ନୂଆଦିଲ୍ଲୀ: ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଆସିଲା ଖୁସିଖବର । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ବାହାରିଛି ବଡ଼ ନିଯୁକ୍ତି ସୁଯୋଗ । ଏସବିଆଇ ସ୍ପେଶାଲିଷ୍ଟ କ୍ୟାଡର ଅଫିସର(ଏସସିଓ) ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ sbi.co.in କୁ ଯାଇ ଆବେଦନ କରିପାରିବେ ।
ଜରୁରୀ ତାରିଖ : ସ୍ପେଶାଲିଷ୍ଟ କ୍ୟାଡର ଅଫିସର ପଦବୀ ପାଇଁ ୫ ଜୁନ୍ ୨୦୨୩ ପର୍ଯ୍ୟନ୍ତ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୫୦
ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର : ୧
ଚିଫ ମ୍ୟାନେଜର ପିଏମଓ: ୨
ଚିଫ ମ୍ୟାନେଜର ଟେକ ଆର୍କିଟେକ୍ଟ : ୩
ପ୍ରୋଜେକ୍ଟ ମ୍ୟାନେଜର : ୬
ମ୍ୟାନେଜର
ଟେକ ଆର୍କିଟେକ୍ଟ : ୩
ଡାଟା ଆର୍କିଟେକ୍ଟ : ୩
ମ୍ୟାନେଜର : ୪
ମନିଟରିଂ ସ୍ପେଶାଲିଷ୍ଟ : ୩
କ୍ଲାଉଡ ସ୍ପେଶାଲିଷ୍ଟ : ୩
ଚୟନ ପ୍ରକ୍ରିୟା : ଇଚ୍ଛୁକ ପ୍ରାର୍ଥୀଙ୍କ ଚୟନ ସର୍ଟ ଲିଷ୍ଟିଂ କରି ଇଣ୍ଟରଭ୍ୟୁ କରାଯିବ । ୧୦୦ ମାର୍କ ପାଇଁ ପରୀକ୍ଷା ହେବ । ବ୍ୟାଙ୍କ ଦ୍ୱାରା ଗଠିତ କମିଟି ସର୍ଟ ଲିଷ୍ଟିଂ ଚୟନ ହେବା ପରେ ଇଣ୍ଟରଭ୍ୟୁ ଆଧାରରେ ସର୍ଟ ଲିଷ୍ଟ କରାଯିବ ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୫ ରୁ ୪୮ ବର୍ଷ ମଧ୍ୟରେ ହେବା ଜରୁରୀ ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ବିଟେକ/ବିଇ/ଏମ ଟେକ/ଏମଏସସି/ଏମସିଏ ପଢିଥିବା ଜରୁରୀ ।
ଆବେଦନ ଶୁଳ୍କ : ସାଧାରଣ ବର୍ଗ, ଓବିସି, EWS ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୭୫୦ ଟଙ୍କା ରହିଥିବା ବେଳେ ଅନୁସୂଚିତ ଜାତି/ଜନଜାତି/ PWD ପ୍ରାର୍ଥୀ ନିଶୁଳ୍କ ଆବେଦନ କରିପାରିବେ ।
କେମିତି କରିବେ ଆବେଦନ :
ବ୍ୟାଙ୍କର ଅଫିସିଆଲ ୱେବସାଇଟ sbi.co.in କୁ ଯାଆନ୍ତୁ ।
ହୋମପେଜରେ କ୍ୟାରିଅର ଟାବ୍ରେ କ୍ଲିକ କରନ୍ତୁ ।
ଏସବିଆଇ ସ୍ପେଶାଲିଷ୍ଟ କ୍ୟାଡର ଅଧିକାରୀ ପଦବୀରେ କ୍ଲିକ୍ କରନ୍ତୁ ।
ତା’ପରେ ରେଜିଷ୍ଟ୍ରେସନ କରି ଲଗଇନ କରନ୍ତୁ ।
ଆବେଦନ ଫର୍ମ ଭରିବା ପରେ ସମସ୍ତ ଦସ୍ତାବିଜ ଅପଲୋଡ କରନ୍ତୁ ।
ଆବେଦନ ଶୁଳ୍କ ଭରିବା ପରେ ଆବେଦନ ଫର୍ମ ସବମିଟ୍ କରନ୍ତୁ ।
ଭବିଷ୍ୟତ ପାଇଁ ଏହାର ଏକ ପ୍ରିଣ୍ଟଆଉଟ୍ କାଢି ରଖନ୍ତୁ ।