fbpx
BJD SKY
BJD SKY

କ’ଣ ଶୀତଦିନେ ରାତିରେ ଶୋଇବାବେଳେ ଝାଳ ବାହାରୁଛି ? ହୋଇପାରେ ଏହି ସବୁ ସମସ୍ୟାର ସଂକେତ

BJD

ଶରୀର ର ତାପମାତ୍ରା କୁ ସାମାନ୍ୟ ରଖିବା ପାଇଁ ଝାଳ ବାହାରିବା ଖୁବ ଜରୁରୀ । କିନ୍ତୁ ବିନା ଶାରୀରିକ ପରିଶ୍ରମ ରେ ଯଦି ଶୀତ ଋତୁରେ ଝାଳ ବାହାରୁଚି ତେବେ ଏହାକୁ ସହଜ ରେ ନେବା ଉଚିତ ନୁହେଁ l ଏହା ଆପଣଙ୍କ ପାଇଁ ଗୋଟିଏ ହେଲଥ ଆଲାର୍ଟ । ଯଦି ଆପଣଙ୍କ ସହିତ ଏଭଳି କିଛି ଘଟୁଛି ତେବେ ଏହାର କାରଣ ଆପଣ ନିହାତି ଜାଣିବା ଜରୁରୀ । ଆସନ୍ତୁ ଜାଣିବା କଣ ରହିଛି ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତ ।

– ବିଶେଷ ଭାବରେ ମହିଳା ମାନଙ୍କ ନିକଟରେ ମେନୋପଜ ସମୟରେ ଅଧିକ ଝାଳ ବାହାରି ଥାଏ। କାହିଁକି ନା ମେନୋପଜ ସମୟ ରେ ଶରୀର ଅନେକ ଗୁଡିଏ ହର୍ମୋନାଲ ପରିବର୍ତ୍ତନ ଦେଇ ଗତି କରିଥାଏ । ଯେଉଁ କାରଣରୁ ଶରୀର ରେ ଅସାମାନ୍ୟ ଭାବରେ ଝାଳ ବାହାରି ଥାଏ ।

– ଯଦି ରାତିରେ ସୋଇଥିବା ସମୟରେ ଝାଳ ବାହାରୁଛି ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । ଯଦି ରାତିରେ ଶୋଇଥିବା ସମୟରେ ଅଚାନକ ଝାଳ ବାହାରି ଛାତି ଥରୁଛି ତେବେ ଏହା ହାର୍ଟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ । ଏପରି ସ୍ଥିତି ରେ ଆପଣ ତୁରନ୍ତ ଡାକ୍ତର ଙ୍କୁ ପରାମର୍ଶ କରନ୍ତୁ ।

– ରାତିରେ ଅଚାନକ ଝାଳ ବାହାରିବା କ୍ୟାନ୍ସର ଭଳି ବ୍ୟାଧି ର ମଧ୍ୟ କାରଣ ହୋଇପାରେ । ତେଣୁ ଏହାକୁ ହାଲୁକା ରେ ନନେଇ ଡାକ୍ତର ଙ୍କୁ ତୁରନ୍ତ ପରାମର୍ଶ କରନ୍ତୁ ।

– କୌଣସି ରୋଗ ର ସଂକ୍ରମଣ ସମୟରେ ମଧ୍ୟ ଶରୀର ରୁ ଅଧିକ ଝାଳ ବାହାରି ଥାଏ । କାହିଁକି ନା ଏହି ସମୟରେ ଶରୀର ର ତାପମାତ୍ରା ବଢି ଯାଇଥାଏ, ଯେଉଁ କାରଣରୁ ଝାଳ ବାହାରି ଥାଏ । ତେଣୁ ଶରୀର କେଉଁ ସଂକ୍ରମଣ ରେ ପ୍ରଭାବିତ ହେଉଛି ଜାଣିବା ନିହାତି ଜରୁରୀ ।

– ଲୋ ବ୍ଲଡ଼ ସୁଗାର ସ୍ଥିତି ରେ ମଧ୍ୟ ଅଧିକ ଝାଳ ବାହାରି ଥାଏ । ତେଣୁ ଯଦି ରାତିରେ ଶୋଇଥିବା ସମୟରେ ବିନା କାରଣ ରେ ଅଚାନକ ଝାଳ ବାହାରୁଚି ତେବେ ନିଜ ସୁଗାର ଲେବୁଲ ଚେକ କରାନ୍ତୁ ।

Get real time updates directly on you device, subscribe now.