ରାଜ୍ୟରେ ଖାଲି ପଡ଼ିଛି ଡାକ୍ତର ପଦବୀ, ଦୀର୍ଘ ଦିନ ଛୁଟିରେ ଥିବା ଡାକ୍ତରଙ୍କ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟରେ ଖାଲି ପଡ଼ିଛି ୫୦୧୪ ଡାକ୍ତର ପଦବୀ । ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ । ୧୧୧୪ ସ୍ପେଶାଲିଷ୍ଟ ଡାକ୍ତରଙ୍କ ସହ ୫ ହଜାର ୧୪ଟି ପଦବୀ ଖାଲି ପଡ଼ିଛି । ୩୦ ଜିଲ୍ଲାରେ ୩୭୫ଟି ସିଏଚସି(କମ୍ୟୁନିଟି ହେଲ୍‌ଥ ସେଣ୍ଟର)ରେ ଡାକ୍ତର ନାହାଁନ୍ତି । ଗଞ୍ଜାମରେ ସର୍ବାଧିକ ୪୫୦, ମୟୂରଭଞ୍ଜରେ ୩୦୯, କଟକରେ ୨୭୧, ଖୋର୍ଦ୍ଧାରେ ୧୨ ଡାକ୍ତର ପଦବୀ ଖାଲି ପଡ଼ିଛି । ସେହିପରି ମୟୂରଭଞ୍ଜ ଏବଂ ଗଞ୍ଜାମରେ ସର୍ବାଧିକ ୮୭ ଲେଖାଏଁ ସ୍ପେଶାଲିଷ୍ଟ ଡାକ୍ତର ପଦବୀ ଖାଲି ରହିଛି । ଦୀର୍ଘ ଦିନ ଛୁଟିରେ ଥିବା ୧୯୬ ଡାକ୍ତରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । କହିରଖୁଛୁ ପ୍ରାୟ ୧୯୬ ଡାକ୍ତର ବିଭିନ୍ନ କାରଣ ଦର୍ଶାଇ ଛୁଟିରେ ଅଛନ୍ତି ।