ଖରାଦିନେ ପାଦ ଦୁର୍ଗନ୍ଧରେ ଅସହ୍ୟ ଲାଗୁଛି କି, ଆପଣାନ୍ତୁ ଏହି ଟିପ୍ସ

ଖରାଦିନେ ପାଦରୁ ଦୁର୍ଗନ୍ଧ ବାହାରୁଛି କି? ଲୋକଙ୍କ ପାଖରେ ବସିବାକୁ ସଙ୍କୋଚ ଲାଗୁଛି କି? ତେବେ ଆପଣାନ୍ତୁ ଏହିସବୁ ଟିପ୍ସ। ଆଉ ସବୁଦିନ ପାଇଁ ପାଦ ଦୁର୍ଗନ୍ଧରୁ ପାଆନ୍ତୁ ଛୁଟକାରା।

ଓଡ଼ିଶା ଭାସ୍କର: ପାଦରୁ ଦୁର୍ଗନ୍ଧ ବାହାରୁଛି କି? ବିଶେଷ କରି ଖରା ଦିନେ ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି? ତାହାଲେ ଆପଣାନ୍ତୁ ଏହିସବୁ ଟିପ୍ସ। ଗାଏବ ହୋଇଯିବ ପାଦରୁ ଦୁର୍ଗନ୍ଧ।

ଆଉ ଝାଳେଇବନି ପାଦ। ହେଲେ ଏଥିପାଇଁ ପାଦର ଯତ୍ନ ନେବାକୁ ପଡିବ। ଯେହେତୁ ଖରାଦିନେ ଅତ୍ୟଧିକ ଗରମ ହୁଏ। ତେଣୁ ପାଦରୁ ବହୁ ପରିମାଣରେ ଦୁର୍ଗନ୍ଧ ବାହାରେ। ଲୋକଙ୍କ ପାଖରେ ବସିବାକୁ ବି ସଙ୍କୋଚ ଲାଗେ। ସେଥିପାଇଁ ସବୁ ସମସ୍ୟା ଦୂର କରିବାକୁ ଆପଣାନ୍ତୁ ଏହି ଟିପ୍ସ।

ପାଦରୁ ଦୁର୍ଗନ୍ଧ କାହିଁକି ହୁଏ: ଏକ ପ୍ରକାଶିତ ଖବର ଅନୁଯାୟୀ, ଗ୍ରୀଷ୍ମ ଋତୁରେ ଆମ ଦେହରୁ ପ୍ରବଳ ଝାଳ ବାହାରେ। ଯାହା ଫଳରେ ଆମ ପାଦରୁ ଦୁର୍ଗନ୍ଧ ଆସିଥାଏ। ଆପଣଙ୍କ ଚର୍ମରେ ପ୍ରାକୃତିକ ଭାବରେ ହେଉଥିବା ଜୀବାଣୁ ଏବଂ କବକଙ୍କ ସ୍ତର ବହୁତ ବୃଦ୍ଧି ପାଏ। ଏହି କାରଣରୁ ପାଦରୁ ଅଧିକ ଦୁର୍ଗନ୍ଧ ଆସିବା ଆରମ୍ଭ ହୁଏ।

ଲୋକମାନେ ପ୍ରାୟତଃ ସ୍କୁଲ, ଅଫିସ୍ ଏବଂ ଖେଳ ସମୟରେ ଜୋତା ପିନ୍ଧନ୍ତି। ଗ୍ରୀଷ୍ମ ଋତୁରେ ପାଦ ସବୁବେଳେ ବନ୍ଦ ରହୁଥିବାରୁ, ଅଧିକ ଝାଳ ବାହାରିଥାଏ। ଏହା ଯୋଗୁଁ ଦୁର୍ଗନ୍ଧର ସମସ୍ୟା ବୃଦ୍ଧି ପାଏ।

ଖରା ଦିନେ ଖୋଲା ଜୋତା ପିନ୍ଧନ୍ତୁ: ଯଦି ଅଫିସରେ ଫର୍ମାଲ ସୁ ବାଧ୍ୟତାମୂଳକ ନୁହେଁ। ତେବେ ସାଧାରଣ ଜୋତା ବ୍ୟବହାର କରନ୍ତୁ। ଏହା ପାଦ ଏବଂ ତଳିଗୁଡ଼ିକର ଚର୍ମକୁ ମୁକ୍ତ ଭାବରେ ପବନ ବାଜିବାରେ ସହାୟକ ହୋଇଥାଏ।

