fbpx

ସବୁଠାରୁ ଉଦାର ବ୍ୟକ୍ତି: ଦିନକୁ ଦାନ କରିଥିଲେ ୨୨ କୋଟି

କିଛି ଲୋକ କୌଣସି ପ୍ରଚାର ନକରି ସମାଜର ଉନ୍ନତି ପାଇଁ ଆନ୍ତରିକତାର ସହିତ କାର୍ଯ୍ୟ କରନ୍ତି, ଏବଂ ଏହିପରି ଜଣେ ବ୍ୟକ୍ତି ଯିଏକି ‘ସବୁଠାରୁ ଉଦାର ବ୍ୟକ୍ତି’ ଭାବରେ ସମ୍ମାନିତ ହୋଇଛନ୍ତି, ସେ ହେଉଛନ୍ତି ୱିପ୍ରୋ ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଅଜିମ୍ ପ୍ରେମଜୀ ।

EdelGive Hurun India Philanthrophy 2020 ୭ମ ସଂସ୍କରଣ ରେ ପ୍ରକାଶିତ ତଥ୍ୟ ଅନୁସାରେ ପ୍ରେମଜୀ କୋଭିଡ ବିରୋଧୀ ଲଢେଇ ପାଇଁ ପ୍ରତିଦିନ ୨୨ କୋଟି ଦାନ କରିଥିଲେ ।ଏହାଛଡା ସେ ସମୁଦାୟ ୭,୯୦୪ କୋଟିର ସହାୟତା ନିଜ କଂପାନୀ ୱିପ୍ରୋ ଏବଂ ୱିପ୍ରୋ ଏଣ୍ଟରପ୍ରାଇଜେସ ଦ୍ୱାରା କରିଛନ୍ତି । ସେ ଭାରତର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ, କିନ୍ତୁ ଲୋକ ହିତକର କାମ ପାଇଁ ସମ୍ପତ୍ତିର ଏକ ବଡ଼ ଅଂଶ ଦାନ କରିଛନ୍ତି।

ସେ ଏହି ଦେଶର ଯେ କୌଣସି ଲୋକହିତକାରୀ ବ୍ୟକ୍ତି ଠାରୁ ସର୍ବାଧିକ ଦାନ କରିଥିଲେ, ଏବଂ ସେ କୌଣସି ମିଡିଆ ପ୍ରଚାର ବିନା ଏହି ସବୁ କରିଥିଲେ । ସୋସିଆଲ ମିଡିଆରେ ଲୋକମାନେ ତାଙ୍କର ଉଦାରତା, ଅଖଣ୍ଡତା ଏବଂ ନମ୍ରତା ପାଇଁ ତାଙ୍କୁ ପ୍ରଶଂସା କରୁଛନ୍ତି । ତାଙ୍କୁ ଜଣେ ଆଦର୍ଶ ଏବଂ ଜଣେ ପ୍ରକୃତ ନେତା ବୋଲି କୁହାଯାଉଛି।

 

 

Get real time updates directly on you device, subscribe now.