fbpx

ଆବଶ୍ୟକ ନଥିଲେ ହସ୍ପିଟାଲରେ ବେଡ୍ ଅକ୍ତିଆର କରନ୍ତୁ ନାହିଁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର ୨୭ ।୪ (ଓଡ଼ିଶା ଭାସ୍କର) : ରାଜ୍ୟରେ ରେମଡେସିଭର ଇଞ୍ଜେକ୍ସନର ଅଭାବ ଦେଖା ଦେଇଛି । ଏପ୍ରିଲ ଶେଷ ସପ୍ତାହରେ କେନ୍ଦ୍ରସରକାର ୨୧ ହଜାର ଟିକା ପଠାଇବାର ଥିଲା । ଗତକାଲି ଦରକାର ଥିଲା ୨ ହଜାର ରେମଡେସିଭର ଇଂଞ୍ଜକ୍ସନ୍ । ଏନେଇ ୯୨ ଟି ଟିକା କେନ୍ଦ୍ରରୁ ସୂଚନା ମିଳିଛି । ଘରୋଇ ଔଷଧ ଦୋକାନକୁ ଏହି ଇଞ୍ଜେକ୍ସନ୍ ରଖିବାକୁ ଅନୁମତି ଦିଆଯାଇ ନାହିଁ । ସେହିପରି ରେମଡିସିଭର ମେଡିସିନ୍ ରାମବାଣ ନୁହେଁ । ଏହି ମେଡିସିନ୍ କେବଳ ସିରିୟସ ରୋଗୀଙ୍କୁ ଦିଆଯାଏ । କିନ୍ତୁ କିଛି ଲୋକ ରେମଡିସିଭର କିଣି ଘରେ ରଖି କୃତ୍ତିମ ଅଭାବ ସୃଷ୍ଟି କରୁଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଆବଶ୍ୟକ ନଥିଲେ ହସ୍ପିଟାଲରେ ବେଡ୍ ଅକ୍ତିଆର କରି ରଖନ୍ତୁ ନାହିଁ । ବେଡର ଅଭାବ ନାହିଁ ଏବଂ ଆଗକୁ ୪ଟି ଲେଖାଏଁ ଜିଲ୍ଲାକୁ ମିଶାଇ ଗୋଟିଏ କ୍ଲଷ୍ଟର କରାଯିବ ଓ ସେହି ଜିଲ୍ଲା ଭିତରେ ହିଁ ରୋଗୀଙ୍କୁ ବେଡ ଯୋଗାଇଦିଆଯିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର ।

Get real time updates directly on you device, subscribe now.