ପିରିୟଡସ୍ ଅର୍ଥାତ ମାସିକ ଋତୁସ୍ରାବ ସମୟରେ ମହିଳାମାନଙ୍କର ମୁଣ୍ଡବିନ୍ଧା, କାନ୍ଧ ଦରଜ, ବ୍ଲିଡିଂ, ଅନିଦ୍ରା ଭଳି ସମସ୍ୟା ଦେଖାଦିଏ । ଏହାଦ୍ୱାରା ସେମାନଙ୍କର ଡେଲି ରୁଟିନରେ ପରିବର୍ତନ ହୋଇଥାଏ । ଡାକ୍ତରଙ୍କ କହିବାନୁସାରେ, ମହିଳାଙ୍କ କିଛି ଭୁଲ କାମ ପାଇଁ ସେମାନେ ସବୁବେଳେ ଏମିତି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତେବେ ସେମାନେ ଅଜଣାତରେ ହୁଏତ ଏହି ଭୁଲ କରିଥାନ୍ତି ଯାହାକି ସେମାନଙ୍କ ପାଇଁ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି କରିଥାଏ । ତାହେଲେ ଚାଲନ୍ତୁ ଜାଣିବା ଋତୁସ୍ରାବ ସମୟରେ କଣ କରିବା ଉଚିତ ନୁହେଁ..
ପ୍ୟାଡ: ଅନେକ ସମୟରେ ମହିଳାମାନେ ଲମ୍ବା ସମୟ ଧରି ଗୋଟିଏ ପ୍ୟାଡ ବ୍ୟବହାର କରିଥାନ୍ତି । ମାତ୍ର ଏହା ଭୁଲ । କାରଣ ଆପଣ ଲମ୍ବା ସମୟ ଧରି ପ୍ୟାଡ ବ୍ୟବହାର କରିବା ଦ୍ୱାରା ଏହା ଆପଣଙ୍କୁ ଅନେକ ଗମ୍ଭିର ସମସ୍ୟାରେ ପକାଇପାରେ । ତେଣୁ ପ୍ରତି ତିନି ଘଣ୍ଟାରୁ ୪ ଘଣ୍ଟା ମଧ୍ୟରେ ଥରେ ସାନିଟାରୀ ନ୍ୟାପକିନ ବଦଳାଇବା ଜରୁରୀ । ଫଳରେ ଆପଣ ସଂକ୍ରମଣରୁ ଦୂରେଇ ରହିପାରିବେ । ଏହାସହ ଦୁର୍ଗନ୍ଧ ମଧ୍ୟ ହେବ ନାହିଁ ।
ବ୍ୟାୟାମ ଛାଡନ୍ତୁ ନାହିଁ : ପିରିୟଡସ୍ କାରଣରୁ ଶରୀରରେ ଥକାପଣ ଦେଖାଦେଇଥାଏ । ଯାହାଫଳରେ ଅନେକ ମହିଳାମାନେ ଏକ୍ସରସାଇଜ ଠାରୁ ଦୂରେଇଯ।।ନ୍ତି । କିନ୍ତୁ ଏପରି ଆଦୌ କରନ୍ତି ନାହିଁ । ପିରିୟଡସ୍ ସମୟରେ ଏକ୍ସରସାଇଜ ଶରୀରରୁ ସୁସ୍ଥ ରଖିବା ସହ ଯନ୍ତ୍ରଣା ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ । କାରଣ ଏକ୍ସରସାଇଜ କରିବା ଦ୍ୱାରା ଶରୀରରୁ ଝାଳ ରୂପରେ ସବୁ
ଟକ୍ସିନ(ବର୍ଜ୍ୟ ପଦାର୍ଥ) ବାହାରିଥାଏ । ଯାହାଫଳରେ ଏହା ଆପଣକୁ ଯନ୍ତ୍ରଣାରୁ ଆରାମ ଦେଇଥାଏ ।
ଲୁଣ ସେବନ କରନ୍ତୁ ନାହିଁ: ପିରିୟଡସ୍ ସମୟରେ ଅନେକ ମହିଳାମାନଙ୍କର ବ୍ଲୋଟିଙ୍ଗ ବା ପେଟ ଯନ୍ତ୍ରଣା ପରି ସମସ୍ୟା ହୋଇଥାଏ । ତେଣୁ ଏହି ସମୟରେ ଅଧିକ ମାତ୍ରାରେ ଲୁଣ ସେବନ କରିବା ଦ୍ୱାରା ଶରୀରରରେ ଅନେକ ପ୍ରକାର ରୋଗ ସୃଷ୍ଟି ହୋଇଥାଏ । ତେଣୁ ପିରିୟଡସ୍ ସମୟରେ ମହିଳାମାନେ ଲୁଣ ଜାତୀୟ ଖାଦ୍ୟ ଠାରୁ ଦୂରେଇ ରହିବା ଆବଶ୍ୟକ ।
ସକାଳ ଖାଦ୍ୟ ନଖାଇବା: ପିରିୟଡସ୍ ସମୟରେ ଅନେକ ମହିଳାମାନଙ୍କ ବହୁତ ମାତ୍ରରେ ରକ୍ତସ୍ରାବ ହୋଇଥାଏ । ତେଣୁ ଏହି ସମୟରେ ଶରୀରକୁ ଅଧିକମାତ୍ରରେ ନ୍ୟୁଟ୍ରିସନର ଆବଶ୍ୟକତା ହୋଇଥାଏ । ଏପରି କ୍ଷେତ୍ରରେ ମହିଳାମାନେ ସକାଳ ଖାଦ୍ୟ ନିହାତି ଖାଇବା ଆବଶ୍ୟକ ।