fbpx

ସିଡ଼ି ତଳେ ଭୁଲରେ ତିଆରି କରନ୍ତୁ ନାହିଁ Bathroom, ଜାଣନ୍ତୁ କ’ଣ କୁହନ୍ତି ବାସ୍ତୁ ଏକ୍ସପର୍ଟ

Advertisement

ଓଡ଼ିଶା ଭାସ୍କର: ବାସ୍ତୁ ଶାସ୍ତ୍ରରେ ଦିଗର ଅନେକ ମହତ୍ୱ ରହିଛି । ପ୍ରତ୍ୟେକ ଛୋଟ ବଡ଼ ଜିନିଷଳ ପାଇଁ ବାସ୍ତୁ ନିଦେ୍ର୍ଦଶାବଳୀ ରହିଛି । ଏହି ନିୟମର ପାଳନ କରିଲେ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ବୃଦ୍ଧି ହୋଇଥାଏ ଏବଂ ନିୟମ ବିରୋଧରେ ଗଲେ ଜୀବନରେ ଅନେକ ସମସ୍ୟା ଦେଖାଦେଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ଦକ୍ଷିଣ- ପଶ୍ଚିମ, ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ସିଡ଼ି ନିର୍ମାଣ କରିବା ପାଇଁ ଉତ୍ତମ ଦିଗ ଅଟେ । ତେବେ ସିଡ଼ି ତଳେ ଅନେକ ବ୍ୟକ୍ତି ଖାଲି ସ୍ଥାନ ଥିବାରୁ ଅନେକ ବ୍ୟକ୍ତି ଏହାର ଉପଯୋଗ ବିଭିନ୍ନ ମାଧ୍ୟମରେ କରିଥାନ୍ତି । କିନ୍ତୁ ସିଡ଼ି ତଳେ କେବେ ବି ଟଏଲେଟ୍ ତିଆରି କରିବା ଉଚିତ ନୁହେଁ । ଏହାର ନକାରାତ୍ମକ ପ୍ରଭାବ ପରିବାର ସଦସ୍ୟଙ୍କ ଉପରେ ପଡ଼ିଥାଏ ।

ବାସ୍ତୁ ଏକ୍ସପର୍ଟଙ୍କ ଅନୁଯାୟୀ ନିର୍ଦ୍ଧାରିତ ସ୍ଥାନରେ ସିଡ଼ି ତିଆରି କରିବା ଦ୍ୱାରା ବ୍ୟକ୍ତିର ଜୀବନରେ ପ୍ରଗତି ଓ ସଫଳତା ଦେଖାଦେଇଥାଏ । ସିଡ଼ି ତଳ ସ୍ଥାନ ଆର୍ଥିକ ସ୍ଥିରତା ଏବଂ ବିକାଶର ପ୍ରତିନିଧିତ୍ୱ କରିଥାଏ । ସିଡ଼ି ତଳେ ଟଏଲେଟ୍ ତିଆରି କରିବା ଦ୍ୱାରା ବାସ୍ତୁ ଦୋଷ ଦେଖାଦେଇଥାଏ ।

୧. ସିଡ଼ି ତଳେ ଟଏଲେଟ୍ ତିଆରି କରିବା ଦ୍ୱାରା ଘର ସଦସ୍ୟଙ୍କ ଆକ୍ସିଡେଣ୍ଟର ସମ୍ମୁଖୀନ ହେବାକୁ ପଡ଼ିଥାଏ । ସିଡ଼ି ତଳ ସ୍ଥାନ ଅସ୍ଥିର ଏବଂ ଅସୁରକ୍ଷିତ ବିବେଚିତ କରାଯାଇଛି ତେଣୁ ସେଠାରେ କେବେ ବି ଟଏଲେଟ୍ ତିଆରି କରିବା ଉଚିତ ନୁହେଁ ।

୨. ଘରେ ଆର୍ଥିକ ଏବଂ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇଥାଏ ।

୩. ଘରେ ନକାରାତ୍ମକ ଉର୍ଜ୍ଜାର ସଂଚାର ହୋଇଥାଏ । ଏହା ପାରିବାରିକ କଳହର କାରଣ ପାଲଟିଥାଏ ।

Get real time updates directly on you device, subscribe now.