନ ନେଇଥାଆନ୍ତି, ଯାହା ଆଇପିଏସ ଅଧିକାରୀଙ୍କୁ ପ୍ରଦାନ କରାଯାଇଥାଏ।