fbpx

ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ:ଗତ୨୪ ଘଣ୍ଟାରେ ୯୮୧ ନୂଆ ଆକ୍ରାନ୍ତ ଚିହ୍ନଟ

କିଛି ଦିନ ରାଜ୍ୟରେ ଦୀନିକ କରୋନା ସଂକ୍ରମଣ ୧୦୦୦ ଉପରେ ରହୁଥିବା ବେଳେ ଆଜି ସାମାନ୍ୟ ହ୍ରାସ ପାଇଛି । ତେବେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୮୧ଜଣ ନୂଆ ଆକ୍ରାନ୍ତ ଚିହଟ୍ନ ହୋଇଛନ୍ତି । ସେଥିମଧ୍ୟରୁ ୪୦୬ ଟି ଲୋକାଲ କେସ୍ ରହିଥିବା ବେଳେ କ୍ୱାରେଣ୍ଟିନରୁ ୫୭୫ ଜଣ ଦେହରେ କରୋନା ପଜିଟିଭ ଚିହ୍ନଟ ହୋଇଛିା ସେହିପରି ୧୮ ବର୍ଷ କିମ୍ବା ତାଠାରୁ କମ୍ ବୟସର ୧୬୬ଜଣ ପିଲା ସଂକ୍ରମିତ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛିା

ଚିହ୍ନଟ ହୋଇଥିବା ସମସ୍ତ ଆକ୍ରନ୍ତଙ୍କ ମଧ୍ୟରୁ ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୨୫୯ ଜଣ ଆକ୍ରନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୫୦ ଜଣ ଓ ମୟୂରଭଞ୍ଜରୁ ୮୪ ଜଣ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ ପକ୍ଷେ ସମ୍ବଲପୁରରୁ ୭୧ ଜଣ ଓ ବରଗଡରୁ ୪୪ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ବେଳେ ଷ୍ଟେଟ୍ ପୋଲ ସଂଖ୍ୟା ୩୨ ରହିଛି । ସେହିପରି କଟକରୁ ୩୮, କଳାହାଣ୍ଡିରୁ ୩୦,ନବରଙ୍ଗପୁରରୁ ୨୮, ନୟାଗଡରୁ ୨୪,ଲୋନପୁରରୁ ୨୩ ଓ ବଲାଙ୍ଗିରରୁ ୨୨ ଜଣ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଛନ୍ତି । ଏହାପରେ ଝାରସୁଗୁଡାରୁ ୨୦,କନ୍ଧମାଳରୁ ୧୯,କୋରାପୁଟ ଓ ଯାଜପୁରରୁ ୧୬, ବାଲେଶ୍ୱରରୁ ୧୩, ଏବଂ ଭଦ୍ରକରୁ ୧୨ ଜଣ ଲେଖାଏଁ ବ୍ୟକ୍ତି କରୋନା ମହାମାରୀର ଶିକାର ହୋଇଛନ୍ତି ।ଏତତ୍ ବ୍ୟତୀତ ବୌଦ୍ଧ, କେନ୍ଦୁଝର ଓ ନୂଆପଡାରୁ ୧୦ ଜଣ,ରାୟଗଡା, କେନ୍ଦ୍ରାପଡା, ଜଗତସିହଂପୁର ଓ ଦେଓଗଡରୁ ୮ ଜଣ ଲେଖାଏଁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗଜପତିରୁ ୭ଜଣ, ପୁରୀରୁ ୬ଜଣ ଓ ଢେଙ୍କାନାଳରୁ ୩ ଜଣ ବ୍ୟକ୍ତିଙ୍କ ଦେହରେ କରୋନା ମହାମାରୀ ଦେଖା ଦେଇଥିବାବେଳେ ଅନୁଗୁଳ ଓ ମାଲକାନଗିରିରୁ ସର୍ବନିମ୍ନ ଜଣେ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି ।

ତେବେ ଗତ ୨୪ ଘଣ୍ଟାରେ ମୋଟ ୧୧୩୬ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବର୍ତ୍ତମାନ ରାଜ୍ୟରେ ୬୬୩୨ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେହିପରି ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ଲକ୍ଷ ୧୨୧୧୬ରେ ପହଞ୍ଚିଛି ।

 

Get real time updates directly on you device, subscribe now.