fbpx

ଯୋଗାସନ କରିବା ସମୟରେ କରନ୍ତୁ ନାହିଁ ଏହି ଭୁଲ, ଫାଇଦା ପରିବର୍ତ୍ତେ ହୋଇଥାଏ କ୍ଷତି

Advertisement

ଓଡ଼ିଶା ଭାସ୍କର: ସୁସ୍ଥ ଜୀବନଶୈଳୀ ପାଇଁ ସନ୍ତୁଳିତ ଆହାର ସହ ବ୍ୟାୟାମ ଏବଂ ସୁନିଦ୍ରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଯୋଗାସନ ଉଭୟ ଶରୀର ଓ ମନ ପାଇଁ ଲାଭକାରୀ ଅଟେ । ନିୟମିତ ଯୋଗାସନ ଦ୍ୱାରା ଶରୀରକୁ ନମନୀୟ କରିବା ସହ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । କିନ୍ତୁ କେବଳ ଯୋଗାସନ କରିବା ଯଥେଷ୍ଟ ନଥାଏ । ଅଧିକାଂଶ ବ୍ୟକ୍ତି ଯୋଗାସନ କରିବା ସମୟରେ କିଛି ଭୁଲ କରିଥାନ୍ତି । ଫଳରେ ଯୋଗାସନର ପୂର୍ଣ୍ଣ ଫାଇଦା ମିଳିନଥାଏ ।

୧. କୌଣସି ଆସନ କରିବା ସମୟରେ ଜବରଦସ୍ତି କରନ୍ତୁ ନାହିଁ । ଏହା ଦ୍ୱାରା ଶରୀରରେ ଯନ୍ତ୍ରଣା ଅନୁଭବ ହୋଇଥାଏ । କୌଣସି ମୁଦ୍ରା ପରଫେକ୍ଟ ହେବା ପାଇଁ ସମୟ ଲାଗିଥାଏ ।

୨. ଟାଇଟ୍ ପୋଷାକ ପିନ୍ଧି କେବେ ବି ଯୋଗାସନ କରନ୍ତୁ ନାହିଁ । ସବୁବେଳେ ଢ଼ିଲା ଏବଂ ଆରାମଦାୟକ ପୋଷାକ ପରିଧାନ କରନ୍ତୁ ।

୩. ଯୋଗାସନ କରିବା ସମୟରେ କୌଣସି ଚିନ୍ତାଧାରା ମନରେ ଆଣନ୍ତୁ ନାହିଁ । ଏହା ଦ୍ୱାରା ମନ ଭ୍ରମିତ ହୋଇଥାଏ ଏବଂ ଯୋଗାସନର ପୂର୍ଣ୍ଣ ଫାଇଦା ମିଳିନଥାଏ । ଏହା ବାଦ୍ ଯୋଗାସନ କରିବା ସମୟରେ ଅଧିକ କଥାବାର୍ତ୍ତା କରନ୍ତୁ ନାହିଁ ।

୪. ଭୋଜନ କରିବା ପରେ ଯୋଗାସନ କରିବା ବର୍ଜିତ ଅଟେ । ଭୋଜନ ପରେ କେବଳ ‘ବଜ୍ରାସନ’ କରିପାରିବେ । ଏହା ହଜମ ପ୍ରକ୍ରିୟାରେ ସହାୟକ ହୋଇଥାଏ । ଅପରପକ୍ଷରେ ଯୋଗାସନର ୨-୩ ଘଣ୍ଟା ପୂର୍ବରୁ ଭୋଜନ କରିପାରିବେ । ଯେତେଦୂର ସମ୍ଭବ ପ୍ରାତଃକାଳରେ ଖୋଲା ବାତାବରଣରେ ଖାଲି ପେଟରେ ଯୋଗାସନ କରିବା ଉତ୍ତମ ଅଟେ ।

୫. ଯୋଗ ପ୍ରଶୀକ୍ଷକଙ୍କ ବିନା ପରାମର୍ଶରେ କୌଣସି ଯୋଗାସନ କରନ୍ତୁ ନାହିଁ । ଏହା ଶରୀର ଉପରେ ବିପରିତ ପ୍ରଭାବ ପକାଇପାରେ ।

୬. ଯୋଗାସନ ସମୟରେ ଡିଜିଟାଲ ଉପକରଣ ଯେପରି ମୋବାଇଲ, ଟିଭି ଇତ୍ୟାଦିରୁ ଦୂରେଇ ରୁହନ୍ତୁ ।

୭. ଆପଣଙ୍କୁ ଆଘାତ ଲାଗିଥିଲେ ଯୋଗାସନ କରିବା ଠାରୁ ଦୂରେଇ ରୁହନ୍ତୁ । ଏହି ସମୟରେ କୌଣସି ମୁଦ୍ରା କରିବା ସମୟରେ ଅସୁବିଧା ହୋଇଥାଏ ।

Get real time updates directly on you device, subscribe now.