ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟରେ ଏପରି ଝୁମିଲା Teslaର ସେୟାର, ଏଲନ ମସ୍କ ଗୋଟିଏ ଝଟକାରେ ରୋଜଗାର କଲେ ଏତିକି କୋଟି

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆସିସାରିଛି । ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ରାଷ୍ଟ୍ରପତି ହେବେ । ସେ ଭାରତୀୟ ବଂଶୋଦ୍ଭବ କମଲା ହାରିସଙ୍କୁ ହରାଇଛନ୍ତି । ଟ୍ରମ୍ପଙ୍କ ବିଜୟରେ ଆମେରିକାର ବଜାରରେ ଚମକ ଦେଖିବାକୁ ମିଳିଛି । ଭାରତୀୟ ସେୟାର ବଜାରରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଉପରେ ମଧ୍ୟ ଟଙ୍କାର ବର୍ଷା ହୋଇଛି । ସେ ମାତ୍ର ୨୪ ଘଣ୍ଟାରେ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ଟଙ୍କା ରୋଜଗାର କରିଛନ୍ତି । US Market ରେ ମସ୍କଙ୍କ କମ୍ପାନୀ ଟେସଲାର ସେୟାର ୧୫ ପ୍ରତିଶତ ବଢିଯାଇଛି ।

ଆମେରିକା ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ବିଜୟ ହାସଲ କରିବା ସହ ଆମେରିକା ସେୟାର ବଜାରରେ ବୃଦ୍ଧି ଦେଖିବାକୁ ମିଳିଛି । Dow Jones ରେ ୧୫୦୮ ସଂଖ୍ୟା ବା ୩.୫୭ ପ୍ରତିଶତ ବୃଦ୍ଧି ଘଟିଛି ଏବଂ ଏହା ୪୩,୭୨୯ର ସୀମାରେ ପହଞ୍ଚିସାରିଛି । S&P500 ମଧ୍ୟ ଦ୍ରୁତ ଗତିରେ ୨.୫୩ ପ୍ରତିଶତ ଅତିକ୍ରମ କରିଛି । ଏଥିସହ Nasdaqରେ ମଧ୍ୟ ପାଖାପାଖି ୩ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ଆମେରିକା ବଜାରରେ ଏହି ବୃଦ୍ଧିକୁ କମ୍ପାନୀଗୁଡିକ ସେୟାର ରେକର୍ଡ ସହ ଦୌଡିଛି ଏବଂ ଏଲନ ମସ୍କଙ୍କଠାରୁ ଜେଫ ବେଜୋସଙ୍କ ପର୍ଯ୍ୟନ୍ତ ସଂପତ୍ତିରେ ଜୋରସୋର ବୃଦ୍ଧି ଦେଖିବାକୁ ମିଳିଛି ।

ଟ୍ରମ୍ପଙ୍କ ବିଜୟରେ ଆମେରିକା ବଜାରରେ ଆସିଥିବା ଏହି ବୃଦ୍ଧି ସବୁଠୁ ଅଧିକ ଫାଇଦା ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କୁ ହୋଇଛି ଏବଂ ମସ୍କଙ୍କ ସଂପତ୍ତିରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି । ବ୍ଲୁମବର୍ଗ ବିଲିୟନେୟର୍ସ ଇଣ୍ଡେକ୍ସ ମୁତାବକ, ଏଲନ ମସ୍କଙ୍‌କ ସଂପତ୍ତି ୨୬.୫ ଅରବ ଡଲାର ବା ପାଖାପାଖି ୨୨,୩୨,୬୫ କୋଟି ଟଙ୍କାରୁ ଅଧିକ ବଢିଯାଇଛି । ସଂପତ୍ତିରେ ଏହି ବୃଦ୍ଧି ପରେ ଏଲନ ମସ୍କଙ୍କ ସଂପତ୍ତି ୨୯୦ ଅରବ ଡଲାର ହୋଇଯାଇଛି ।