ନିଦ ବଟିକା ଖାଇ ଜୀବନ ହାରିଲେ ଡାକ୍ତରାଣୀ: ଆତ୍ମହତ୍ୟା ନା ହତ୍ୟା, କାରଣ ଅସ୍ପଷ୍ଟ

ନିଦ ବଟିକା ଖାଇ ଜୀବନ ହାରିଲେ ଡାକ୍ତରାଣୀ । ରୁନଗାଁର ଆୟୁଷ ଡାକ୍ତର ସଲୀଳା ପଣ୍ଡାଙ୍କ ମୃତ୍ୟୁ ।

ସୁନ୍ଦରଗଡ଼: ନିଦ ବଟିକା ଖାଇ ଜୀବନ ହାରିଲେ ଡାକ୍ତରାଣୀ । ରୁନଗାଁର ଆୟୁଷ ଡାକ୍ତର ସଲୀଳା ପଣ୍ଡାଙ୍କ ମୃତ୍ୟୁ । ନିଦ ବଟିକା ଖାଇ ମୃତ୍ୟୁ ହୋଇଥିବା ସ୍ବାମୀଙ୍କ ଅଭିଯୋଗ ।

ବଡ଼ଗାଁ ଥାନା ରୁନଗାଁର ଆୟୁଷ ଡାକ୍ତର ସଲୀଳା ପଣ୍ଡା ଗତକାଲି ବିଳମ୍ବିତ ରାତିରେ ମାତ୍ରାଧିକ ନିଦ ବଟିକା ଖାଇଥିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏନେଇ ତାଙ୍କ ସ୍ୱାମୀ ଦେବବ୍ରତ ମିଶ୍ର ବଡ଼ଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ତେବେ ତାଙ୍କ ମୃତ୍ୟୁ ପଛର କାରଣ ଏଯାବତ ସ୍ପଷ୍ଟ ହୋଇନାହିଁ। ଗତକାଲି ରାତିରେ ଡାକ୍ତରାଣୀଙ୍କ ସ୍ବାମୀ ଦେବବ୍ରତ, ତାଙ୍କୁ ନିସ୍ତେଜ ଅବସ୍ଥାରେ ପଡ଼ିଥିବା ଦେଖି  ୧୦୮ ଆମ୍ବୁଲାନ୍ସ ଯୋଗେ ରାତିରେ ବଡ଼ଗାଁ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।  ହେଲେ ଡାକ୍ତର ଜଣକ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ କି ଅନ୍ଯ କୌଣସି କାରଣରୁ ମୃତ୍ଯୁ ହୋଇଛି ସେନେଇ ତଦନ୍ତ ଜାରି ରହିଛି।

ସେପଟେ କୌଣସି କଥାକୁ ନେଇ ସ୍ବାମୀଙ୍କ ସହ ସବୁବେଳେ ଅଶାନ୍ତି ଲାଗି ରହୁଥିଲା ବୋଲି ପାଖ ପଡ଼ୋଶୀଙ୍କକଠାରୁ ଶୁଣିବାକୁ ମିଳୁଛି।

ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଶବ ବ୍ଯବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି କୁହାଯାଉଛି।