fbpx

ଆପଣଙ୍କର ଅଛି କି ମାଇଗ୍ରେନ ସମସ୍ୟା: ହଳଦୀ କ୍ଷୀର ସମେତ ସେବନ କରନ୍ତୁ ଏହି ଖାଦ୍ୟ

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଆମେ ସମସ୍ତେ ବ୍ୟସ୍ତ । ଯେଉଁ କାରଣରୁ ଆମେ ଅନେକ ସମୟରେ ଆମ ଶରୀର କିମ୍ବା ସ୍ୱାସ୍ଥ୍ୟର ସଠିକ୍ ଭାବରେ ଯତ୍ନ ନେଇ ପାରନ୍ତି ନାହିଁ । ଯାହାଫଳରେ ଆମ ଶରୀରରେ ଅନକ ସମସ୍ୟା ସୃଷ୍ଟି ହୋଇଥାଏ । ତେବେ ଏହି ସମସ୍ୟା ମଧ୍ୟରେ ମୁଣ୍ଡ ବିନ୍ଧା ଏକ ସାଧାରଣ କଥା । ଯାହାକୁ ଅନେକ ଲୋକ ଅଣଦେଖା ମଧ୍ୟ କରିଥାନ୍ତି । କିନ୍ତୁ ଯଦି ଅଧିକ ସମୟରେ ମୁଣ୍ଡ ବିନ୍ଧା ହେଉଛି ତେବେ ତାହାକୁ ଅଣଦେଖା କରିବା ଉଚିତ୍ ନୁହେଁ । କାରଣ ଏହା ମାଇଗ୍ରେନ ପରି ସମସ୍ୟାର ଲକ୍ଷଣ ହୋଇପାରେ ।

ତେବେ ମାଇଗ୍ରେନ ହେଉଛି ମୁଣ୍ଡର ଏକ ଭୟଙ୍କର ଯନ୍ତ୍ରଣା । ଯହାକୁ ସହ୍ୟ କରିବା ଅନେକ କ୍ଷେତ୍ରରେ ଅସମ୍ଭବ ହୋଇପାରେ । ଏଥିସହିତ ଏହା ମସ୍ତିଷ୍କର ଅସ୍ୱାଭାବିକ କାର୍ଯ୍ୟକଳାପ ହୋଇପାରେ । ଏହି ମାଇଗ୍ରେନ ହରମୋନନାଲ ପରିବର୍ତ୍ତନ, ଅତ୍ୟଧିକ ମଦ୍ୟପାନ, ଅସ୍ୱାସ୍ଥ୍ୟକର ଖାଦ୍ୟ ଏବଂ ଚିନ୍ତା ଆଦି କାରଣରୁ ହୋଇଥାଏ । ତେବେ ଏହାକୁ କମ କରିବାର ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ସହିତ ଡାକ୍ତରଙ୍କ ସହ ପରାମର୍ଶ ଆବଶ୍ୟକ । ତେବେ ବିଶେଷଜ୍ଞଙ୍କ ମତରେ ଏପରି କିଛି ଘରୋଇ ଉପଚାର ରହିଛି ଯାହାଦ୍ୱାରା ମାଇଗ୍ରେନ୍ ସମସ୍ୟାକୁ ଦୂର କରାଯାଇ ପାରିବ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ବିଷୟରେ ।

ସେବନ କରନ୍ତୁ ହଳଦୀ କ୍ଷୀର:ମାଇଗ୍ରେନ ସମୟରେ ହଳଦୀ କ୍ଷୀର ସେବନ କରିବା ଦ୍ୱାରା ଏହା ମାଇଗ୍ରନରୁ ତୁରନ୍ତ ଆରାମ ଦେଇଥାଏ । ଏଥି ସହିତ ଏହା ଅନ୍ୟାନ୍ୟ ସମସ୍ୟା ଖାସ କରି ଥଣ୍ଡାରୁ ମଧ୍ୟ ମୁକ୍ତି ଦେଇଥାଏ ।

କଦଳୀ:
ମାଇଗ୍ରେନ୍ ଆରମ୍ଭ ହେବା ସମୟରେ ସମୟରେ କଦଳୀ ଖାଇବା ଅତ୍ୟନ୍ତ ଲାଭଦାୟକ ହୋଇପାରେ । ଏଥିରେ ବହୁ ପରିମାଣର ମ୍ୟାଗ୍ନେସିୟମ୍ ଥାଏ, ଯାହା ମୁଣ୍ଡବିନ୍ଧା ହ୍ରାସ କରିବାରେ ସାହାଯ୍ୟ କରିଥାଏ । କଦଳୀରେ ୭୪ ପ୍ରତିଶତ ଜଳ ଥାଏ, ଯାହା ଶରୀରକୁ ହାଇଡ୍ରେଟ୍ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ତରଭୁଜ:
ତରଭୁଜରେ ୯୨ ପ୍ରତିଶତ ଜଳ ଥାଏ । ଏହାକୁ ଖାଇବା ଦ୍ୱାରା ଶରୀରକୁ ଦୀର୍ଘ ସମୟ ପର୍ୟ୍ୟନ୍ତ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରେ । ମାଇଗ୍ରେନ ସମେତ ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ଶରୀରରେ ପର୍ୟ୍ୟାପ୍ତ ତରଳ ପଦାର୍ଥ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଡିହାଇଡ୍ରେସନ୍ ଅବସ୍ଥାରେ ମାଇଗ୍ରେନ୍ ଆକ୍ରମଣ ଅନେକ ସମୟରେ ଅସୁବିଧାରେ ପକାଇଥାଏ । ଏଭଳି ପରିସ୍ଥିତିରେ ତରଭୁଜ ଖାଇବା ଦ୍ୱାରା ମାଇଗ୍ରେନ ଆକ୍ରମଣର ଆଶଙ୍କା କମିଯାଇପାରେ ।

Get real time updates directly on you device, subscribe now.