fbpx
BSKY
BJD YOUTH SKY
BJD MS SKY

ଭୁଲରେ ବି ଗୁଗଲରେ ସର୍ଚ୍ଚ କରନ୍ତୁ ନାହିଁ ଏହି ସବୁ ଜିନିଷ: ମାନହାନୀ ସାଙ୍ଗକୁ ହୋଇପାରେ ଜେଲ

ନୂଆଦିଲ୍ଲୀ: ଆଜିକାଲିର ଡିଜିଟାଲ ଯୁଗରେ କୌଣସି ଜିନିଷ କିମ୍ବା ବ୍ୟକ୍ତିତ୍ୱଙ୍କ ବିଷୟରେ ଜାଣିବା ପାଇଁ ଲୋକମାନଙ୍କ ପ୍ରଥମ ଚଏସ ପାଲଟିଛି ଗୁଗଲ । ଛୋଟବଡ କିଛି ବି ଜିନିଷ ଉପରେ ସମ୍ପୂର୍ଣ୍ଣ ତଥ୍ୟ ଦେଇପାରେ ଗୁଗଲ । ତେଣୁ ଏହାକୁ ଲାଇବ୍ରେରୀ ବୋଲି ମଧ୍ୟ କହିଥାନ୍ତି । ତେବେ ଏଥିରେ ଅନେକ ଲୋକ କିଛି ଏମିତି ଜିନିଷ ବି ସର୍ଚ୍ଚ କରି ଦିଅନ୍ତି ଯାହା ପରେ ତାଙ୍କୁ ମହଙ୍ଗା ପଡିଯାଏ । ତେଣୁ ଗୁଗଲରେ କିଛି ସର୍ଚ୍ଚ କରିବା ପୂର୍ବରୁ ଏହା ଉପରେ ଚିନ୍ତା କରିବା ନିହାତି ଆବଶ୍ୟକ । ନଚେତ ଆପଣ ଅସୁବିଧାରେ ପଡିପାରନ୍ତି । କିଛି ଜିନିଷ ସର୍ଚ୍ଚ କରିବା ଦ୍ୱାରା ଆପଣଙ୍କୁ ଜେଲ ମଧ୍ୟ ହୋଇଯାଇପାରେ ।

କୌଣସି ବିଷୟରେ ଜାଣିବାକୁ ହେଲେ ଗୁଗଲରେ ସର୍ଚ୍ଚ କରିବା ଏକ ସାଧାରଣ ଏବଂ ସହଜ ଉପାୟ । କିନ୍ତୁ କିଛିଟା ବିଷୟରେ ସର୍ଚ୍ଚ କରିବା ଆପଣଙ୍କୁ ମହଙ୍ଗା ହୋଇପାରେ । ଘରେ ବନ୍ଧୁକ ପ୍ରସ୍ତୁତ କରିବା କିମ୍ବା ବୋମା ପ୍ରସ୍ତୁତ କରିବାର ପ୍ରଣାଳୀ ଇତ୍ୟାଦିକୁ ଆପଣ ସର୍ଚ୍ଚ କରିବା ୟୁଜରଙ୍କୁ ମହଙ୍ଗା ପଡିପାରେ । ଏହିସବୁ ଉପାୟ ସର୍ଚ୍ଚ କରୁଥିବା ବ୍ୟକ୍ତିଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଏସବୁ ସର୍ଚ୍ଚ କରିବା ଦ୍ୱାରା ଆପଣ ତୁରନ୍ତ ସୁରକ୍ଷା ଏଜେନ୍ସିର ଟାର୍ଗେଟକୁ ଆସିଯିବା ସହିତ ଆପଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ।

ଆପଣ ମନୋରଞ୍ଜନ ପାଇଁ ଏସବୁ ସର୍ଚ୍ଚ କରିଥିଲେ ମଧ୍ୟ ଏହା ଆପଣଙ୍କୁ ଅସୁବିଧାରେ ପକାଇପାରେ ।

PORN:

ଭାରତରେ ଅନେକ ପର୍ଣ୍ଣ ସାଇଟ ମନ୍ଦ କରାଯାଇଛି । କିନ୍ତୁ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଏମିତି ଏକ ଟର୍ମ, ଯାହା ଆପଣଙ୍କୁ ଜେଲ ପର୍ଯ୍ୟନ୍ତ ଟାଣି ନେଇପାରେ । ଗୁଗଲରେ ଏଭଳି ଟର୍ମ ଭୁଲରେ ମଧ୍ୟ ସର୍ଚ୍ଚ କରନ୍ତୁ ନାହିଁ । ନଚେତ ଏହା ଆପଣଙ୍କ ଅସୁବିଧାର କାରଣ ପାଲଟି ଯାଇପାରେ ।

Parents say porn is scarier than terrorism for their kids

Medical Advices:

ମେଡିକାଲ ଆଡଭାଇସ ପାଇଁ ଆପଣଙ୍କୁ ଗୁଗଲର ସାହାଯ୍ୟ ନେବା ଆବଶ୍ୟକ । ଏଥିପାଇଁ ଆପଣଙ୍କୁ ଜେଲ ନ ହୋଇପାରେ, କିନ୍ତୁ ହସ୍ପିଟାଲ ପହଞ୍ଚିଯାଇ ପାରନ୍ତି । ତେବେ ଗୁଗଲ ସାହାଯ୍ୟରେ ଔଷଧ ନେବା ଅପେକ୍ଷା ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ଗ୍ରହଣ କରନ୍ତୁ ।

Stop Googling your medical symptoms and do this instead - CNET

ଏସବୁ ବ୍ୟତୀତ ଏମିତି କିଛି ଜିନିଷ ଅଛି ଯାହାକୁ ସର୍ଚ୍ଚ କଲେ ଆପଣଙ୍କୁ ବେଇଜ୍ଜତ ହେବା ସହ ସମ୍ମାନହାନୀ ହୋଇପାରେ । ଆପଣମାନେ ଦେଖିଥିବେ ଗୁଗଲ ଆପଣଙ୍କ ସର୍ଚ୍ଚ ପାଟର୍ଣ୍ଣ ଉପରେ ବିଜ୍ଞାପନ ଦେଖାଇଥାଏ । ତେବେ ଯଦି ଆପଣ କିଛି ଏମିତି ଜିନିଷ ସର୍ଚ୍ଚ କରିଥାନ୍ତି, ଯାହାର ବିଜ୍ଞାପନ ଦ୍ୱାରା ଆପଣଙ୍କୁ ଅନ୍ୟମାନଙ୍କ ଆଗରେ ବେଇଜ୍ଜତ ହେବାକୁ ପଡିଥାଏ । ତେଣୁ ଏସବୁ ସର୍ଚ୍ଚ କରିବା ଭଳି କାମରୁ ଦୂରେଇ ରହି ନିଜ ସମ୍ମାନ ରକ୍ଷା କରିବା ସହ ଜେଲ ଯିବାରୁ ମୁକ୍ତି ପାଇବେ ଏବଂ ସୁସ୍ଥ ମଧ୍ୟ ରହିବେ ।

Get real time updates directly on you device, subscribe now.