ନୂଆଦିଲ୍ଲୀ: ଆମେରିକୀୟ ସାମଗ୍ରୀ ଉପରେ ଉଚ୍ଚ ଟିକସ କଷିଲେ ଏହାର ଜବାବୀ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଭାରତୀୟ ପଣ୍ୟ ସାମଗ୍ରୀ ଗୁଡ଼ିକ ଉପରେ ଆମେ ମଧ୍ୟ ଅନୁରୂପ ଟିକସ ବସାଇବୁ ବୋଲି ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି । ନିଜ ଉଦ୍ଦେଶ୍ୟ ସମ୍ପର୍କରେ ଟ୍ରମ୍ପ ଆଉ ମଧ୍ୟ କହିଛନ୍ତି, ଟିକସ ପାରସ୍ପରିକ ହେବାକୁ ଯାଉଛି । ଭାରତ ଆମ ଉପରେ ଟିକସ କଷିଲେ । ଆମେ ସେମାନଙ୍କ ଉପରେ ଟିକସ କଷିବୁ ।
ପ୍ରାୟ ସବୁ ମାମଲାରେ ସେମାନେ ଆମ ସାମଗ୍ରୀ ଉପରେ ଉଚ୍ଚ ଟିକସ ଲଗାଉଛନ୍ତି । କିନ୍ତୁ ଆମେ ସେପରି କରିନାହୁଁ । ଭାରତ ଆମ ଉପରେ ୧୦୦% କଷିଲେ ଆମେ କ’ଣ ସେପରି କରୁଛୁ? କହି ଟ୍ରମ୍ପ ପ୍ରଶ୍ନ କରିଛନ୍ତି । ଆମେରିକୀୟ ସାମଗ୍ରୀ ଉପରେ ଭାରତ ଓ ବ୍ରାଜିଲ ସର୍ବାଧିକ ଟିକଓ ଲଗାଉଥିବା ନେଇ ମାର୍-ଏ-ଲାଗୋରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଟ୍ରମ୍ପ ନିଜର ପ୍ରତିକ୍ରିୟା ରଖିଛନ୍ତି ।