fbpx

(Video) ଲାଇଭ ରିପୋର୍ଟିଂ ବେଳେ ରିପୋର୍ଟରଙ୍କ ଉପରକୁ ଡେଇଁଲା କୁକୁର, ଦେଖନ୍ତୁ ତା’ପରେ କ’ଣ ଘଟିଲା

Advertisement

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ଅଜବ-ଗଜବ ଘଟଣା ଭାଇରାଲ ହେଉଛି । ଅନେକ ଭିଡିଓରେ ଏଭଳି ଘଟଣାମାନ ଘଟିବା ଦେଖିବାକୁ ମିଳୁଛି । ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ଲାଇଭ ରିପୋର୍ଟିଙ୍ଗ କରିବା ବେଳେ ରିପୋର୍ଟରଙ୍କ ମାଇକ ଏକ କୁକୁର ଛଡାଇ ନେଇଛି । ଏହା ସେତେବେଳେ ଘଟିଛି ଯେତେବେଳେ ସେ ଏୟାର ଶୋ ରେ ଥିଲେ । ଆସନ୍ତୁ ଆପଣଙ୍କୁ ଜଣାଇବା କଣ ରହିଛି ଭିଡିଓରେ ।

ଭିଡିଓରେ ଦେକିବାକୁ ମିଳୁଛି ଯେ, ଜଣେ ରିପୋର୍ଟର ଏୟାର ଶୋ ର ରିପୋର୍ଟିଙ୍ଗ କରିବା ବେଳେ ତାଙ୍କ ହାତରୁ ବୁମକୁ ଛଡାଇ ନେଲା କୁକୁର । ଏହା ଜଣେ ମହିଳା ଫିଲ୍ଡ ରିପୋର୍ଟିଂ କରୁଥିବା ସମୟରେ ଘଟିଛି । ଏହା ପରେ ସେ କୁକୁରଟି ବୁମ ଧରି ଦୌଡୁଛି । ଭିଡିଓଟି ରୁଷର ବୋଲି କୁହାଯାଉଛି । ମାଇକ ଛଡାଇବା ପରେ ମହିଳା ରିପୋର୍ଟର ଜଣକ ସେହି କୁକୁର ପଛରେ ଦୌଡୁଛନ୍ତି । ହେଲେ କୁକୁରଟି ମହିଳାଙ୍କୁ ଧରାନଦେଇ ଖସିଯାଇଛି । ଏହି ସମସ୍ତ ଘଟଣା ଚ୍ୟାନେଲର କ୍ୟାମେରାରେ କଏଦ ହୋଇଛି । ଏହାକୁ ଦେଖି ନ୍ୟୁଜ ଆଙ୍କର ବି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ଏବଂ ଏହାପରେ ସେ ବ୍ରେକ ନେଉଁନ୍ତି । ସୋସିଆଲ ମିଡିଆରେ ବର୍ତ୍ତମାନ ଏହି ଭିଡିଓ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.