ଡାକଘରର ଏହି ଯୋଜନାରେ ମିଳିବ ଦ୍ୱିଗୁଣ ଲାଭ, ଉତ୍ତମ ରିଟର୍ଣ୍ଣ ସହିତ ସମ୍ପୂର୍ଣ୍ଣ ସୁରକ୍ଷା

ନୂଆଦିଲ୍ଲୀ : ଯଦି ଆପଣ ଡାକଘର ଯୋଜନାରେ ଟଙ୍କା ବିନିଯୋଗ କରି ଭଲ ରୋଜଗାର କରିବାକୁ ଚାହାଁନ୍ତି, ତେବେ ଆପଣ ଡାକଘର କିଷାନ ବିକାଶ ପତ୍ର ଯୋଜନାରେ ବିନିଯୋଗ କରିପାରିବେ । ଏଥିରେ ଆପଣଙ୍କୁ ଦୁଇଗୁଣ ଲାଭ ମିଳିବ । ଏଥିପାଇଁ ଆପଣଙ୍କୁ ୧୦ ବର୍ଷ ଅପେକ୍ଷା କରିବାକୁ ପଡିବ । ମାତ୍ର ୧୦୦୦ ଟଙ୍କାରେ ଆପଣ ଖାତା ଖୋଲିପାରିବେ । ଏହାର ମ୍ୟାଚୁରିଟି ମିଳିଲା ପରେ ଆପଣଙ୍କୁ ମୋଟା ଅଙ୍କର ଟଙ୍କା ମିଳିବ ।

କିଷାନ ବିକାଶ ପତ୍ର ସ୍କିମ୍ ରେ ଆପଣ ବିନା କୌଣସି ଦ୍ୱିଧାରେ ବିନିଯୋଗ କରିପାରିବେ । ୧୨୦ ମାସରେ ନିବେଶକମାନଙ୍କୁ ଏହି ଅର୍ଥର ଦ୍ୱିଗୁଣ ମିଳିବ । ଏହି ସ୍କିମ୍ ରେ ଆପଣଙ୍କୁ ୭.୨୦ ପ୍ରତିଶତ ସୁଧ ମିଳିବ । ଯାହା ପୂର୍ବରୁ ୭ ପ୍ରତିଶତ ଥିଲା । ୧ ଜାନୁୟାରୀ ୨୦୨୩ ରୁ ଏହା ନିବେଶକଙ୍କ ପାଇଁ ଏହି ସ୍କିମ୍ ଲାଗୁ ହୋଇଛି ।

ଯେକୌଣସି ଗ୍ରାହକ କେବଳ ୧୦୦୦ ଟଙ୍କା ଜମା କରି ଏହି ସ୍କିମ୍ ର ଆରମ୍ଭ କରିପାରିବେ । ଏଥିରେ ବିନିଯୋଗର କୌଣସି ସୀମା ନାହିଁ, ଆପଣ ଯେତେ ଚାହିଁବେ କରିପାରିବେ । ଏହି ସ୍କିମ୍ ସବୁ ବର୍ଗର ଲୋକଙ୍କ ଉପଯୁକ୍ତ । ଏହି ସ୍କିମରେ ଆପଣ ସିଙ୍ଗଲ ବା ଜଏଣ୍ଟ ଆକାଉଣ୍ଟ ଖୋଲିପାରିବେ ।

ଏହି ସ୍କିମରେ ଆକାଉଣ୍ଟ ଖୋଲିବା ଅତ୍ୟନ୍ତ ସହଜ । ୧୦ ବର୍ଷରୁ ଅଧିକ ବା ପିତାମାତାଙ୍କ ସହିତ ଏହି ସ୍କିମ୍ କରିପାରିବେ । ନିକଟସ୍ଥ ଡାକଘରେ ଏହି ସ୍କିମ୍ କରିପାରିବେ । ଏଥିପାଇଁ କିଷାନ ବିକାଶ ପତ୍ର ଯୋଜନାରେ ସମସ୍ତ ପ୍ରମାଣ ପତ୍ର ଦାଖଲ କରିବାକୁ ପଡିବ ।