fbpx

‘କ୍ରିପିୟା ଧ୍ୟାନ ଦେ…. ଟ୍ରେନରେ ପର୍ଣ୍ଣ ଭିଡିଓ ଦେଖନ୍ତୁ ନାହିଁ , ଘରେ ପହଞ୍ଚିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ !’ ଯାତ୍ରୀଙ୍କୁ ରେଳବିଭାଗ ପକ୍ଷରୁ ପରାମର୍ଶ

ନୂଆଦିଲ୍ଲୀ : ଟ୍ରେନରେ ପର୍ଣ୍ଣ ଭିଡିଓ ଦେଖ ନାହିଁ । ଅପେକ୍ଷା କର ଘରେ ପହଞ୍ଚିଲା ପରେ ଦେଖିବ । ରେଳଯାତ୍ରୀଙ୍କୁ ରେଳ ବିଭାଗ ପକ୍ଷରୁ ଏଭଳି ପରାମର୍ଶ ଦିଆଯାଇଛି । ଟ୍ରେନରେ ଯାତ୍ରା କରିବା ସମୟରେ ଲୋକମାନେ ବିଶେଷ ଧ୍ୟାନ୍ ଉଚିତ ଯେ, ଆପଣଙ୍କ ପାଇଁ ଅନ୍ୟ କୌଣସି ଯାତ୍ରୀ ଯେପରି ହଇରାଣ ନହୁଅନ୍ତି ଏବଂ ଏମିତି କିଛି କଥାକୁ ନେଇ ଆପଣ ଯେମିତି ଲଜ୍ୟା ଅନୁଭବ ନ କରନ୍ତି । ବୋଧହୁଏ ଇଂଲଣ୍ଡର ଲୋକମାନେ ଏହିକୁ ନେଇ ସେତେଟା ସଚେତନ ନୁହଁନ୍ତି । ଏହି କାରଣରୁ ଇଂଲଣ୍ଡର ଏକ ରେଳ ବିଭଗ ପକ୍ଷରୁ ଯାତ୍ରୀଙ୍କୁ ଏପରି ପରାମର୍ଶ ଦିଆଯାଇଛି ।

ଡେଲି ଷ୍ଟାର ନ୍ୟୁଜ୍ ୱେବସାଇଟ୍ ରିପୋର୍ଟ ଅନୁଯାୟୀ ବ୍ରିଟେନର ଏକ ରେଳ ବିଭାଗ ଯାତ୍ରୀମାନଙ୍କୁ ଅଜବ ଉପଦେଶ ଦେଇଛନ୍ତି। ଉତ୍ତର ବିଭାଗ ଯାତ୍ରୀମାନଙ୍କୁ ଟ୍ରେନରେ ଯାତ୍ରା କରିବା ସମୟରେ ଅଶ୍ଳୀଳ ଭିଡିଓ ନ ଦେଖିବା ପାଇଁ ପରାମର୍ଶ ଦେଇଛନ୍ତିି । ବିଭାଗ ପକ୍ଷରୁ କୁହାଯାଇଛି ଯେ, ଯଦି ଏପରି ଭିଡିଓ ଦେଖିବାକୁ ଇଚ୍ଛା ଅଛି ତେବେ ଘରେ ପହଞ୍ଚିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ଯେଉଁଠାରେ ଆପଣ ଗୋପନୀୟତାର ସହ ଏହି ସବୁକୁ ଦେଖିପାରିବେ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଏଭଳି ନିଷ୍ପତ୍ତି କାହିଁକି? ବାସ୍ତବରେ ଉତ୍ତର ରେଳବାଇର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ଟ୍ରିକିଆ ୱିଲିୟମ୍ସ କହିଛନ୍ତି ଯେ, ଆମ ଟ୍ରେନରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସ୍ୱାଗତ କରୁଛୁ । ସେମାନଙ୍କୁ ଏକ ସୁରକ୍ଷିତ ଏବଂ ସହଜ ଉପାୟରେ ଇଣ୍ଟରନେଟ୍ ଯୋଗାଇବା ଆମର କାର୍ଯ୍ୟର ଏକ ଅଂଶ ଏବଂ ଗ୍ରାହକମାନଙ୍କର ଇଚ୍ଛା । ତେଣୁ ଏଭଳି ବିଷୟବସ୍ତୁ କୌଣସି କର୍ମକ୍ଷେତ୍ର ପାଇଁ ଉପଯୁକ୍ତ ନୁହେଁ । ଏହାକୁ ମହିଳା ଏବଂ ଶିଶୁଙ୍କ ଉପସ୍ଥିତିରେ ଦେଖାଯିବା ଉଚିତ୍ । ତେଣୁ ଷ୍ଟେସନ କିମ୍ବା ଟ୍ରେନ୍ ଭିତରେ ଦେଖିବା ଅନୁଚିତ । ଯାତ୍ରୀମାନଙ୍କୁ ଫ୍ରି ରେ ଇଣ୍ଟରନେଟ୍ ସୁବିଧା ଯୋଗାଇ ଦିଆଯାଉଛି, ତାହାର ଅର୍ଥ ନୁହେଁ ଯେ ଅଶ୍ଳୀଳ ବିଷୟବସ୍ତୁ ଦେଖିବେ ।

Get real time updates directly on you device, subscribe now.