ତେଣୁ କମ୍ ଝାଳ ବାହାରିବ। ଏହାଦ୍ୱାରା ଜୀବାଣୁ ବୃଦ୍ଧି ପାଇବ ନାହିଁ। ବିଶେଷ କରି ମାର୍କେଟରେ ବିକ୍ରି ହେଉଥିବା ପ୍ଲାଷ୍ଟିକ ସ୍ୟାଣ୍ଡଲକୁ ଆଭୋଏଡ କରନ୍ତୁ। କାରଣ ଏଥିରୁ ଅଧିକ ପାଦ ଝାଳେଇ ଥାଏ।

ମୋଜା ବଦଳାନ୍ତୁ: କିଛି ଲୋକ ସମାନ ମୋଜା ୩-୪ ଦିନ ଧରି ପିନ୍ଧନ୍ତି। ଝାଳ ଯୋଗୁଁ ମୋଜାରେ ଆର୍ଦ୍ରତା ରହିଥାଏ, ଯାହା ଦ୍ଵାରା ଜୀବାଣୁ ବୃଦ୍ଧି ପାଏ ଏବଂ ଦୁର୍ଗନ୍ଧ ସୃଷ୍ଟି ହୁଏ। ଖରି ଦିନେ ପ୍ରତିଦିନ ସଫା ମୋଜା ପିନ୍ଧିବା ଉଚିତ। ଏହା ଆପଣଙ୍କ ପାଦକୁ ସତେଜ ରଖିବ ଏବଂ ଦୁର୍ଗନ୍ଧ ହେବ ନାହିଁ।

ପରିଷ୍କାର ପରିଚ୍ଛନତା: ଯେତେବେଳେ ଆପଣ ଅଫିସରୁ କିମ୍ବା ଅନ୍ୟ କୌଣସି ସ୍ଥାନରୁ ଆସୁଛନ୍ତି, ପାଣି ଏବଂ ସାବୁନରେ ଆପଣଙ୍କ ପାଦ ସଫା କରନ୍ତୁ। ଭଲ ଭାବରେ ସଫା କରିବା ପରେ, ଏହାକୁ ଏକ ତଉଲିଆରେ ପୋଛି ଦିଅନ୍ତୁ।

ବିଶେଷକରି ଆଙ୍ଗୁଠି ମଧ୍ୟରେ ଆର୍ଦ୍ରତା ରହିବାକୁ ଦିଅନ୍ତୁ ନାହିଁ। ନିୟମିତ ଭାବରେ ତୁମର ପାଦ ନଖ କାଟିବା ଜାରି ରଖନ୍ତୁ। ଏହାଦ୍ୱାରା ପାଦ ପରିଷ୍କାର ରହିବ ଏବଂ ଆପଣଙ୍କ ପାଦରୁ ଆସୁଥିବା ଦୁର୍ଗନ୍ଧ ଦ୍ୱାରା ଆପଣଙ୍କ ଚାରିପାଖରେ ଥିବା ଲୋକମାନେ ବିରକ୍ତ ହେବେ ନାହିଁ।

ଫଙ୍ଗଲ ସଂକ୍ରମଣ: ସବୁବେଳେ ଆପଣଙ୍କ ପାଦ, ତଳି ଏବଂ ଆଙ୍ଗୁଠି ମଝିରେ କୌଣସି ଫଙ୍ଗଲ୍ ସଂକ୍ରମଣ ଅଛି କି ନାହିଁ ତାହା ଚେକ୍ କରନ୍ତୁ। ଯଦି କେତେବେଳେ ଆଙ୍ଗୁଠି ମଧ୍ୟରେ ଧଳା ଦାଗ ଦେଖାଯାଏ, ତାହାଲେ ଏହା ପ୍ରତି ଧ୍ୟାନ ଦିଅନ୍ତୁ।

ଏହା ଏକ ଫଙ୍ଗଲ ସଂକ୍ରମଣର ଲକ୍ଷଣ ହୋଇପାରେ। ଯଦି ଏପରି ହେଉଛି, ତେବେ ସଠିକ୍ ଚର୍ମରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।